Movie prime

ବଡ ଖବର ବର୍ଷା ଅନୁଭବ ମାମଲାରେ ମିଳିଲା ନୂଆ ରାୟ ଏଥର Anubhab ଙ୍କ ଘରେ ରହିବେ Barsha Priyadarshini

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଏବେ ସୋସିଆଲ ମିଡିଆରେ ଅଭିନେତା ବା ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବିଷୟରେ ଅନେକ ପ୍ରକାରର ନ୍ୟୁଜ ଦେଖିଥିବେ ବା ଶୁଣିଥିବେ ।
ଆଉ ଅଭିନେତା ଅନୁଭବ ଆଉ ଅଭିନେତ୍ରୀ ବର୍ଷାଙ୍କ ଯୋଡିକୁ ସମସ୍ତେ ବହୁତ ଭଲ ପାଇଥାନ୍ତି । ଆଉ ପସନ୍ଦ ବି କରିଥାନ୍ତି । ଆଉ ତାଙ୍କ ଯୋଡିକୁ ସୁପର ଯୋଡ଼ି ବୋଲି ସମସ୍ତେ କୁହନ୍ତି । ଆଉ ଏହି ଯୋଡ଼ି ଦିନେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । 
ଆଉ ଏବେ ଏବେ ଅନୁଭବ ଆଉ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ଆଉ ସୋସିଆଲ ମିଡିଆରେ କିଛି ଦିନ ପୂର୍ବରୁ ବର୍ଷାଙ୍କ ବିଷୟରେ ଅନୁଭବ ଅନେକ କଥା ଆଉ ନିଜ ପରିବାରକୁ ନେଇ ଅନେକ ଲାଇଭ ଭିଡିଓ କରି ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।
ଆଉ ତାପରେ ବର୍ଷା ଏହା ବିରୁଦ୍ଧରେ ଏକ କେସ ଫାଇଲ କରିଥିଲେ । ତାପରେ ଏସଡିଜିଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ବର୍ଷା ଆଉ ଅନୁଭବ କେହି କାହା ବିରୋଧରେ ସୋସିଆଲ ମିଡିଆରେ କୌଣସି ପ୍ରକାରର ଭିଡିଓ ପୋଷ୍ଟ କରିବେ ନାହିଁ । 
ଆଉ ଏବେ ଏବେ ବର୍ଷା ଆଉ ଅନୁଭବଙ୍କ ବିବାଦକୁ ନେଇ ଜିଲ୍ଲା ଜଜ୍ ଆଉ ଏକ ନିର୍ଦ୍ଦେଶ ବା ରାୟ ଦେଇଛନ୍ତି । କୋର୍ଟ ରାୟ ଦେଇଛନ୍ତି କି ବର୍ଷା ଅନୁଭବଙ୍କ ଘରେ ରହିବେ । ଆସନ୍ତା ମାସ ୪ ତାରିଖରେ ଏହି ପାରିବାରିକ ବିବାଦର ପରବର୍ତ୍ତୀ ଶୁଣାଣି ହେବ ।
ଆଉ ଆଗରୁ ଏସଡିଜିଏମ୍ କୋର୍ଟ ରାୟ ଦେଇଥିଲେ ଯେ ବର୍ଷାଙ୍କୁ ମାସିକ ଖର୍ଚ୍ଚ ୩୦ ହଜାର ଟଙ୍କା ଦେବେ । ଆଉ ଏହାର ଶୁଣାଣି କରିବାର କାରଣ ଅନୁଭବ ତାଙ୍କ ବାପା ଆଉ ମାଙ୍କ ପାଇଁ ଚିନ୍ତିତ ଥିବାରୁ ସେ ବର୍ଷାଙ୍କୁ ତାଙ୍କ ଘରୁ ଦୂରେଇ ଦେବାକୁ ଚାହୁଁଥିଲେ । କିନ୍ତୁ ଅନୁଭବ ନୋଟିସ ଅନୁସାରେ ୧୦ ତାରିଖ ଭିତରେ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠେଇ ଥିଲେ । 
କିନ୍ତୁ ଏବେ ଏବେ ଜିଲ୍ଲା ଜଜ୍ ରାୟ ଶୁଣାଇଛନ୍ତି କି ବର୍ଷା ଅନୁଭବଙ୍କ ଘରେ ରହିବେ । ଏବେ ଦେଖାଯାଉ ଆଗକୁ କେଉଁ ମୋଡ଼ ନେଉଛି ବର୍ଷା ଆଉ ଅନୁଭବଙ୍କ ପାରିବାରିକ ବିବାଦ । ଆଉ ଏହି ବିବାଦର ପରିଣାମ କଣ ହେଉଛି । ଆଉ ଏହା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ଅପେକ୍ଷା ।