Movie prime

ବୋରୱେଲ ରେ ପଡିଲେ ବଞ୍ଚାଇ ଦେବ ଏହି ମେସିନ ଦେଖନ୍ତୁ କେମିତି

 
Special report
ବର୍ତ୍ତମାନ ଏପରି ଏକ ମେସିନ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ତାହା ମଶା ମରା ମେସିନ ନଚେତ୍ ଆଉ କେଉଁ ମେସିନ ବୋଲି ଭାବିବେ।କିନ୍ତୁ ଏହି ମେସିନ ଟି ଜଣଙ୍କ ଜୀବନ ବଞ୍ଚାଇ ପାରିବ ତାହା ଆପଣମାନେ କଳ୍ପନା କରି ପାରୁ ନଥିବେ।
ଏହି ମେସିନ ଟି ଏମିତି ସେମିତି ମେସିନ ନୁହେଁ ବରଂ ରୋବଟିକ ବୋରୱେଲ୍ ମେସିନ। ଯିଏ କି ଗାତରେ ପଡ଼ିଥିବା ମଣିଷର ଜୀବନ ବଞ୍ଚାଇ ଦେବ।
ଯୁବ ଇଞ୍ଜିନିୟର ବିରେନ୍ କୁମାର ପ୍ରଧାନ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଛୋଟ ଛୋଟ ଛୁଆମାନେ ଯେଉଁ ଭଳି ଭାବରେ ପାଣି ଭିତରେ ପଶି ଯାଉଛନ୍ତି ସେମାନଙ୍କୁ ବାହାରକୁ ଆଣିବା ପାଇଁ ବହୁତ ଅସୁବିଧା ହୋଇଥାଏ।
ଏଭଳି ଘଟଣା ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ।ସେଥିପାଇଁ ରୋବଟିକ ବୋରୱେଲ୍ ମେସିନ ପ୍ରସ୍ତୁତ କରିଛନ୍ତି।ଯେଉଁମାନେ ଅସୁବିଧାରେ ପଡିବେ ସେମାନଙ୍କୁ ଯଥାଶୀଘ୍ର ବାହାରକୁ ଆଣି ପାରିବେ।
ତିନି ଜଣ ଯୁବ ଇଞ୍ଜିନିୟର ଏହାକୁ ତିଆରି କରିଛନ୍ତି। କମ୍ ସମୟ ମଧ୍ୟରେ ଛୋଟ ପିଲାଙ୍କୁ ବାହାର କରି ପାରିବା। ଯୁବ ଇଞ୍ଜିନିୟର ଶିଶିର ମଲ୍ଲିକ,ଲିଙ୍ଗରାଜ ପ୍ରଧାନ ଓ ବିରେନ୍ କୁମାର ପ୍ରଧାନ ଏମାନେ ଇଞ୍ଜିନିୟର ଅଟନ୍ତି।
ଛତିଶଗଡ଼ ରେ ଏକ ଘରୋଇ କମ୍ପାନୀ ରେ ସେମାନେ କାମ କରିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏମାନଙ୍କୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଲାଣି।କାହିଁକି ପୂର୍ବରୁ ଶିଶିର ମଲ୍ଲିକ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ଚର୍ଚ୍ଚାରେ ଥିଲେ।
କିନ୍ତୁ ବର୍ତ୍ତମାନ ତିନି ବନ୍ଧୁ ମିଶି ରୋବଟିକ ବୋରୱେଲ୍ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ସବୁବେଳେ ଏହିଭଳି ଖବର ଶୁଣିବାକୁ ପାଉଛନ୍ତି।
ସେଥିପାଇଁ ତିନି ଜଣ ଏହି ବିଷୟରେ ଭାବିଚିନ୍ତି ପ୍ରକଳ୍ପ ଟି କୁ ନିର୍ମାଣ କରିଲେ।ଦର୍ଶକ ମାନେ ବହୁତ ଖୁସି ହୋଇଛନ୍ତି।ଯେଉଁ ମାନେ ଗାତରେ ପଡିଯିବେ ସେମାନଙ୍କୁ ୨୦ ମିନିଟ୍ ଭିତରେ ବାହାରକୁ ଅଣା ଯାଇପାରିବ।