Movie prime

ଚନ୍ଦ୍ର ଗ୍ରହଣ ରେ ହେତୁ ବାଦିଙ୍କ ବିରିଆନି ଖିଆ ଦେଖନ୍ତୁ କଣ କହୁଛନ୍ତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ହେତୁ ବାଦି ଓ ପରମ୍ପରା ବାଦି ଙ୍କ ମଧ୍ୟରେ ଘୋର ବିବାଦ ଲାଗିଛି। ଏବଂ ଖୁବ୍ ଜୋର୍ ରେ ଗଣ୍ଡଗୋଳ ମଧ୍ଯ ହୋଇଛି। ସୂର୍ଯ୍ୟ ପରାଗରେ କିଛି ଲୋକ ଚିକେନ ବିରିୟାନି ଖାଇଥିଲେ ଯାହାକୁ ନେଇ ବିବାଦ ସୃଷ୍ଠି ହୋଇଥିଲା। ଏହାକୁ ହେତୁ ବାଦି ମାନେ ସମର୍ଥନ ମଧ୍ଯ କରିଥିଲେ। ହେଲେ ପରମ୍ପରା ବାଦି ମାନେ ଏହାର ଘୋର ବିରୋଧ କରିଥିଲେ।
ଏଥି ମଧ୍ୟରେ ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ରେ ଚନ୍ଦ୍ରଗ୍ରହଣ ଲାଗିଥିଲା। ଏଥି ପାଇଁ ପାକ ନିଷେଧ ମଧ୍ଯ ହୋଇଥିଲା। ଲୋକ ମାନେ ମଧ୍ଯ ପୁନର୍ବାର ଗତକାଲି ଚିକେନ ବିରୀୟାନି ଖାଇଥିଲେ ଏବଂ କହିଥିଲେ କି ସେମାନେ ସୂର୍ଯ୍ୟ ପରାଗରେ ମଧ୍ଯ ଖାଇଥିଲେ ଏବେ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ଯ ଖାଉଛନ୍ତି। ଏବଂ ଖାଉଥିବା ବ୍ୟକ୍ତି ଜଣକ କହିଛନ୍ତି ସୂର୍ଯ୍ୟ ପରାଗ ରୁ ଚନ୍ଦ୍ର ଗ୍ରହଣ ୧୫ ଦିନ ମଧ୍ୟରେ ତାଙ୍କୁ କୌଣସି ପ୍ରକାରର ରୋଗ ହେଇ ନାହିଁ।
ଏହା କହି ସାରିବା ପରେ କହିଛନ୍ତି କି ବରଂ ସେ ଯେଉଁ କିଲେ ଦୁଇ କିଲୋ କମି ଯାଇଥିଲେ ସୂର୍ଯ୍ୟ ପରାଗ ରେ ଖାଇ ସାରିବା ପରେ ସଂପୂର୍ଣ୍ଣ ଭାବରେ ସେ ସୁସ୍ଥ ଅଛନ୍ତି। ଏବଂ କହିଛନ୍ତି ଯେଉଁଠାରେ ଭଗବାନ ଙ୍କ ଭୂମିକା ନାହିଁ ସେଠାରେ ଭଗବାନ ଙ୍କ ନାମ କହି ଗାଳି କରିବା ଜରୁରୀ ନୁହେଁ। ବିବାହ ଦିନରୁ ସେ ତାଙ୍କ ସ୍ତ୍ରୀ ଙ୍କ ସହ ହାତ ଗଣ୍ଠି ମଧ୍ଯ ପକାଇ ନଥିଲେ।
ଚନ୍ଦ୍ର ଗ୍ରହଣରେ ଖାଇବା ପରେ ଆହୁରି ଦୁଇ କି ତିନି କିଲୋ ବଢ଼ିବେ ବୋଲି ଆଶା ମଧ୍ଯ କରିଛନ୍ତି। ସେ ବିଜ୍ଞାନ କୁ ବିଶ୍ବାସ କରନ୍ତି ଏବଂ ବିଜ୍ଞାନ କୁ ହିଁ ନେଇକି ଚଳିବେ ବୋଲି କହିଛନ୍ତି। ସେ କିଛି ବିଭ୍ରାନ୍ତ ରେ ନାହାଁନ୍ତି କେବଳ ଖାଇବା କୁ ହିଁ ସେ ବିଶ୍ବାସ କରନ୍ତି ବୋଲି କହିଛନ୍ତି। ତେବେ ଏହାପ୍ରତି ଆପଣଙ୍କର ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ।