Movie prime

ଘରେ ବସି ବସି କରି ପାରିବେ ଏଥର ତତ୍କାଳୀନ ଟିକେଟ ଦେଖନ୍ତୁ କେମିତି କରିବେ ସମ୍ପୂର୍ଣ ଏହି ଭିଡିଓ ରେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଆସି ଯାଇଛି ସବୁ ଠାରୁ ବଡ଼ ଖବର ।ଆପଣ ମାନେ ଘରେ ବସି ମଧ୍ଯ କରି ପାରିବେ ତତ୍କାଳ ଟିକେଟ ବୁକିଂ। ହାତ ପାହାନ୍ତରେ ଆପଣ ମାନେ ପାଇ ପାରିବେ ଏହି ସୁବିଧା।
ତେବେ ଆମେ ଏବେ ଆପଣଙ୍କୁ ଏହି ତରିକା ସମ୍ପର୍କ ରେ କହିବାକୁ ଯାଉଛୁ। ଆପଣ ମାନେ ଜାଣିଥିବେ କି ଭାରତୀୟ ରେଳରେ କନଫର୍ମ ଟିକେଟ ପାଇବା ବହୁତ କଷ୍ଟକର। ବେଳେ ବେଳେ ଆପଣଙ୍କୁ ନିହାତି ଜରୁରୀ ଥିଲେ ମଧ୍ୟ ଏହି ଟିକେଟ ମିଳି ନଥାଏ।
ଏହି କ୍ଷେତ୍ରରେ ସର୍ବଦା କାର୍ଯ୍ୟରେ ଆସିଥାଏ ତତ୍କାଳ ଟିକେଟ। ଯାତ୍ରାର ମଧ୍ୟ ଗୋଟେ ଦିନ ପୂର୍ବରୁ ହିଁ ଆପଣ ଏହି ଟିକେଟ କୁ ବୁକ୍ କରିଥାଆନ୍ତି। ଏହି ଟିକେଟ ର ଵୁକିଂ ମଧ୍ଯ ଖୁବ ସହଜ ଅଟେ।
IRTC ସକାଳ ୧୦ ଟାରେ 3rd ଏସି ଓ ୧୧ ଟାରେ ସ୍ଲିପର ବୁକିଂ ଆରମ୍ଭ ହୋଇଥାଏ। ତେବେ ଏସି ଏବଂ ନନ୍ ଏସି କୋଟା ରେ ତତ୍କାଳ ପାଇଁ କିଛି ଟିକେଟ ମଧ୍ୟ ରହିଥାଏ। ଏହି ସିଟ୍ ଗୁଡିକ ମଧ୍ୟ ବୁକିଂ ପାଇଁ ୱେବସାଇଟ କେବଳ ଏକ ଘଣ୍ଟା ପାଇଁ ଉପଲବ୍ଧ ଥାଏ।
ଏବଂ ପିଏନଆର ରେ ଆପଣ କେବଳ ଚାରୋଟି ସିଟ୍ ହିଁ ବୂକିଂ କରି ପାରିବେ। ତେବେ ତତ୍କାଳ ଟିକେଟ ଯଦି ଆପଣ କ୍ୟାନ୍ସେଲ କରିବାକୁ ଚାହାଁନ୍ତି। ତେବେ ରେଲୱେ ଆପଣଙ୍କ ମୁଲ୍ୟ ଫେରାଇ ନଥାଏ।
ଯଦି ଆପଣଙ୍କ IRTC ଆପ ଅଛି ତେବେ ପ୍ରଥମେ ଆପଣ ସାଇନ୍ ଅପ୍ କରିବେ। ପ୍ଲାନ ମାଇ ଜର୍ଣି ରେ କ୍ଲିକ୍ କରି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯିବେ ତାହାର ଅପ୍ସନ୍ ମଧ୍ୟ ଆପଣ ମାନେ ଫିଲ ଅପ କରିବେ। ଏହାପରେ ଆପଣ ତତ୍କାଳ ଟିକେଟ ବୁକ୍ କରି ପାରିବେ।
ପରେ ଯାତ୍ରା ଚୟନ କରି E-tickets ଅପ୍ସନ୍ ରେ କ୍ଲିକ୍ କରିବେ। ଏହାପରେ ଟ୍ରେନ ଗୁଡ଼ିକର ତାଲିକା ଆପଣଙ୍କ ସାମ୍ନାକୁ ଆସିବ ଏହାପରେ ଟ୍ରେନ ର ତାଲିକା ମଧ୍ଯ ଦେଖିବାକୁ ପଡ଼ିବ।
​​​​​​
ଏହାପରେ ଉପରେ ଏକ ସିଲେକ୍ଟ କୋଟା ଅପ୍ସନ୍ ଦେଖା ଦେବ ଏବଂ ଏହା ଉପରେ ଆପଣ ତତ୍କାଳ ଚୟନ କରିବା ପରେ ୱେବ୍ସାଇଟ୍ ରେ ସେହି ଟ୍ରେନ ଗୁଡ଼ିକର ଲିଷ୍ଟ ମଧ୍ଯ ଦେଖା ଯିବ ଯେଉଁଥିରେ କି ତତ୍କାଳ କୋଟା ଉପଲବ୍ଧ ଥିବ।