Movie prime

ଦୁଇ ଦୁଇଥର ବିଧାୟକ ହୋଇ ମଧ୍ୟ ଆଜି ଏମିତି ଚାଳ ଛପର ଘରେ ସ୍ୱାଭିମାନୀ ଜୀବନ ବିତାଉଛନ୍ତି ଗଙ୍ଗାଧର ଦାସ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସମସ୍ତ ଘଟଣା ଆପଣମାନେ ଜାଣି ପାରୁଥିବେ । ସୋସିଆଲ ମିଡିଆରେ ଆପଣମାନେ ଏବେ ଏମିତି ଏକ ଖବର ବିଷୟରେ ଜାଣିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଉ ଭାବିବେ କି ବିଧାୟକ ହୋଇ ମଧ୍ୟ ଆଜିବି ଏମିତି ଅଛନ୍ତି ଯେମିତି ସେ ଆଗରୁ ଥିଲେ । ଏହି ଖବରକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଆପଣମାନେ ଜାଣିଥିବେ ରାଜନୀତିରେ ପାଦ ଦେଲା ମାତ୍ରକେ ଅନେକ ଲୋକ ଧନୀ ହୋଇଯାଆନ୍ତି ।
ତାଙ୍କ ପାଖରେ ଚାଳ ଘର ଥିଲେ ତାହା କୋଠା ଘର ହୋଇଯାଏ । ଧନ ସଂପତ୍ତି ନଥିଲେ ଧନ ସଂପତ୍ତି ଅଧିକ ହୋଇଯାଏ । ଆପଣମାନେ ଜାଣିଥିବେ ରାଜନୀତିରେ ଅନେକ ଲୋକ ଅନେକ ଟଙ୍କା ରୋଜଗାର କରନ୍ତି ।
ଆଉ ଆଜିକାର ନେତା ଲୋକଙ୍କ ସେବା କମ୍ କିନ୍ତୁ ତାଙ୍କ ପାଇଁ ଆସିଥିବା ସରକାରୀ ଟଙ୍କାକୁ ଲୁଟିବାରେ ଅଧିକ । କିନ୍ତୁ ଏମିତି କିଛି ରାଜନେତା ଅଛନ୍ତି ଯେଉଁମାନେ ତାଙ୍କ ଜୀବନ ଥିବା ଯାଏଁ ଲୋକମାନଙ୍କର ସେବା କରୁଛନ୍ତି ।
ଆଉ ଲୋକମାନଙ୍କର ସେବା କରିବା ସେ ଆଜି ପର୍ଯ୍ୟନ୍ତ ବନ୍ଦ କରୁନାହାଁନ୍ତି । ତାଙ୍କ ପାଖରେ ଧନ ନାହିଁ । ସେ ଚାଳ ଘରେ ଆଜିବି ରହୁଛନ୍ତି । ଏବେ ଏମିତି ଜଣେ ମହାନ୍ ବିଧାୟକଙ୍କ ନାଁ ସାମ୍ନାକୁ ଆସିଛି ।
ଭଦ୍ରକ ଜିଲ୍ଲା ତିହିଡି ଜିଲ୍ଲା କଂପଡ଼ା ଗ୍ରାମର ବିଧାୟକ ଗଙ୍ଗାଧର ଦାସ । ସେ ତାଙ୍କ ଅଞ୍ଚଳରେ ଦୁଇଥର ବିଧାୟକ ହୋଇଛନ୍ତି । ତାଙ୍କ ବୟସ ୯୦ ବର୍ଷ ।
ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଆଉ ୫ ଜଣ ପୁଅ ଏବଂ ୨ଟି ଝିଅ ଅଛନ୍ତି । ସେ ଚାନ୍ଦବାଲି ଅଞ୍ଚଳର କଂଗ୍ରେସ ନିର୍ବାଚନ ପକ୍ଷରୁ ୧୯୭୧ ମସିହାରେ ପ୍ରଥମେ ବିଧାୟକ ହୋଇଥିଲେ ।
ତାପରେ ୧୯୭୭ ମସିହାରେ କଂଗ୍ରେସ ଛାଡି ଜନତା ଦଳ ତରଫରୁ ବିଧାୟକ ହୋଇଥିଲେ ।ସେ ଗାଁରେ ଯିବାଆସିବା ପାଇଁ ରାସ୍ତା, ପିଲାମାନଙ୍କ ପାଇଁ ସ୍କୁଲ ଏବଂ ନଳକୂପ କରିଥିଲେ ।
ଆଜିକାର ବିଧାୟକଙ୍କ ଭାଗ୍ୟ ବଦଳି ଯାଉଛି । କିନ୍ତୁ ପୂର୍ବତନ ବିଧାୟକ ଗଙ୍ଗାଧର ଏବେବି ଚାଳ ଛପର ଘରେ ରହୁଛନ୍ତି । ସରକାରଙ୍କ ତରଫରୁ ତାଙ୍କୁ କୌଣସି ସୁବିଧା ମିଳିନାହିଁ ।
ତାଙ୍କ ସ୍ତ୍ରୀ କହିଛନ୍ତି ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୁବିଧା ମିଳିନାହିଁ । ସେ ସବୁବେଳେ ବଜାର ଯାଇଥାନ୍ତି । ସେ ଏବେବି ତାଙ୍କ ଅଞ୍ଚଳର ଲୋକମାନଙ୍କର ଦେହ ଖରାପ୍ ହେଲେ ତାଙ୍କୁ ମେଡିକାଲ ନେଇଥାନ୍ତି ।
ସରକାର କୌଣସି ସୁବିଧା କରନ୍ତୁ ବୋଲି ମାଗି ନାହାଁନ୍ତି ଗଙ୍ଗାଧର । ସେ ସ୍ୱାଭିମାନ ସହ ଚଳି ଆସିଛନ୍ତି । ତାଙ୍କୁ ନେଇ ତାଙ୍କ ଅଞ୍ଚଳ ଆଜି ଚର୍ଚ୍ଚାରେ ଅଛି ।