Movie prime

ବିଞ୍ଚିଦେଲେ ୧୦ ଲକ୍ଷ ଟଙ୍କା

 
Special Report
ଅଚାନକ ଫ୍ଲାଏ ଓଭର ରୁ ହେଲା ନୋଟ୍ ବର୍ଷା। ଟଙ୍କା ଉଠେଇବା ପାଇଁ ଲୋକ ମାନଙ୍କର ଭିଡ ଜମି ଯାଇଥିଲା।ଲୋକମାନେ ଟଙ୍କା ଙ୍କୁ ବହୁତ ଭଲ ପାଇଥାନ୍ତି।ଏହି କଥା ସମସ୍ତେ ଜାଣନ୍ତି।
ଯେତେବେଳେ ଅଚାନକ ଫ୍ଲାଏ ଓଭର ରୁ ନୋଟ୍ ବର୍ଷା ହେବାର ଲାଗିଲା ଲୋକମାନେ ତାହା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏବଂ କିଏ କାହାକୁ ନ ଦେଖି ସାଙ୍ଗେ ସାଙ୍ଗେ ଟଙ୍କା ଉଠାଇବା ପାଇଁ କୁଆଡୁ କୁଆଡୁ ଲୋକମାନେ ଚାଲି ଆସିଥିଲେ।
ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଲୋକ ମାନଙ୍କ ପଇସା ରେ କେତେ ଲୋଭ ତାହା ଦେଖିବାକୁ ମିଳିଛି।
ଲୋକମାନେ ଯେତେବେଳେ ଦେଖିଲେ ଭାବିଲେ ଯେ ଏତେ ଟଙ୍କା କେଉଁ ଆଡ଼ୁ ଆସୁଛି।ଏଭଳି ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା କର୍ଣାଟକ ର ବେଙ୍ଗାଲୁରୁ ରୁ ଦେଖିବାକୁ ମିଳିଛି। ଟଙ୍କା ପାଖରେ ଲୋକ ମାନଙ୍କର ଭିଡ ଜମି ଯାଇଥିଲା।
ବେଙ୍ଗାଲୁରୁ ର କେୟାର ମାର୍କେଟ ଫ୍ଲାଏ ଓଭର ରୁ ଏହି ନୋଟ୍ ବର୍ଷା ହେଉଥିବାର ଦେଖିବାକୁ ମିଳିଛି।ଏହି ନୋଟ୍ କୁ ନେବା ପାଇଁ ସ୍ଥାନୀୟ ଲୋକମାନଙ୍କ ଭିଡ ଜମାଇଥିଲେ।
ଏପରିକି ସ୍ଥିତି ଏଭଳି ହୋଇଥିଲା କିଛି ସମୟ ପାଇଁ ଟ୍ରାଫିକ ମଧ୍ୟ ଜାମ୍ ହୋଇ ଯାଇଥିଲା।ଭିଡିଓ ରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣଙ୍କ ଫ୍ଲାଏ ଉପରକୁ ଟଙ୍କା ବିଞ୍ଚିବାର ଆରମ୍ଭ କରି ଦେଇଥିଲେ।ଏହାପରେ ଲୋକମାନେ ସେହି ସ୍ଥାନକୁ ଦୋୖଡି କରି ଆସିଥିଲେ।
ସେଠାରେ ଥିବା ଜଣେ ବ୍ୟକ୍ତି ଏହି ଭିଡିଓ କୁ ରେକର୍ଡ କରିଥିଲେ।ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ।ବର୍ତ୍ତମାନ ଏହି ଭିଡିଓ ଟି ଚର୍ଚ୍ଚାର ବିଷୟ ପାଲଟିଛି।ଅଜଣା ବ୍ୟକ୍ତି ଜଣଙ୍କ ବିଡା ବିଡା ଟଙ୍କା ନେଇ ଆସିଥିଲେ।
ଏବଂ ତାଙ୍କ କାନ୍ଧ ରେ କାନ୍ଥ ଘଣ୍ଟା ଭଳି କାନ୍ଧରେ ଲଟକି ରହିଥିଲା।ଏହାପରେ ବିଞ୍ଚିବା ଆରମ୍ଭ କରି ଦେଇଥିଲେ।ଏବଂ ଲୋକମାନେ ଉଠାଇ ଚାଲିଲେ।୧୦ ଲକ୍ଷ ଟଙ୍କା ଫୋପାଡି ଥିବାର ଜଣାପଡ଼ିଛି