Movie prime

ନୂଆ ଜୀବନ ପାଇଲା ବାଛୁରୀ ଗୋଡ଼ରେ ଲାଗିଲା ପ୍ଲାଷ୍ଟିକ ଗୋଡ ଦେଖନ୍ତୁ Exclusive Visual

 
Special Report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ ହେବା ସହିତ ବହୁତ ଖୁସି ହେବେ।ବାଛୁରୀ ଗୋଡ଼ ରେ ଲାଗିଲା ପ୍ଲାଷ୍ଟିକ ଗୋଡ଼।ଆଉ ଏବେ ସେହି ବାଛୁରୀ ଟି ଛୋଟେ଼ଇ ଛୋଟେ଼ଇ ହୋଇ ଆଉ ଚାଲିବ ନାହିଁ।
ଚୋରୋଟି ଯାକ ଖୁରା ପକାଇ ଆରାମରେ ଚାଲିବା ସହିତ ମା ଗାଇ ଠାରୁ କ୍ଷୀର ମଧ୍ୟ ଖାଇବ।ଆପଣ ଭିଡିଓ ରେ ଦେଖୁଥିବା ବାଛୁରୀ ର ଗୋଟିଏ ଗୋଡ଼ କୌଣସି କାରଣରୁ ପଚି ଯାଇ କ୍ୟାନସର ଆଡ଼କୁ ଗତି କରିଥିଲା।
ଏନେଇ ଗାଇ ମାନଙ୍କ ମାଲିକ ବ୍ରଦର୍ ହୁଡ ଫାଉଣ୍ଡେସନ କୁ ଯୋଗାଯୋଗ କରିଥିଲେ।ଖବର ପାଇବା ମାତ୍ରେ ବ୍ରଦର୍ ହୁଡ ଫାଉଣ୍ଡେସନ ସଭାପତି ସତ୍ୟଜିତ ସେନାପତି ତାଙ୍କ ଟିମ୍ ସହିତ ସେହି ସ୍ଥାନରେ ଆସି ପହଞ୍ଚି ଯାଇଥିଲେ।
ବାଛୁରୀ କୁ ପ୍ରାଥମିକ ଚିକିତ୍ସା କରିବା ପରେ ଏବେ ତାର ଦେହରେ ପ୍ଲାଷ୍ଟିକ ଗୋଡ଼ ଲଗାଇ ଦେଇଛନ୍ତି।ଫଳରେ ବାଛୁରୀ ଟି ସଠିକ୍ ଭାବରେ ଚଲାବୁଲା କରି ପାରିବ।ଏଥିପାଇଁ ସମସ୍ତେ ବହୁତ ଖୁସି ଅଛନ୍ତି।
ବାଛୁରୀ ର ଯେତେବେଳେ ଗୋଡ଼ ଟି ପଚି ଯାଇଥିଲା ମାଲିକ ଜଣଙ୍କ ସବୁବେଳେ ଚିନ୍ତାରେ ରହୁଥିଲେ।ତାଙ୍କ ବାଛୁରୀ ପୁଣି କିପରି ଭଲରେ ଚାଲିବ ସେହି କଥା ଭାବୁଥିଲେ।
ତେବେ ଏହି ଘଟଣା ଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ରେ ଦେଖିବାକୁ ମିଳିଛି। କୌଣସି କାରଣରୁ ବାଛୁରୀ ର ଗୋଡ଼ ପଚି ଯାଇଥିଲା।
ପରେ ତାହା କ୍ୟାନସର ଭାବରେ ଉଭା ହୋଇଥିଲା।ସଠିକ୍ ସମୟରେ ଏହାର ଚିକିତ୍ସା କରା ଯିବାରୁ ବାଛୁରୀ ଟି ଏବେ ସୁସ୍ଥ ରହିଛି।
ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ବାଛୁରୀ ର ମାଳିକା ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନେ ବ୍ରଦର୍ ହୁଡ ଫାଉଣ୍ଡେସନ କୁ ଧନ୍ୟବାଦ ଜଣାଇଛନ୍ତି।
କାରଣ ସେମାନେ ଠିକ୍ ସମୟରେ ଆସି ଚକିର୍ତ୍ସ କରିଥିଲେ।ସେଥିପାଇଁ ବାଛୁରୀ ଦେହ ସୁସ୍ଥ ହୋଇ ପାରିଥିଲା।ବାଛୁରୀ କୁ ସଠିକ୍ ଭାବରେ ଚାଲିବା ଦେଖି ମାଲିକ ଜଣଙ୍କ ବହୁତ ଖୁସି ଅଛନ୍ତି।