Movie prime

ଚାଟ ଖାଇ ଭାଇ ଭଉଣୀ ମୃ-ତ ବାପା ମା ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତି

 
Viral
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଚାର୍ଟ ଖାଇ ଭାଇ ଭଉଣୀ ଙ୍କ ର ମୃ-ତ୍ୟୁ ଘଟିଛି,ଏବଂ ବାପା ଆଉ ମା ଦୁହେଁ ଗୁରୁତର ହୋଇଥିବାର ଜାଣିବାକୁ ମିଳିଛି।
କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଅଭିମାନ ପୁର ପଞ୍ଚାୟତ ର ବୀର ବର ପୁର ରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବର୍ତ୍ତମାନ ଏହି ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଗୋବିନ୍ଦ ପାତ୍ର ଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚାର୍ଟ ଖାଇ ଗୋବିନ୍ଦ ତାଙ୍କ ସ୍ତ୍ରୀ ବାର ବର୍ଷର ଝିଅ ଓ ଆଠ ବର୍ଷର ପୁଅ ଗୁରୁତର ହୋଇ ପଡ଼ିଥିଲେ।ସ୍ଥାନୀୟ ବାସିନ୍ଦା ମାନେ ସେମାନଙ୍କୁ ମାଣିଆ ବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।
ପରେ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଝିଅ ଙ୍କ ର ମୃ-ତ୍ୟୁ ଘଟିଛି।ବାପା ଗୋବିନ୍ଦ ଏବଂ ମା ଗୁରୁତର ଅବସ୍ଥାରେ ଅଛନ୍ତି।
ସେମାନଙ୍କୁ ଆଇ ସି ୟୁ ରେ ଚିକିତ୍ସା କରାଯାଇଛି।ବଡମ୍ବା ରିପୋର୍ଟର ଦେବୀ ପ୍ରସାଦ ରଥ କହିଛନ୍ତି ଯେ ବର୍ତ୍ତମାନ ବୀର ବର ପୁର ଅଞ୍ଚଳରେ ସୋକର ଛାୟା ଖେଳି ଯାଇଛି।
କାରଣ ଜଣେ ବାର ବର୍ଷର ପୁଅ ଆଉ ଆଠ ବର୍ଷର ଝିଅ ମୃ-ତ୍ୟୁବରଣ କରିଛନ୍ତି।ଏହାଶୁଣି ସମସ୍ତେ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ପୁଅ ଝିଅ ଙ୍କ ଜୁଇ ଜଳୁଥିବା ସମୟରେ ଗ୍ରାମବାସୀ ଏବଂ ପରିବାର ଲୋକମାନେ ଉପସ୍ଥିତ ଥିଲେ।
ବର୍ତ୍ତମାନ ଗୋବିନ୍ଦ ଆଉ ତାଙ୍କ ସ୍ତ୍ରୀ ଏସ ସି ବି ମେଡିକାଲ୍ ରେ ଆଇ ସି ୟୁ ରେ ଚିକିତ୍ସାଧୀନ ରହିଛନ୍ତି।ଘରେ ତିଆରି କରିଥିବା ଚାର୍ଟ ଖାଇ ଏଭଳି ହୋଇଛି।ବର୍ତ୍ତମାନ ମଧ୍ୟ ଉଭୟ ଠିକ୍ ନାହାନ୍ତି।ଗ୍ରାମବାସୀ ମାନେ କହିଛନ୍ତି ଯେ ସେମାନଙ୍କର ଝାଡା ବାନ୍ତି ହୋଇଥିଲା।
ତାଙ୍କ ଘରେ ଚାର୍ଟ ଏବଂ ଡାଲମା ମଧ୍ୟ ରଖା ଯାଇଥିଲା।ଭିଡିଓ ରେ ଦେଖିବାକୁ ମିଳିଛି।କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇନାହିଁ ଯେ ସେମାନଙ୍କର ଚାର୍ଟ ଖାଇ ଏଭଳି ହୋଇଛି ନା ଅନ୍ୟ କିଛି କଥା ରହିଛି।ବର୍ତ୍ତମାନ ଏହି ଘଟଣା ରେ ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।