Movie prime

ହ୍ୟୁମାନ ଙ୍କ ଅଲଗା ଝିଅ ସହ ସମ୍ପର୍କ ରହିଛି, ତାଙ୍କ ଏଣ୍ଟ୍ରି ପାଇଁ ମୋ ଠୁ ସେ ଦୂରେଇ ଯାଇଛନ୍ତି - ଶ୍ରୀୟା

 
Special report
ଆପଣମାନେ ଜାଣିଥିବେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଙ୍କ ଘଟଣା ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ଶ୍ରୀୟା ଥାନାରେ ହ୍ୟୁମାନ ସାଗର ଙ୍କ ନାମରେ ଅଭିଯୋଗ କରିଛନ୍ତି।
ପୁରୀ ରେ ଯେଉଁ ପ୍ରେସ ମିଟ୍ ହୋଇଥିଲା ସେଠାରେ ଶ୍ରୀୟା ଜଣେ ଥାର୍ଡ ପର୍ଷନ୍ ଙ୍କ କଥା କହିଛନ୍ତି।ସେହି ତୃତୀୟ ବ୍ୟକ୍ତି ଙ୍କ ପାଇଁ ଉଭୟଙ୍କ ଭିତରେ ଏତେ ବଡ଼ ଝଗଡ଼ା ହୋଇଛି।
ସେହି ତୃତୀୟ ବ୍ୟକ୍ତି ଙ୍କ ପାଇଁ ଶ୍ରୀୟା ତାଙ୍କ ଶାଶୁଘରେ ନ ରହି ବାପ ଘରେ ଆସି ରହୁଛନ୍ତି।ହ୍ୟୁମାନ ତାଙ୍କ ଝିଅଙ୍କୁ ଭଲ ପାଇବା,ସ୍ନେହ ଦେଉ ନାହାନ୍ତି।ପାରିବାରିକ ଜୀବନ ରେ ବଡ଼ ଝଡ଼ ଦେଖା ଦେଇଛି।ଏହି କଥା ସମସ୍ତେ ଚର୍ଚ୍ଚା କରୁଛନ୍ତି।
ହ୍ୟୁମାନ କାହାକୁ ଭଲ ପାଉଛନ୍ତି ଏହି କଥା ଚାହା ଖଟି ଠାରୁ ଆରମ୍ଭ କରି,ପାର୍କ,ରାସ୍ତାଘାଟ ସବୁଆଡେ ସେହି ଗୋଟିଏ ଚର୍ଚ୍ଚା।ଯାହାଙ୍କ ସହିତ ହ୍ୟୁମାନ ଅନେକ ଗୀତ ଗାଇଛନ୍ତି ଆଉ ଷ୍ଟେଜ ଉପରକୁ ଉଠିଛନ୍ତି ୟେ ହେଉଛନ୍ତି ସେହି ଥାର୍ଡ ପର୍ଷନ୍।
ସେଥିପାଇଁ ଶ୍ରୀୟା ତାଙ୍କ ପାରିବାରିକ ଜୀବନ ରେ ଜଣେ ଥାର୍ଡ ପର୍ଷନ୍ ର ଏଣ୍ଟ୍ରି କଥା କହିଛନ୍ତି।କିନ୍ତୁ ସେହି ଥାର୍ଡ ପର୍ଷନ୍ ଜଣଙ୍କ କିଏ ତାହା କାହାକୁ କିଛି ଜଣାଇ ନଥିଲେ।
କାରଣ ଶ୍ରୀୟା ତାଙ୍କ ସ୍ବାମୀ ଙ୍କ ପାଖକୁ ଏବେ ବି ଚାଲି ଯିବାକୁ ଚାହୁଁଛନ୍ତି।ଶ୍ରୀୟା ଏବେ ବି ଚାହୁଁଛନ୍ତି ଯେ ସେହି ଥାର୍ଡ ପର୍ଷନ୍ ତାଙ୍କ ଜୀବନରୁ ଚାଲି ଯାଆନ୍ତୁ।ଶ୍ରୀୟା ଆଉ ତାଙ୍କ ଝିଅ ପୁଣିଥରେ ଶାଶୁଘର କୁ ଫେରି ଆସିବେ।ଆଉ ବହୁତ ଭଲରେ ଘର ସଂସାର କରିବେ।
ଶ୍ରୀୟା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅ ଜନ୍ମ ହେବା ପରେ ହ୍ୟୁମାନ ଙ୍କ ନିର୍ଯାତନା ବହୁତ ବଢ଼ି ଯାଇଥିଲା।ଝିଅ ପ୍ରତି ଯେଉଁ ଦାୟିତ୍ଵ ରହିବା କଥା ସେ ଦାୟିତ୍ଵ ହ୍ୟୁମାନ ନେଉ ନଥିଲେ।
କାରଣ ତାଙ୍କର ପାରିବାରିକ ଜୀବନ ଭିତରେ ଥାର୍ଡ ପର୍ଷନ୍ ର ଏଣ୍ଟ୍ରି ହୋଇ ସାରିଥିଲା।କିନ୍ତୁ ହ୍ୟୁମାନ ଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କର ପୁଅର କାହା ସହିତ ସମ୍ପର୍କ ନାହିଁ। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।