Movie prime

ସାମ୍ନାକୁ ଆସିଲା ବଡ ଖବର ଘୋଷାଡି ଘୋଷାଡି ନେଇଥିଲେ ଏବେ ଜେଲ ଗଲେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ ସହରର, ଅନେକ ଦେଶର ଏବଂ ଅନେକ ଅଞ୍ଚଳର ଖବର ଆସିଥାଏ ।
ଆପଣମାନେ ସମସ୍ତେ ଅଞ୍ଜଳିଙ୍କ ମୃ-ତ୍ୟୁ ଖବର ଜାଣିଥିବେ । ନୂଆବର୍ଷ ଦିନ ଘଟିଥିଲା ଏହି ଅଘଟଣ । ଏହି ଦିନ ଯୁବତୀ ଜଣକ ସ୍କୁଟି ଚଲାଇବା ସମୟରେ ତାଙ୍କ ଗାଡ଼ି ଏକ କାରରେ ଧକ୍କା ହୋଇଥିଲା । ଆଉ ସେହି କାର ତାଙ୍କୁ ଟାଣି ନେଇ ଯାଇଥିଲା ।
ଏହି ଘଟଣା ଘଟିଛି ଦିଲ୍ଲୀ ସହରରେ । ଦିଲ୍ଲୀ ସହରର ହିଟ୍ ଆଣ୍ଡ ରନ୍ କେସ ଏବେ ପୋଲିସ ତଦନ୍ତ କରୁଛି । ପୋଲିସ ହାତରେ ଏବେ ଲାଗିଛି ଆଉ ଏକ ସୁରାଗ୍ ।
ପୂର୍ବରୁ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଉ ଏବେ ଷଷ୍ଠ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣା ହେଉଛି ଯେତେବେଳେ ସ୍କୁଟି କାର ସହ ଧକ୍କା ହେଲା ସେତେବେଳେ ବିଶେଷ କିଛି ହୋଇ ନଥିଲା ।
କାର ଯଦି ଅଟକି ଯାଇଥାନ୍ତା ତାହେଲେ ଅଞ୍ଜଳି ବଞ୍ଚି ଯାଇଥାନ୍ତେ । ଅଞ୍ଜଳି ବହୁତ କହୁଥିଲେ ବଞ୍ଚାଅ ବଞ୍ଚାଅ ବୋଲି । 
କିନ୍ତୁ କାର ନ ଅଟକି ଏହା ଅଞ୍ଜଳିକୁ ଘୋଷାଡି ଘୋଷାଡି ୧୩ କିଲୋମିଟର ନେଇ ଯାଇଥିଲା । ଆଉ ଏହାପରେ ଅଞ୍ଜଳିର ମୃ-ତ୍ୟୁ ହୋଇଛି । ପୋଲିସ ସିସିଟିଭି ଦେଖି ତଦନ୍ତ ଆରମ୍ଭ କରିଥିଲା ।
୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।ଆଉ ଏବେ ଆଉ ଜଣେ ଗିରଫ ହୋଇଛି ।ତାହାର ନାମ ଆଶୁତୋଷ । ଆଶୁତୋଷ ଅମିତକୁ ଗାଡ଼ି ଦେଇଥିଲେ କିନ୍ତୁ ସେ ଏହି କଥା ପୋଲିସକୁ ଲୁଚାଇଥିଲେ ।
ଆଉ ପୋଲିସ ତଦନ୍ତ କରି ଏହାକୁ ଗିରଫ କରିଛି । ଜାନୁଆରୀ ୧ ତାରିଖ ରାତି ୨ ଟା ସମୟରେ ଏହି କେସ ଆସିଥିଲା । 
ପୋଲିସ ଏହି ଘଟଣା ଶୁଣି ସଙ୍ଗେ ସଙ୍ଗେ ଟିମ୍ ଗଠନ କରିଲା । ଆଉ ସବୁ ଟିମକୁ ଅଲଗା ଅଲଗା ଦିଗରେ ପଠାଗଲା । କେଉଁ ଟିମକୁ ଗାଡ଼ି ଚେକିଂ ପାଇଁ କୁହାଗଲା ।
ଆଉ ଅନ୍ୟ ଏକ ଟିମକୁ ଘଟଣା ସ୍ଥଳରୁ ସବୁ ତଥ୍ୟ ପ୍ରମାଣ ଆଣିବାକୁ କୁହାଗଲା । ଆଉ ଏକ ଟିମକୁ ହସପିଟାଲକୁ ବୁଝିବା ପାଇଁ ପଠାଗଲା । ଆଉ ଏଭଳି ଅନେକ ପୋଲିସ ଏକାଠି ମିଶି ଏହି ଘଟଣାର ତଦନ୍ତ କରୁଛନ୍ତି ।
ଆଉ ଏବେବି ଏହି ଯୁବତୀ ଅଞ୍ଜଳୀଙ୍କ ଘଟଣା ଉପରେ ଅନେକ ଖୁଲାସା ବାକି ଅଛି । ଏହା ବହୁତ ଶୀଘ୍ର ସାମ୍ନାକୁ ଆସିବ ।