Movie prime
ପୁଣି ଦାଉ ସାଜିଲା ମହଙ୍ଗା ଯୁଗ ଛଟପଟ ଖାଉଟି ଦେଖନ୍ତୁ କଣ କଣ ବଢିଲା
 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଏବେ ଦେଖିବାକୁ ପାଉଥିବେ ପ୍ରତ୍ୟେକ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଦର କେତେ ମାତ୍ରାରେ ବଢ଼ିବାରେ ଲାଗିଛି। ଖାଉଟି ଉପରେ ମଧ୍ୟ ଖୁବ୍ ମହଙ୍ଗା ମାଡ଼ ହେଉଛି। ଫଳରେ ସାଧାରଣ ଖାଉଟି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି। ଜଣେ ସାଧାରଣ ଲୋକ ଉପରେ ମଧ୍ଯ ଏହି ଭାର ଖୁବ୍ ବଢ଼ିବାରେ ଲାଗିଛି।
ଡାଲି , ଅଟା , ସୁଜି ଓ ବିରି ଏଭଳି ଅନେକ ଡାଲି ଜାତୀୟ ପଦାର୍ଥ ମଧ୍ୟ ଖୁବ୍ ବଢ଼ିବାରେ ଲାଗୁଛି। ଏଭଳି ଅଟା ,ତେଲ ,ଚାଉଳ ଭଳି ସମସ୍ତ ଖାଦ୍ୟ ପଦାର୍ଥ ମଧ୍ୟ ଖୁବ୍ ବଢ଼ିବାରେ ଲାଗିଛି । ଯାହାକି ଏକ ଖାଉଟି ପାଇଁ ଏବେ ମୁଖ୍ୟ ଚିନ୍ତାର କାରଣ ପାଲଟିଛି। ଏପଟେ ଖୁଚୁରା ବ୍ୟବସାୟୀ ମାନେ କହିଛନ୍ତି କି ଗୋଦାମ ଘରୁ ଅତ୍ୟଧିକ ରେଟ୍ ରେ ଜିନିଷ କିଣିବାକୁ ପଡ଼ୁଥିବା ରୁ ଖୁଚୁରା ବଜାର ରେ ରେଟ ବଢ଼ିଛି।
ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା କି ଯଦି ଦରଦାମ ଟିକେ କମିଯାଏ ତେବେ ଏକ ସାଧାରଣ ଜନତା ବା ମଧ୍ୟବିତ୍ତ ପରିବାର ପାଇଁ ଏହା ବିଶେଷ ସହାୟକ ହୋଇ ପାରିବ। ଏଭଳି ରେଟ ମଧ୍ଯ ବଢ଼ିବା ଦ୍ବାରା ଲୋକ ମାନେ ଜିନିଷ ବି ଖୁବ୍ କମ୍ କିଣିବାକୁ ଲାଗିଲେଣି। ଦୁଇଟି ସୁଜି ବା ଅଟା ପ୍ୟାକେଟ ବଦଳରେ ସେମାନେ ଗୋଟେ ହିଁ କିଣୁଛନ୍ତି। ଯାହାଦ୍ଵାରା
ଜଣେ ଖୁଚୁରା ବ୍ୟବସାୟୀ ଅନେକ କ୍ଷତି ସହିବାକୁ ପଡୁଛି। ଏବଂ ଜଣେ ଗରିବ ଶ୍ରେଣୀର ଲୋକ ପାଇଁ ଏହା ହେଉଛି ବୋଝ ଉପରେ ଲଳିତା ବିଡା ସ୍ୱରୂପ। ତେବେ ଏଭଳି ରେଟ ଯଦି ବାରମ୍ବାର ବଢ଼ିବାକୁ ଲାଗିବ ତେବେ ଲୋକ ମାନଙ୍କ ଅବସ୍ଥା କଣ ହେବ ବୋଧ ହୁଏ ଆପଣ ମାନେ ତାହା ଭଲ ଭାବରେ ଜାଣି ପାରୁଥିବେ। ତେବେ ଦେଖା ଯାଉ ଆଗକୁ ଏହି ଦର ବୃଦ୍ଧି କେଉଁ ରୂପ ନେବାକୁ ଯାଉଛି।