Movie prime

ଭାଙ୍ଗିଲା ଯୋରନ୍ଦା ମଠ ଦେଖନ୍ତୁ କାହିଁକି ହେଲା ଏମିତି

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଅଲେଖ ମହିମା ପୀଠ ପରିସରରେ ମୁଖ୍ୟ ଆରାଧନା ସ୍ଥଳୀ ହେଉଛି ଗାଦୀ ମନ୍ଦିର ତଥା ଶୂନ୍ୟ ମନ୍ଦିର।
ଏହି ମନ୍ଦିର ବେଢାକୁ ଲାଗି ୨୮ ଡିସିମିଲ୍‌ ଜାଗାରେ କୌପୀନଧାରୀ ମହିମା ସମାଜ ପକ୍ଷରୁ ୧୯୩୯ ମସିହାରେ ତିଆରି କରାଯାଇଥିଲା ଧୂନି ମନ୍ଦିର, ଅଖଣ୍ଡ ବତୀ ମନ୍ଦିର, ଅହ୍ମଣିଆ ମଣ୍ଡପ ଓ ଛୋଟ ଛୋଟ ମହିମା ଟୁଙ୍ଗି।
ଯାହାକୁ ବିରୋଧ କରି ୧୯୪୫ ମସିହାରେ ବକଳଧାରୀ ମହିମା ସମାଜ ପକ୍ଷରୁ ମହିମା ସନ୍ନ୍ୟାସୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 
ଅନେକ ବାଦ ବିବାଦ ଭିତରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ପ୍ରଶାସନ ପକ୍ଷରୁ ଆପୋଷ ବୁଝାମଣା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲା। ହେଲେ ସମସ୍ତଙ୍କ ଚେଷ୍ଟା ଶେଷରେ ବିଫଳ ହୋଇଥିଲା।
ପରବର୍ତ୍ତୀ ସମୟରେ ଏହି ଜାଗା ଉପରେ ଉଭୟଙ୍କ ଦାବି ରହିଥିବାରୁ ବିବାଦୀୟ ୨୮ ଡିସିମିଲ୍‌ ସ୍ଥାନକୁ ସମ୍ପୂର୍ଣ୍ଣ ଖାଲି କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
ଢ଼େଙ୍କାନାଳ, ଯୋରନ୍ଦା ମହିମା ପୀଠରେ ୧୪୪ ଧାରା ଜାରି। ଗାଦି ମନ୍ଦିର ତୃତୀୟ ବେଢା ମଧ୍ୟରୁ କୌପୁନି ସମାଜଙ୍କ ବତୀ ମନ୍ଦିର, ଟୁଙ୍ଗି, ଧୂନି ମନ୍ଦିର, ଭେକ ମନ୍ଦିର ଉଚ୍ଛେଦ ପ୍ରକ୍ରିୟା ଜାରି। 
ଘଟଣା ସ୍ଥଳରେ ୪ ପ୍ଲାଟନ ଫୋର୍ସ ମୁତୟନ। ଆଜି ସକାଳ ୧୦ ଘଟିକା ସମୟରେ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଉପ ଜିଲ୍ଲାପାଳ, ଅତିରିକ୍ତ ଏସପି ଥାନା ଅଧିକାରୀ ଉପସ୍ଥିତ ରହି ନଜର ରଖିଛନ୍ତି।
ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଜାଗା ଖାଲି କରିବା ପାଇଁ ପ୍ରଶାସନ ଉଦ୍ୟମ କରିଥିଲା। ହେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଠାରେ ରହିତାଦେଶ ଜାରି କରାଯାଇଥିଲା।
ପରେ ପୁନର୍ବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବକଳଧାରୀ ମହିମା ସମାଜ। 
ପରିଶେଷରେ ସମଗ୍ର ଅଞ୍ଚଳକୁ ଖାଲି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସେହି କାରଣରୁ ଆଜି ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ତା’ସହ ସାଧାରଣ ଲୋକଙ୍କୁ ପୀଠ ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଥିଲା।
ସୁରକ୍ଷା ଦୃଷ୍ଟିରୁ ପୀଠରେ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଥିଲା।