Movie prime

୮୮ ବର୍ଷ ବୟସରେ ଜିତିଲେ ୫ କୋଟି ଟଙ୍କା ଦେଖନ୍ତୁ କେମିତି ବୃଦ୍ଧ ଙ୍କ ଖୋଲିଗଲା ଭାଗ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମୟର ପରିବର୍ତ୍ତନ ଏଭଳି ଭାବରେ ହୋଇଥାଏ ଯାହାକୁ କେବେ ହେଲେ କେହି ମଧ୍ୟ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ। ଏବେ ଆମେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।
ଜଣେ ବୃଦ୍ଧ ଙ୍କ ଭାଗ୍ୟ ବଦଳାଇ ଦେଲା ଲଟେରୀ। ପାଞ୍ଚ କୋଟି ଟଙ୍କାର ମାଲିକ ହୋଇଛନ୍ତି ଏହି ବୃଦ୍ଧ। ସେଥିପାଇଁ ଏବେ ଛୁଟୁଛି ତାଙ୍କ ପାଇଁ ଶୁଭେଚ୍ଛାର ସୁଅ।
ତେବେ ଆପଣ ମାନେ ଜାଣିଥିବେ କି କଥାରେ ଅଛି ଭଗବାନ ଯାହା ଦିଅନ୍ତି ତାହା ଛପର ଫାଡ଼ି ଦିଅନ୍ତି। କେତେବେଳେ କାହା ଭାଗ୍ୟରେ ଯେ ଲକ୍ଷ୍ମୀ ପ୍ରସନ୍ନ ହେବେ ତାହା କେହି ହେଲେ ମଧ୍ୟ କହି ପାରିବେ ନାହିଁ।
ଏଭଳି କିଛି ଘଟିଛି ଜଣେ ବୃଦ୍ଧ ଙ୍କ ସହ ୮୮ ବର୍ଷରେ ବୃଦ୍ଧ ଜଣକ ୫ କୋଟି ଟଙ୍କାର ଲଟେରୀ ମଧ୍ୟ ଜିତିଛନ୍ତି। ଆଉ ସେ ଏବେ ହୋଇ ଯାଇଛନ୍ତି କୋଟିପତି। ତାଙ୍କ ନାମ ହେଉଛି ମହନ୍ତ ଦ୍ବାରିକା ଦାସ।
ପଞ୍ଜାବ , ଡେରାବିଶ ରେ ତାଙ୍କର ଘର ଗତ ୪୦ ବର୍ଷ ହେବ ସେ ଲଟେରୀ କିଣିବାର ସୌକ ରଖିଛନ୍ତି। ଏବଂ ଶେଷରେ ତାଙ୍କ ଭାଗ୍ୟ ମଧ୍ୟ ବଦଳି ଯାଇଛି।
ସୁଚନା ଅନୁସାରେ ମହନ୍ତ ଦ୍ବାରିକା ଦାସ ମକର ସଂକ୍ରାନ୍ତି ଉପଲକ୍ଷେ ବମ୍ଫର ଲଟେରୀ ଜିତିଛନ୍ତି। ଗତ ଜାନୁୟାରୀ ୧୬ ତାରିଖରେ ଲଟେରୀ ବିଜେତା ଙ୍କ ନାମ ଘୋଷଣା ହେବା ପରେ ଏଥିରେ ସ୍ଵଭାଗ୍ୟଶାଳୀ ବିଜେତା ଥିଲେ ଦ୍ବାରିକା ଦାସ।
ତାଙ୍କୁ ଏଥିପାଇଁ ନଗଦ ପାଞ୍ଚ କୋଟି ଟଙ୍କା ମଧ୍ଯ ମିଳିଛି। ସବୁ ଟାକ୍ସ କଟିବା ପରେ ତାଙ୍କ ପାଖକୁ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ଆସିଛି। ମହନ୍ତ ଦ୍ବାରିକା ମଧ୍ଯ ଲଟେରୀ ଜିତିବା
ପରେ ତାଙ୍କୁ ସ୍ଥାନୀୟ ଲୋକ ମାନେ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ମଧ୍ଯ ଜଣାଇଛନ୍ତି। ସୁଚନା ଅନୁସାରେ ସେ ୧୯୪୭ ମସିହାରୁ ସେ ପାକିସ୍ତାନ ଛାଡ଼ି ୧୩ ବର୍ଷ ବୟସ ରେ ଭାରତ ପଳେଇ ଆସିଥିଲେ।