Movie prime

ସ୍ତ୍ରୀ ତୃପ୍ତି ପାଇଁ ବଦଳିଗଲେ ବାବୁଶାନ୍ ! ଦେଖନ୍ତୁ ଦମନ ଫିଲ୍ମ ଦୃଶ୍ୟ ଆପଣ ନିଜେ କହିବେ

 
Viral News

ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ବର୍ତ୍ତମାନ ଏକ ଖୁସି ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଅଭିନେତା ବାବୁଶାନ୍ ଙ୍କ ପ୍ରଶଂସକ ମାନେ ବହୁତ ଖୁସି ହୋଇଯିବେ।କାରଣ ଅଭିନେତା ବାବୁଶାନ୍ ଙ୍କ ପାଇଁ ଲକି ଡେ।ତାଙ୍କୁ ତିନୋଟି ବଡ଼ ସର୍ ପ୍ରାଇଜ ମିଳିଛି।

ପ୍ରଥମଟି ହେଉଛି ତାଙ୍କ ଚଳଚ୍ଚିତ୍ର ଦମନ।ଦ୍ଵିତୀୟ ହେଉଛି ତାଙ୍କ ସ୍ତ୍ରୀ ତୃପ୍ତି ଯିଏ କି ତାଙ୍କ ପାଖରେ ବସିଛନ୍ତି। ଆଉ ତାଙ୍କ ମା ଅଭିନେତ୍ରୀ ଅପରାଜିତା ମହାନ୍ତି ଯିଏ କି ତାଙ୍କ ଆର ପାଖରେ ବସିଥିଲେ।
ଆଜି ଗୋଟିଏ ପଟେ ମା ଆଉ ଅନ୍ୟ ପଟେ ସ୍ତ୍ରୀ ବାବୁଶାନ୍ ଙ୍କ ପାଖରେ ଅଛନ୍ତି। ଦୁଇ ଜଣ ହେଉଛନ୍ତି ବାବୁଶାନ୍ ଙ୍କ ପାଇଁ ଲେଡୀ ଲକ୍।ଯିଏ କି ତାଙ୍କ ପାଇଁ ଅନେକ କିଛି ଏଭଳି ଖୁସି ନେଇ ଆସିଛନ୍ତି ଯାହାକୁ ସେ ପାଇବାର ହକଦାର ଅଟନ୍ତି।
ଯେଉଁ ତୃପ୍ତି ଙ୍କ ସହିତ ତାଙ୍କର ମନମାଲିନ୍ୟ ହୋଇଥିଲା ସେହି ତୃପ୍ତି ଆଜି ସବୁକିଛି ଭୁଲି ଯାଇ ଆଜି ତାଙ୍କ ସ୍ବାମୀ ବାବୁଶାନ୍ ଙ୍କ ପାଖରେ ବସିଛନ୍ତି।ଆଉ ତାଙ୍କ ଚଳଚ୍ଚିତ୍ର କୁ ଦେଖୁଛନ୍ତି।
ଯେଉଁ ଚଳଚ୍ଚିତ୍ର ରେ ତାଙ୍କ ସ୍ବାମୀ ଏଭଳି ଚମତ୍କାର ଅଭିନୟ କରିଛନ୍ତି ଯାହା ଓଡ଼ିଶା ସିନେମା ଇତିହାସ ରେ ବିରଳ ଅଟେ।
ଏହି ଚଳଚ୍ଚିତ୍ର ରେ କୌଣସି ହିରୋଇନ୍ ନାହାନ୍ତି।ଏହି ଚଳଚ୍ଚିତ୍ର ରେ କିଛି ଲଢେଇ ସିନ ମଧ୍ୟ ନାହିଁ।କିନ୍ତୁ ଏହି ଫିଲ୍ମ ରେ ରହିଛି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ।
ଆଉ ତାହା ହେଉଛି ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଗୋଟିଏ ଡାକ୍ତର ର ସଂଘର୍ଷ।ନିଜ ରୋଗୀ ଙ୍କ ଜୀବନ ବଞ୍ଚାଇବା ପାଇଁ ଗୋଟିଏ ଡାକ୍ତର କିଭଳି ପରିଶ୍ରମ କରୁଛନ୍ତି ତାହା ଚଳଚ୍ଚିତ୍ର ଦମନ ରେ ଚିତ୍ରିତ କରାଯାଇଛି
ଯାହାକୁ ପ୍ରତିଟି ଓଡ଼ିଆ ଦେଖିବାର ଆବଶ୍ୟକତା ରହିଛି।ତୃପ୍ତି ତାଙ୍କ ସ୍ଵାମୀ ଙ୍କ ସହିତ ବସି ଏହି ଚଳଚ୍ଚିତ୍ର କୁ ଦେଖୁ ଛନ୍ତି।ସତରେ ଅଭିନେତା ବାବୁଶାନ୍ ପାଇଁ ଏହା ହେଉଛି ଏକ ଲକି ଡେ।ଫିଲ୍ମ୍ ହଲ ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।