Movie prime

ଆମେ ଜାଣିଥିଲୁ ସେ ଝିଅ ଆମ ଗାଡ଼ି ଆଗରେ ଅଟକିଛି ହେଲେ ଆମେ ଜାଣିଶୁଣି ଅଟକିଲୁନି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଦିଲ୍ଲୀ ବହୁ ଚର୍ଚ୍ଚିତ ହିଟ୍ ଆଣ୍ଡ ରନ୍ କେସ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଏହି ଘଟଣାରେ ଅଞ୍ଜଳି ସିଂ ଙ୍କ ପ୍ରାଣ ଚାଲି ଯାଇଥିଲା।
ଏବଂ ଏହି ଦୁର୍ଘଟଣା ଏଭଳି ଘଟିଥିଲା ଯାହାକି ଏବେ ମଧ୍ୟ ଭାବିଲେ ଲୋକ ମାନଙ୍କର ଛାତି ଥରାଇ ଦେଉଛି। ଆଜ୍ଞା ହଁ ଅଞ୍ଜଳୀ ଡିସେମ୍ବର ୩୧ ରାତିରେ ଘରକୁ ଫେରିଥିବା ସମୟରେ ତାଙ୍କୁ ଏକ କାର ଧକ୍କା ଦେଇଥିଲା।
ଏବଂ ୧୨ କିଲୋମିଟର ପର୍ଯ୍ୟନ୍ତ ତାଙ୍କୁ ଘୋଷାଡି ମଧ୍ୟ ନେଇ ଯାଇଥିଲା। ଏହାପରେ ସେହି ଗାଡ଼ିରେ ଥିବା ଲୋକ ମାନେ ଏହା ଭାବି ଥିଲେ କି ଯଦି ସେମାନେ ଅଞ୍ଜଳି ଙ୍କୁ ଗାଡ଼ି ତଳୁ କାଢ଼ି ଦେବେ ତେବେ ତାଙ୍କ ଉପରେ ହ-ତ୍ୟା ଅଭିଯୋଗ ଲାଗିଯିବ।
ଆଉ ସେହି ଡରରେ ସେମାନେ ସବୁ ଜାଣି ମଧ୍ଯ ଚୁପ୍ ରହି ଯାଇଥିଲେ। ଆଉ ଏଭଳି ୧୨ କିଲୋମିଟର ଯିବା ପରେ ଅଞ୍ଜଳି ଙ୍କ ଜୀବନ ଚାଲିଗଲା।
ସେହି ଗାଡ଼ିରେ ଥିବା ଲୋକ ମାନେ ଖସି ଯିବା ପାଇଁ ଅନେକ ଚେଷ୍ଟା ମଧ୍ଯ କରିଥିଲେ।। ହଁ ଆଜ୍ଞା ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ଜେରା ସମୟରେ ଅଭିଯୁକ୍ତ ମାନେ ଏଭଳି କିଛି ଚାଂଚଲ୍ୟକର ବୟାନ ଦେଇଛନ୍ତି।
ଦୁର୍ଘଟଣା ପରେ କାର ଏକାଧିକ ଥର ୟୁ ଟର୍ନ ନେଇଥିଲା। ସେମାନେ ଜାଣିଥିଲେ କି ଯଦି ସେମାନେ କାର ଅଟକାଇବେ ତେବେ ସେମାନଙ୍କ ବିରୁଦ୍ଧରେ ନୀଶ୍ଚିତ ଭାବରେ ହ-ତ୍ୟା ମାମଲା ରୁଜୁ ହେବ।
ତେଣୁ ସେମାନେ କାର ରଖି ସଂପୃକ୍ତ ଯୁବତୀ କୁ ଉଦ୍ଧାର କରିବାକୁ ଚାହିଁ ନଥିଲେ ବୋଲି ଅଭିଯୁକ୍ତ ମାନେ କହିଛନ୍ତି। ଅଞ୍ଜଳି ଙ୍କ ସହ ଥିବା ତାଙ୍କ ସାଙ୍ଗ ମଧ୍ଯ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।
ଏବଂ ଅଞ୍ଜଳି ଙ୍କ ଗୋଡ଼ କାର ତଳେ ଫସି ରହି ଯାଇଥିବାରୁ ସେ ଆଉ ମୁକୁଳି ନପାରି ଘୋଷାଡି ହୋଇ ଚାଲି ଯାଇଥିଲେ। ଏବଂ ଏଭଳି ଭାବରେ ତାଙ୍କ ଜୀବନ ଚାଲି ଯାଇଥିଲା।