Movie prime

ପିଲା ବେଳେ ମା ଙ୍କୁ ହରେଇଲି, ଏବେ ବାପା ଙ୍କୁ ହରେଇ ଥିଲି, କିଛି ଭାବିବା ଆଗରୁ ସାନ ଭାଇ ବି ଚାଲିଗଲା, ଦୁଃଖ ର ପାହାଡ ରେ ଅମ୍ଳାନ, ଭଗବାନ୍ ମୁ କି ଦୋଷ କରିଥିଲି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣି ସାରିଥିବେ କି ଓଲିଉଡ଼ ର ବରିଷ୍ଠ ଅଭିନେତା ସ୍ବର୍ଗତ ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଦାସ୍ ଙ୍କ ବିୟୋଗ ହୋଇଛି। ଅନେକ ଦିନ ଧରି ସେ ଏମସ୍ ରେ ଚିକିତ୍ସିତ ହୋଇ ଆସୁଥିଲେ।
୨୬ ବର୍ଷ ବୟସ ରେ ହିଁ ସେ ଆରପାରି କୁ ଚାଲି ଯାଇଛନ୍ତି। ଏବେ ଅମ୍ଳାନ ଙ୍କ ସ୍ତ୍ରୀ ଓ ପିଲା ଛାଡ଼ିଲେ ନିଜର ବୋଲି ଆଉ କେହି ହେଲେ ମଧ୍ୟ ନାହାଁନ୍ତି। ଏତେ ବଡ ଦୁନିଆରେ ସେ ଏକା ହୋଇ ଯାଇଛନ୍ତି।
ପ୍ରଥମେ ଯେତେବେଳେ ଅମ୍ଳାନ ଛୋଟ ହେଇଥିଲେ ସେତେବେଳେ ତାଙ୍କ ନିକଟରୁ ତାଙ୍କ ମାଆ କୁ ମଧ୍ୟ ଛଡାଇ ନେଇଥିଲେ ଭଗବାନ। ଏହାପରେ ମିହିର ଦାସ ହିଁ ତାଙ୍କ ଦୁଇ ପୁଅଙ୍କୁ ପାଳି ଛୋଟ ରୁ ବଡ଼ କରିଥିଲେ।
ବେଶ ସୁଖରେ ତାଙ୍କ ଜୀବନ ଯାପନ କରୁଥିଲେ। ଏବଂ ତାଙ୍କ ବଡ଼ ପୁଅ ଅମ୍ଳାନ ଙ୍କୁ ମଧ୍ୟ ହାତକୁ ଦୁଇ ହାତ କରାଇ ଥିଲେ। ହେଲେ ଅମ୍ଳାନ ଙ୍କ ବିବାହର କିଛି ଦିନ ପରେ ହିଁ ମିହିର ଦାସ ତାଙ୍କୁ ସବୁ ଦିନ ପାଇଁ ଛାଡ଼ି ଆରପାରି କୁ ଚାଲି ଯାଇଥିଲେ।
ଯାହା ଫଳରେ କି ଅମ୍ଳାନ ଙ୍କ ମୁଣ୍ଡ ଉପରୁ ତାଙ୍କର ବାପା ଙ୍କ ହାତ ହଟି ଗଲା। ଏହାପରେ ଏବେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
ଅମ୍ଳାନ ଙ୍କ ସାନ ଭାଇ ଯାହାଙ୍କ ବୟସ ହେଉଛି ମାତ୍ର ୨୬ ବର୍ଷ ସେ ଏବେ ମଧ୍ୟ ଅମ୍ଳାନ ଙ୍କୁ ଛାଡ଼ି ଆରପାରି କୁ ଚାଲି ଯାଇଛନ୍ତି। ଏହି ଖବର ଶୁଣିବା ପରେ ଅମ୍ଳାନ ବିଶ୍ବାସ କରି ପାରୁ ନାହାଁନ୍ତି ଏବଂ ସେ ସମ୍ପୁର୍ଣ୍ଣ ରୂପରେ ଭାଙ୍ଗି ପଡିଛନ୍ତି।
ସେ ନିଶ୍ଚିତ ଭାବରେ ଏବେ ଭଗବାନ ଙ୍କୁ କହୁଥିବେ କି ସେ ଏମିତି କଣ ଭୁଲ କରିଦେଲେ ଯେ ତାଙ୍କୁ ଏତେବଡ଼ ଶାସ୍ତି ମିଳିଲା। ଜଣ ଜଣ କରି ତାଙ୍କର ସମସ୍ତ ପରିବାର ସଦସ୍ୟ ତାଙ୍କୁ ଛାଡ଼ି ଚାଲି ଯାଉଛନ୍ତି ।
ଯାହାକୁ କି ଖୁବ ସହଜରେ ମଧ୍ଯ ସ୍ବୀକାର କରି ହେଉ ନାହିଁ। ତେବେ ଆମେ ଅମ୍ଳାନ ଙ୍କୁ ଶାନ୍ତ୍ବନା ଦେବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏହା ପ୍ରାର୍ଥନା କରିବୁ କି ଅକ୍ଲାନ୍ତ ଙ୍କ ଅମର ଆତ୍ମା କୁ ସଦଗତି ମିଳୁ।