Movie prime

WhatsApp ରେ 5କୋଟି ର ଡ଼ିଲ କରୁଥିବା ଅର୍ଚ୍ଚନା ର ସଂପୂର୍ଣ୍ଣ ସମ୍ପତ୍ତି 3 କୋଟି ବୋଲି କୋର୍ଟରେ ଦର୍ଶାଇଲା ED

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବହୁଚର୍ଚ୍ଚିତ ଲେଡି ବ୍ଲା-କ-ମେ-ଲ-ର ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ମନି ଲଣ୍ଡରିଂର ବ୍ୟାପକ ପ୍ରମାଣ ମିଳିଛି।
ଏଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିବ। ଚାର୍ଜସିଟରେ ଅର୍ଚ୍ଚନା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଇଡି ଉଲ୍ଲେଖ କରିଛି।
୧୩୦୦ ପୃଷ୍ଠାର ଏହି ଚାର୍ଜସିଟରେ ଅର୍ଚ୍ଚନାର କଳା ସାମ୍ରାଜ୍ୟର ସବିଶେଷ ତଥ୍ୟ ରହିଛି। 
ଫିଲ୍ମ ପ୍ରଯୋଜକଙ୍କ ଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ ବିଲଡର, ନେତା ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଅର୍ଚ୍ଚନାଙ୍କ ବ୍ଲା-କ-ମେ-ଲ-ର ଶିକାର ହୋଇଛନ୍ତି।
ଏଥିସହିତ ଅର୍ଚନାଙ୍କ ସମ୍ପତି ୩ କୋଟି ୪୦ ଲକ୍ଷ ଟଙ୍କା ବୋଲି ଆକଳନ କରିଛି ଇଡି। କିଛି ଦିନ ତଳେ ଇଡି ଅର୍ଚ୍ଚନାଙ୍କ କୋଠାର ମାପଚୁପ କରିଥିଲା।
ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳୀଙ୍କୁ ବ୍ଯବହାର କରି ଅର୍ଚ୍ଚନା କମାଉ ଥିଲେ କୋଟି କୋଟି ଟଙ୍କା ଓ ଏଥିରେ ସହଯୋଗ କରୁଥିଲେ ଜଗବନ୍ଧୁ, ଖଗେଶ୍ୱର ବୋଲି ଇଡି ଉଲ୍ଲେଖ କରିଛି। 
ତେବେ ଏହି ୩ ଜଣଙ୍କ ଜବତ ହୋଇଥିବା କଳା ସମ୍ପତ୍ତି କାହିଁକି ବ୍ୟାଜପ୍ତି ନହେବ ତାହା ଜଣାଇବାକୁ କାରଣ ଦର୍ଶାଓ ନୋଟିସ୍ ଜାରି କରିଛି ଇଡି। ଏହି ୩ ଜଣଙ୍କ ଆର୍ଥିକ କାରବାରର ଖୋଲାସା ପାଇଁ ସେମାନଙ୍କୁ ଏକାଧିକ ଥର ରିମାଣ୍ଡରେ ଆଣି ଇଡି ଜେରା କରିସାରିଛି।
ସେହିଭଳି ଅର୍ଚ୍ଚନା ନାଗର ଆଲିଶାନ ବଙ୍ଗଳା ଏବଂ ଇଣ୍ଟିଡେୟର ବାବଦରେ କେତେ ଖର୍ଚ୍ଚ ହୋଇଛି ତାହର ମୂଲ୍ୟାଙ୍କନ କରୁଛି ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ। 
କିଛିଦିନ ତଳେ ଇଡିର ଏକ ସ୍ୱତନ୍ତ୍ର ଟିମ୍ ଅର୍ଚ୍ଚନାଙ୍କ ଭୁବନେଶ୍ୱର ସ୍ଥିତ ସତ୍ୟାବିହାର ଘରକୁ ଯାଇ ଖୋଳତାଳ କରିଥିଲା। ତେବେ ଏହି ମାମଲାରେ ୧୫ ଜଣଙ୍କୁ ଇଡି ଜେରା କରିଥିବାବେଳେ ,
ସମସ୍ତଙ୍କ ସାକ୍ଷ ପ୍ରମାଣ ମିଶାଇ ୧୩୦୦ ପୃଷ୍ଠାର ଚାର୍ଜସିଟ୍‌ରେ ଖୋଲିବ କି ନାଗଫାଶର ସବୁ ଗୁମର। ବର୍ତ୍ତମାନ ଚାର୍ଜସିଟ୍‌ରେ ଇଡି କଣ କଣ ସବୁ ତଥ୍ୟ ରଖିଛି ତାହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି।