Movie prime

ସରିଲା ଫର୍ମ ପୂରଣ ଏଥର ପରୀକ୍ଷା ଦେବେ ଅର୍ଚ୍ଚନା ନାଗ ଦେଖନ୍ତୁ ଏମିତି ଶେଷ ହେଲା ଫର୍ମ ଫିଲପ ପ୍ରକ୍ରିୟା

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପରୀକ୍ଷା ଦେବେ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗ। ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କୁ ଅନୁମତି ମିଳିଛି। ଜେଲ୍‌ ମାନୁଆଲ୍‌ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ।
ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗ। ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ତାଙ୍କୁ ଅନୁମତି ମିଳିଥିବା ବେଳେ, ଜେଲ୍‌ ମାନୁଆଲ୍‌ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ। 
ଏନେଇ କୋର୍ଟରେ ଅର୍ଚ୍ଚନାଙ୍କ ଓକିଲ ଆବେଦନ କରିଥିଲେ। ସପ୍ତମ ସେମିଷ୍ଟାର ପାଇଁ ଫର୍ମପୂରଣ କରିଛନ୍ତି ଅର୍ଚ୍ଚନା। କ୍ୟାପିଟାଲ ଲ’ କଲେଜ୍‌ରେ ୫ ବର୍ଷିଆ ଆଇନ୍‌ ପାଠ ପଢୁଛନ୍ତି ଅର୍ଚ୍ଚନା।
ଜେଲ୍‌ ମାନୁଆଲ ଅନୁସାରେ ସେ ପରୀକ୍ଷା ଦେବେ। ଅର୍ଚ୍ଚନା ଭୁବନେଶ୍ୱର କ୍ୟାପିଟାଲ୍‌ ଲ କଲେଜର ଚତୁର୍ଥ ବର୍ଷର ଆଇନ ଛାତ୍ରୀ। ପରୀକ୍ଷା ଦେବା ପାଇଁ ଜେଲ୍‌ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଜଣାପଡିଛି।
ସେପଟେ ଡିଜିଟାଲ୍‌ ଏଭିଡେନ୍ସ ରିପୋର୍ଟର ଷ୍ଟାଟସ କ’ଣ, ସେନେଇ ଫୋରେନସିକ ଲାବ୍‌କୁ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ରିପୋର୍ଟ ମାଗିଛନ୍ତି। ଯେହେତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ,
ସେଣ୍ଟ୍ରାଲ ଫୋରେନସିକ ଲାବ୍‌କୁ ଏଭିଡେନ୍ସ ପଠାଇବାକୁ ଆବେଦନ କରିଥିଲେ, ତା’ ପୂର୍ବରୁ କୋର୍ଟ ଷ୍ଟାଟସ୍ ରିପୋର୍ଟ ମାଗିଥିବା ଜଣାପଡ଼ିଛି। ଅର୍ଚ୍ଚନା ନାଗ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଜବତ କରିଥିବା ଡିଜିଟାଲ୍‌ ଏଭିଡେନ୍ସ ଫୋରେନସିକ ଲାବ୍‌କୁ ରିକଭରି ପାଇଁ ପଠାଇଥିଲା। 
ପରେ ଫୋରେନସିକ ଲାବ୍ ୨ଟି ପର୍ଯ୍ୟାୟରେ ଇଡିକୁ ରିପୋର୍ଟ ଦେଇଥିଲେ। ହେଲେ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ଇଡି ଖୋଜୁଥିବା ଦିଗ ଗୁଡ଼ିକର ତଥ୍ୟ କାଢିବାରେ ଫୋରେନସିକ ଲାବ୍ ଅସଫଳ ହୋଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଥିଲା।
ତା’ଛଡା ନୟାଗଡ଼ର ବ୍ୟବସାୟୀ ଲୁଲୁଙ୍କୁ ଇଡି ନୋଟିସ୍‌ କରିବ ବୋଲି ଜଣାପଡ଼ିଛି। କାରଣ ଲୁଲୁ ଅର୍ଚ୍ଚନାଙ୍କୁ ୩୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ।