Movie prime
ଆମେ ଗଣେଶ ପୂଜା କରୁଛୁ ହେଲେ ଗାଡ଼ି ଚଢ଼େଇ ଦେଉଛି ଦୀପିକା ଦିଅର
 
Viral news
ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ ।
ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗ-ର୍ଭ-ବ-ତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ ।
ତେବେ ଆଜି ହେଉଛି ପବିତ୍ର ଗଣେଶ ପୂଜା ଏହି ଗଣେଶ ପୂଜା ଅବସରରେ ଦୀପିକା ଦିନେଶଙ୍କ ଘର ସାମ୍ନାରେ ଗଣେଶ ମୂର୍ତ୍ତି ରଖି ପୂଜା ଆରମ୍ଭ କରି ସାରିଛନ୍ତି। ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ଅଛନ୍ତି।
ଏବେ ଗଣମାଧ୍ୟମ ଆଗରେ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ ଦୀପିକା ତା ପାଇଁ ଆଉ ତା ପିଲା ପାଇଁ ନ୍ୟାୟ ପାଇବାକୁ ଅଜିକି ୩୦ ଦିନ ହେବ ବସିଛି। ଏବଂ ପ୍ରମିଳା ତ୍ରିପାଠୀ କହିଛନ୍ତି କେତେ କଷ୍ଟରେ ବସିକି ଦୀପିକା ପୂଜାର ଆୟୋଜନ କରିଛି। 
ଆଉ ପ୍ରମିଳା ତ୍ରିପାଠୀ କହିଛନ୍ତି ମୁଁ ଦୀପିକା ପାଖକୁ ଯିବାଆସିବା କରୁଛି ସାହାଯ୍ୟ ମଧ୍ୟ କରୁଛି। ଆମେ ମିଶିକି ଭଗବାନଙ୍କୁ ପ୍ରାର୍ଥନା କରୁଛୁ କେମିତି ଦୀପିକା ଶଶୁର ଘର ଲୋକଙ୍କୁ ସଦବୁଦ୍ଧି ମିଳୁ ବୋଲି।
କିନ୍ତୁ ସେତିକି ବେଳକୁ ଦୀପିକା ସାନ ଦିଅର ଗାଡ଼ି ଧରି ଆସି,ଏତେ ଜୋରେ ସାଉଣ୍ଡ କରି, ଆମ ଉପରକୁ ଚଢ଼େଇଲା ଭଳିଆ ଆସୁଛନ୍ତି। ଏଇଟା ଗୋଟେ ନିନ୍ଦନୀୟ ଘଟଣା ବୋଲି ପ୍ରମିଳା ତ୍ରିପାଠୀ କହିଛନ୍ତି। 
ଆଜି ଯେଉଁ ଗଣେଶ ପୂଜା ଦୀପିକା କରୁଛି ଭଗବାନ୍ କରନ୍ତୁ ଦୀପିକା ର ପ୍ରାର୍ଥନା ଶୁଣି ତାକୁ ନ୍ୟାୟ ଦିଅନ୍ତୁ। ଆଉ ମଧ୍ୟ ପ୍ରମିଳା ତ୍ରିପାଠୀ କହିଛନ୍ତି ଦୀପିକା କୁ ନିଶ୍ଚିତ ହକ୍ ମିଳିବ ଆଉ ଦୀପିକା ପୁଅକୁ ନ୍ୟାୟ ମିଳିବ।
ଆଉ ପ୍ରମିଳା ତ୍ରିପାଠୀ ଗଜାନନ ପାଖରେ ପ୍ରାର୍ଥନା କରି କହିଛନ୍ତି ଦୀପିକା କୁ ଆଉ ତା ପିଲା କୁ ଭଗବାନ ଆଶୀର୍ବାଦ ଦିଅନ୍ତୁ। ଦିନେଶଙ୍କ ଘର ସାମ୍ନାରେ ପାଲ ଟାଙ୍ଗୀ ସେମାନେ ଗଣେଶ ପୂଜା କରୁଛନ୍ତି ତେବେ ଏହାକୁ ନେଇ ଦିନେଶଙ୍କ ଘର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।