Movie prime

High security ନମ୍ବର୍ ପ୍ଲେଟ ରେ ଆସିଲା ପୁଣି ନୂଆ ସୂଚନା ଶୀଘ୍ର ଦେଖନ୍ତୁ କଣ

 
Viral News
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି। ନମ୍ବର ପ୍ଲେଟ ଅବଧି ବଢାଇଲା ରାଜ୍ୟ ପରିବହନ ବିଭାଗ। ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର। ଶେଷ ଅଙ୍କ ୧, ୨, ୩, ୪ ପାଇଁ ନଭେମ୍ବର ୩୦ ଶେଷ ତାରିଖ।
ଶେଷ ଅଙ୍କ ୫, ୬ ପାଇଁ ଡିସେମ୍ବର ୩୧ ଶେଷ ତାରିଖ। ୭, ୮ ପାଇଁ ଜାନୁଆରୀ ୩୧ ଓବଂ ୯, ୦ ପାଇଁ ଫେବୃଆରୀ ୨୮ ଶେଷ ତାରିଖ ରଖାଯାଇଛି। ଦ୍ୱିତୀୟ ଥର ପାଇଁ ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟର ଅବଧି। ନମ୍ବର ପ୍ଲେଟ ଲଗାଇବାର ଅବଧି ବଢାଇଛି ରାଜ୍ୟ ପରିବହନ ବିଭାଗ। 
୨୦୨୩ ଫେବ୍ରୁଆରୀ ଯାଏ ଅବଧି ବଢାଇଲେ ରାଜ୍ୟ ସରକାର। ରାଜ୍ୟରେ ଲାଗୁହୋଇଥିବା ଏଚଆରଏସପି ଅବଧିକୁ ରାଜ୍ୟ ସରକାର ପୁଣି ଥରେ ବଢାଇଛନ୍ତି। ଏହା ହେବା ଦ୍ୱାରା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧି ବୃଦ୍ଧି ପାଇଛି।
ନିଜ ଗାଡିର ନମ୍ବର ପ୍ଲେଟର ଶେଷ ଅଙ୍କ ୧,୨,୩, ୪ ଥିଲେ ଆପଣଙ୍କ ପାଇଁ ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ନଭେମ୍ବର ୩୦।
ଶେଷ ଅଙ୍କ ୫,୬ ଥିଲେ ଡିସେମ୍ବର ୩୧ ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ଲଗାଇପାରିବେ। ନମ୍ବର ପ୍ଲେଟର ଶେଷ ଅଙ୍କ ୭ ଓ ୮ ଥିଲେ ଜାନୁୟାରୀ ୩୧ ସୁଦ୍ଧା ନୂଆ ନମ୍ବର ପ୍ଲେଟ ଲଗାଇପାରିବେ। 
ଏହା ବାଦ୍ ଶେଷ ଅଙ୍କ ୯ଏବଂ ୦ ଥିଲେ ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ନମ୍ବର ପ୍ଲେଟ ଲଗାଇ ପାରିବେ। ଗାଡିର ମାଲିକଙ୍କ ସୁବିଧାକୁ ଆଖିରେ ରଖି ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିବା ବାଧ୍ୟତାମୂଳକ ହୋଇଥିଲା।
ପୂର୍ବରୁ ମଧ୍ୟ ଗୋଟିଏ ଥର ଏହି ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ବେଳେ ପୁଣି ଥରେ ଏହାକୁ ବଢାଇ ଦିଆଯାଇଛି। ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ରାଜ୍ୟର ୧୧ ଲକ୍ଷ ୭୩ ହଜାର ୪୫୯ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ଲଗାଯାଇସାରିଛି। 
ସେହିଭଳି ୨୯ ଲକ୍ଷ ୫୯ ହଜାର ୫୪୪ ଗାଡିର ମାଲିକ ଏହି ନମ୍ବର ପ୍ଲେଟ ଲଗାଇବାକୁ ଆବେଦନ କରିଛନ୍ତି। ପୂର୍ବରୁ ଅକ୍ଟୋବର ୩୧ ଯାଏ ହାଇସିକ୍ୟୁରିଟି ନମ୍ବର ପ୍ଲେଟର ଅବଧି ବଢିଥିଲା।
ପୂର୍ବରୁ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ପରେ ହାଇକୋର୍ଟରେ ମାମଲା ରୁଜୁ ପରେ ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୧ ତାରିଖରେ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.