Movie prime

ଖୋଲିଲା ସବୁ ଗୁମର ଘରୁ ସିଜ ହେଲା ୧୭ କେଜି ସୁନା ଦେଖନ୍ତୁ

 
Special Report
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।୮ କୋଟି ୫୦ ଲକ୍ଷର ସୁନା ନଗଦ କୋଟିଏ ୫୭ ଲକ୍ଷ ଟଙ୍କା।ଅଢେଇ କୋଟି ର ବ୍ୟାଙ୍କ ଡିପୋଜିଟ୍।ଅବସର ପ୍ରାପ୍ତ ରେଲୱେ ଅଧିକାରୀ ପ୍ରମୋଦ କୁମାର ଜେନା ଙ୍କ ଆଶ୍ଚର୍ଯ୍ୟ କରିଦେବା ଭଳି
ଏସବୁ ହେଉଛି ସମ୍ପତି।ଶହେ କି ଦୁଇ ଶହ ଗ୍ରାମ ନୁହେଁ।କିଲୋ କି ଦୁଇ କିଲୋ ନୁହେଁ। ରେଡ୍ ବେଳେ ବାହାରିଥିଲା ୧୭ କେଜିର ସୁନା। ସୁନା ବିସ୍କୁଟ,ମାଳ ମାଳ ସୁନା ଅଳଙ୍କାର ଆଉ ସୁନା କଏନ ମିଳିଥିଲା।
ପୂର୍ବତନ ରେଲୱେ ଅଧିକାରୀ ପ୍ରମୋଦ କୁମାର ଜେନା ଙ୍କ ଭୁବନେଶ୍ୱର ସ୍ଥିତ ଘରେ ସକାଳୁ ସକାଳୁ ସିବିଆଇ ଚଢାଉ କରିଥିଲେ।ଆଉ ରେଡ୍ ବେଳେ ଏତେ ପରିମାଣର ସୁନା ଦେଖି ତଦନ୍ତକାରୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ମିଳିଥିବା ସୁନାର ମୂଲ୍ୟ ସାଢ଼େ ଆଠ କୋଟି ରୁ ଅଧିକ ଅଟେ।କେବଳ ସୁନା ନୁହେଁ ପ୍ରମୋଦ କୁମାର ଜେନା ଙ୍କ ଘରେ।ନଗଦ କୋଟିଏ ୫୭ ଲକ୍ଷ ଟଙ୍କା।ବ୍ୟାଙ୍କ ଓ ପୋଷ୍ଟାଲ୍ ଜମା କୁ ମିଶାଇଲେ ଅଢେଇ କୋଟି ର ଫିକ୍ସ୍ ଡିପୋଜିଟ୍ ରଖିଛନ୍ତି।
ଅବସର ପ୍ରାପ୍ତ ରେଲୱେ ଅଧିକାରୀ ପ୍ରମୋଦ କୁମାର ଜେନା ଙ୍କ ନାମରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରହିଥିଲା।ଗତ ୪ ତାରିଖ ଦିନ ପ୍ରମୋଦ ଙ୍କ ଭୁବନେଶ୍ୱର, କଟକ ଏବଂ ଜଗତସିଂହପୁର ସମେତ ୬ ଟି ସ୍ଥାନରେ ପୋଲିସ ଚଢ଼ାଉ କରିଥିଲେ।
ସେଦିନ ଘରୁ ନଗଦ ୧୦ ଲକ୍ଷ ଟଙ୍କା ମିଳିଥିଲା।ଏଥି ସହିତ ମୋଟ ଏକ କୋଟି ୯୨ ଲକ୍ଷରୁ ଅଧିକ ପରିମାଣର ଆୟ ବହିର୍ଭୁତ ସମ୍ପତି ସିବିଆଇ ଠାବ କରିଥିଲେ।
ଯାହାକି ପ୍ରମୋଦ ଙ୍କ ଆୟ ତୁଳନା ରେ ୫୯ ପ୍ରତିଶତ ସମ୍ପତି ଅଧିକ ରହିଛି ବୋଲି ଆକଳନ କରାଯାଇଥିଲା।ଆଜି ସେଥିରେ ଯୋଡ଼ି ହୋଇଛି ଆଉ ଦେଢ଼ କୋଟି ଟଙ୍କା ଆଉ ସତର କେଜି ସୁନା।
ପ୍ରମୋଦ କୁମାର ଜେନା ୧୯୮୭ ବ୍ୟାଚର ଆଇ ଆର୍ ଟି ଏସ ଅଫିସର।ସେ ୧୯୮୯ ରେ ରେଲୱେ ରେ ଚାକିରି ଆରମ୍ଭ କରିଥିଲେ।ଚାକିରି କାଳ ମଧ୍ୟରେ ବହୁତ ବଡ଼ ବଡ଼ ପଦ ପଦବୀ ରେ ରଖିଥିଲେ। ଏହି ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି।