Movie prime

ଆସିଲା ସୂଚନା ୧୭, ୧୮ ଏହି ସବୁ ସ୍ଥାନରେ ହେବ ହାଲୁକା ବର୍ଷା ଦେଖନ୍ତୁ ଆପଣଙ୍କ ଅଞ୍ଚଳରେ କେମିତି ରହିବ ପାଗ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟର ବଡ଼ ଖବର ଯାହା ଜଣା ପଡ଼ିଛି କି ରାଜ୍ୟର ଆସନ୍ତା ସପ୍ତାହ ରୁ ୧୭ ତାରିଖ ରୁ ବର୍ଷାର ସମ୍ଭାବନା ରହିଛି।
ପଶ୍ମିମା ଝଡ଼ ପ୍ରଭାବରେ ୧୭ ଓ ୧୮ ତାରିଖରେ କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇପାରେ।୧୭ ରେ ସୁନ୍ଦରଗଡ , କେନ୍ଦୁଝର , ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ଵର, ଯାଜପୁର , କେନ୍ଦ୍ରାପଡ଼ା , କଟକ ଏବଂ ଢେ଼ଙ୍କାନାଳ ରେ ଆକାଶ ମେଘୁଆ ରହିବା ସହ,
ହାଲକା ବର୍ଷା ହେବାର ସମ୍ଭାବନା ମଧ୍ଯ ରହିଛି। ସେହିପରି ୧୮ ରେ ମଧ୍ଯ ଛଅ ଟି ଜିଲ୍ଲାରେ ବର୍ଷାର ଅନୁମାନ ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ହାଲୁକା ବର୍ଷାର ସମ୍ଭାବନା ରହିଛି।
ଉତ୍ତର ଓଡ଼ିଶାର ପ୍ରାୟ ଅଞ୍ଚଳରେ ମଧ୍ଯ ଆକାଶ ମେଘୁଆ ରହିବାର ସମ୍ଭାବନା ରହିଛି।୧୮ ତାରିଖରେ ମଧ୍ୟ କେନ୍ଦ୍ରାପଡ଼ା , ମୟୁରଭଞ୍ଜ, ଭଦ୍ରକ , ବାଲେଶ୍ଵର , ଢେଙ୍କାନାଳ ଏବଂ ଯାଜପୁର,
ଏହି ଜିଲ୍ଲା ମାନଙ୍କରେ ଗୋଟେ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେପଟରେ ଓଡ଼ିଶାରେ ଏବେ ମଧ୍ୟ ଶୀତର ପ୍ରକୋପ କମିଛି।
ବିଭିନ୍ନ ସ୍ଥାନ ମାନଙ୍କରେ ରାତିରେ ତାପମାତ୍ରା ୫ ଡିଗ୍ରୀ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି। ଆସନ୍ତା ପାଞ୍ଚ ଦିନ ପାଇଁ ମଧ୍ଯ ଏହି ଶୀତରେ ବିଶେଷ ପରିବର୍ତ୍ତନ ନହେଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡ଼ିକରେ ଘନ କୁହୁଡି ସମସ୍ତଙ୍କ ସମସ୍ୟା ବଢାଇ ପାରେ।
ଆସନ୍ତା କାଲି ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରାୟ ୧୫ ଜିଲ୍ଲା ଏବଂ ୧୬ ରେ ୧୦ ଜିଲ୍ଳାରେ ଘନ କୁହୁଡି ହେବାର ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବୋହୂ ସ୍ଥାନରେ ମୁହଁ କୁ ମୁହଁ ଦିଶୁ ନଥିବା କୁହୁଡି ଦେଖିବାକୁ ମିଳିଛି। କିଛି ସ୍ଥାନରେ ଘନ କୁହୁଡି ହୋଇ ଥିବାରୁ ଏନେଇ ମଧ୍ୟ ସତର୍କ କରିଛି ପାଣିପାଗ କେନ୍ଦ୍ର।