Movie prime

ମିଳିଲା ନନ୍ଦ ମଉସା ଙ୍କ ଠିକଣା, ଗିଳିଥିଲା ଅଜଗର

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅନେକ ଗୁଜବ୍ ଭିତରେ ମିଳିଲା ନନ୍ଦ ମଉସାଙ୍କ ଠିକଣା। କିଏ କହିଥିଲା ଅଜଗର ଗିଳିଦେଇଛି ତ କିଏ କହିଥିଲା ସେ କୁଆଡେ ପଳେଇଛନ୍ତି।
କିନ୍ତୁ ଜଙ୍ଗଲ ଭିତରୁ ୪ ମାସ ପରେ ମିଳିଲା ନନ୍ଦ ମଉସାଙ୍କ ସାର୍ଟ ପିନ୍ଧା କଙ୍କାଳ। ତେବେ ଅଗଷ୍ଟ ମାସ ୨୯ ତାରିଖରେ କୁଆଡେ ନିଖୋଜ ହୋଇଯାଇଥିଲେ କଟକ ବାଙ୍କି ଜିଲ୍ଲା ଦମପଡା ଅଞ୍ଚଳର ନନ୍ଦ ମଉସା।
୪ ମାସ ପରେ ଆଜି ବାଙ୍କି ପୋଲିସ ପାଇଲା ନିଖୋଜ ମଉସାଙ୍କ ଠିକଣା। କିଏ କହିଥିଲା ମଉସାଙ୍କ ଆକ୍ସିଡେଣ୍ଟ ପରେ ନିଖୋଜ ହୋଇଯାଇଛନ୍ତି। 
ପୁଣି କିଏ କହୁଥିଲା ମଉସାଙ୍କୁ ଅଜଗର ସାପ ଗିଳିଦେଇଛି। ଅନେକ ଗୁଜବ୍ ସହ ଦୀର୍ଘ ୪ ମାସ ପରେ ମିଳିଲା ମଉସାଙ୍କ ପତ୍ତା। ଶୁକ୍ରବାର ପୋଲିସ ଗାଁ ନିକଟ ଜଙ୍ଗଲରୁ ଏକ କଙ୍କାଳକୁ ଠାବ କରିଛି।
ଯାହା ନନ୍ଦ ମଉସାଙ୍କର ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ। ଜଙ୍ଗଲରୁ ନନ୍ଦ ମଉସାଙ୍କ ଧଳା ସାର୍ଟ ସହ ଏକ ଖପୂରୀ ଏବଂ କିଛି ହାଡ , ସାର୍ଟ ପକେଟ୍‌ରେ କିଛି ଟଙ୍କା ମଧ୍ୟ ମିଳିଛି।
ସେହିପରି ଦମପଡା ତହସିଲଦାର କ୍ଷିତିଶ ବେହେରାଙ୍କ କହିବା ଅନୁଯାୟୀ ଯେଉଁ କଙ୍କାଳଟି ଜବତ ହୋଇଛି ତାହା ଜଣେ ବୃଦ୍ଧଙ୍କ କଙ୍କାଳ ବୋଲି ଜଣାପଡିଛି।
ତାସହ ପରିବାର ଲୋକମାନେ ମଧ୍ୟ ତାହ ନନ୍ଦ ମଉସାଙ୍କର ବୋଲି କହିଛନ୍ତି। ଗତକାଲି ଫରେଷ୍ଟ ଟିମ୍ ପେଟ୍ରୋଲିଙ୍କ ସମୟରେ ଉକ୍ତ କଙ୍କାଳକୁ ପାଇଥିଲେ।
ଏହାପରେ ସେମାନେ କଇଁମୁଣ୍ଡା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନନ୍ଦ ମଉସାଙ୍କ ପରିବାରକୁ ଖବର ଦେଇଥିଲେ।
ମଉସାଙ୍କ ଘରଲୋକେ କଙ୍କାଳ ସହ ଲାଗିଥିବା ସାର୍ଟରୁ ତାହା ନନ୍ଦ ମଉସାଙ୍କ କଙ୍କାଳ ବୋଲି କହିଥିଲେ। 
ଏହାପରେ ପୋଲିସ ଟିମ୍ ମିଳିଥିବା କଙ୍କାଳର ଡିଏନ୍‌ଏ ଟେଷ୍ଟ ପାଇଁ ତାକୁ କଟକ ପଠାଇଛନ୍ତି। ତେବେ ସତରେ କଣ ନନ୍ଦ ମଉସାଙ୍କୁ ସାପ ଗିଳିଦେଇଥିଲା ନା ତାଙ୍କୁ କିଏ ଯୋଜନା ବଦ୍ଧ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଛି ତାହ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ।
ଯଦି ନନ୍ଦ ମଉସାଙ୍କ ଶରୀରର ସେଠାରେ ୪ ମାସ ହେଲା ପଡିରହିଥିଲା। ତେବେ ତାହା ୪ ମାସ ଭିତରେ ଫରେଷ୍ଟ ଟିମ୍ ନଜରରେ ଆସିନଥିଲା କାହିଁକି ?। ତେବେ ବର୍ତ୍ତମାନ ଏହା ଏକ ବଡ ପ୍ରଶ୍ନବାଚ ସୃଷ୍ଟି କରଛି।