Movie prime

ବାହା ହେବାକୁ ଆସିଥିଲେ ବର କନିଆଁ ଆଉ ତା ପରେ ହେଲା କିଛି ଏମିତି ଯେ ଛୁ ମାରିଲେ ବର କନିଆଁ

 
Special report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ହସି ହସି ଗଡି ଯିବେ।ଜଣେ ବର ବାହା ହେବା ପାଇଁ ଆସିଥିଲେ।କିନ୍ତୁ ବାଇକ୍ ରେ ବସି ଚାଲି ଯାଇଥିଲେ।କନିଆଁ ବି ଆସିଥିଲେ ଆଉ ବର ମଧ୍ୟ ଆସିଥିଲେ।
କେବଳ ବିବାହ ହେବା ବୋଲି ବାକି ରହିଥିଲା।କିନ୍ତୁ ସେତିକି ବେଳେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଙ୍କ କଥା ଶୁଣି ବର ଓ କନିଆଁ ସେଠାରୁ ଚଂପଟ ମାରିଥିଲେ।
ଘଟଣାଟି ଯେତିକି ମଜାଦାର ସେତିକି ଅପରାଧିକ ଅଟେ।୧୮ ବର୍ଷ ହୋଇନଥିବା ଜଣେ ନାବାଳିକା ଙ୍କୁ ତାଙ୍କ ଘର ଲୋକମାନେ ବିବାହ କରାଉ ଥିଲେ।
ନିଶ୍ଚିନ୍ତ କୋଇଲି ଅନ୍ତର୍ଗତ ରଘୁନାଥ ଜୀଉ ମନ୍ଦିରରେ ଆୟୋଜିତ ହୋଇଥିଲା।ଠିକ୍ ସେତିକି ବେଳେ ଶିଶୁ ମଙ୍ଗଳ ଅଧିକାରୀ ଙ୍କ କର୍ମଚାରୀ ମାନେ ପହଞ୍ଚି ଯାଇଥିଲେ। ଏପଟେ ବିନା ଡକୁମେନ୍ଟ ରେ ମନ୍ଦିରର ଟ୍ରଷ୍ଟି ବାହାଘର ପାଇଁ ବୁକିଂ କରି ରସିଦ ଦେଇଥିଲେ।
ମନ୍ଦିରର ଟ୍ରଷ୍ଟି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କର ଯେତେବେଳେ ବାହାଘର କି ବ୍ରତ ଘର ହୋଇଥାଏ ସେତେବେଳେ ଵୁକିଂ କରାଯାଏ କିନ୍ତୁ ବୁକିଂ ବେଳେ କୌଣସି ଡକୁମେନ୍ଟ ଦିଅନ୍ତି ନାହିଁ।କେବଳ ନାମ ଆଉ ଠିକଣା ଲେଖା ଯାଇଥାଏ।
ଯେଉଁଦିନ ବାହାଘରର ଵୁକିଂ କରାଯିବ ସେହିଦିନ ଆଧାର କାର୍ଡ ଚେକ୍ କରାଯାଏ।ଯେତେବେଳେ ମନ୍ଦିରର ଟ୍ରଷ୍ଟି ଝିଅଟି ନାବାଳିକା ବୋଲି ଜାଣିଲେ ବାହାଘର ପାଇଁ ମନା କରି ଦେଇଥିଲେ।
ଓ ସେମାନଙ୍କୁ ସେଠାରୁ ଫେରାଇ ଦେଇଥିଲେ।ଯାହାଫଳରେ କଟକ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଙ୍କ ନେତୃତ୍ୱ ରେ କର୍ମଚାରୀ ମାନେ ସେଠାରେ ପହଞ୍ଚିଲା ବେଳକୁ ଏପଟେ ବର ଓ କନିଆଁ ବାହାଘର ଭାଙ୍ଗି ଚାଲି ଯାଇଥିଲେ।
ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।