Movie prime

ସିନ୍ଦୂର ପିନ୍ଧିବାକୁ ଅଧିକାର ମାଗିଲେ ପତ୍ନୀ ଶ୍ରୀୟା ମିଶ୍ର ଦେଖନ୍ତୁ ବିତି ଯାଇଥିଲା ଏମିତି ଘଟଣା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ହ୍ୟୁମାନ ସାଗର ଙ୍କ ମାମଲା ଖୁବ୍ ତେଜିବାରେ ଲାଗିଛି। ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ଶ୍ରେୟା ମିଶ୍ର ଏଭଳି କିଛି ଚମକେଇ ଦେଲା ଭଳି କଥାର ଖୁଲାସା କରିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ସେ କହିଛନ୍ତି କି ପ୍ରଥମେ ହ୍ୟୁମାନ ତାଙ୍କୁ ଯେତିକି ଭଲ ପାଇବା ଦେଇ ତାଙ୍କ ଘରକୁ ନେଇଥିଲେ ଯଦି ସେତିକି ଭଲ ପାଇବା ପୁନର୍ବାର ଦେଇ ତାଙ୍କ ଘରକୁ ଡାକନ୍ତି ତେବେ ସେ ନିଶ୍ଚିତ ଭାବରେ ଯିବେ।
ହ୍ୟୁମାନ ଙ୍କ ମାଆ ଶେଫାଳୀ କହିଥିବା କଥାର ମଧ୍ଯ ସେ ପ୍ରତି ଉତ୍ତର ରଖିଛନ୍ତି। ସେ କହିଛନ୍ତି କି ହ୍ୟୁମାନ ତାଙ୍କୁ ଟଙ୍କା ହିଁ ଦେଉ ନଥିଲେ ଯଦି ଟଙ୍କା ଦେଇଥାନ୍ତେ ତେବେ ସେ ସବୁବେଳେ ଚିରାଫଟା ଲୁଗା ପିନ୍ଧି ନଥାନ୍ତେ।
ଏବଂ ମଦ ପିଇବା କୁ ନେଇ ଯେଉଁ କଥା ମଧ୍ଯ କୁହାଯାଉଛି ତାହା ବିଲକୁଲ ବି ସତ ନୁହେଁ ବୋଲି କହିଛନ୍ତି। ଗତ ଛଅ ମାସ ହେବ ସେ ତାଙ୍କ ସ୍ୱାମୀ ଙ୍କ ସହ ରହୁ ନାହାଁନ୍ତି। ଏହାପରେ ସେ ତାଙ୍କ ନିଜ ସହ ତାଙ୍କ ପରିବାର ଲୋକଙ୍କ ଚେକ୍ ଅପ୍ ପାଇଁ ମଧ୍ୟ କହିଛନ୍ତି।
ସେ କହିଛନ୍ତି କି ଯଦି ସେ ମଦ ପିଉଛନ୍ତି ତେବେ ତାହା ନିଶ୍ଚିତ ଭାବରେ ତାଙ୍କ ରିପୋର୍ଟ ରେ ବାହାରିବ। ଏବଂ ଏହି ସବୁ କୁ ସେ ସାମ୍ନା କରିବାକୁ ସେ ରାଜି ଅଛନ୍ତି ବୋଲି ମଧ୍ୟ କହିଛନ୍ତି।
ତାଙ୍କ ପ୍ରତି ଲଗାଯାଇ ଥିବା ସମସ୍ତ ଅଭିଯୋଗ ର ଏକଦମ୍ ସଫା ସଫା ଭାବରେ ଉତ୍ତର ରଖିଛନ୍ତି ଶ୍ରେୟା ମିଶ୍ର। ଏବଂ ସେ ଏହା ମଧ୍ୟ କହିଛନ୍ତି କି କିଭଳି ଭାବରେ ହ୍ୟୁମାନ ସାଗର ତାଙ୍କୁ ନିର୍ଯ୍ୟାତନା ମଧ୍ଯ ଦେଉଥିଲେ।
ହେଲେ ଅପର ପକ୍ଷରେ ହ୍ୟୁମାନ ଏହାକୁ ସମ୍ପୂର୍ଣ ଭାବରେ ଖଣ୍ଡନ କରିଛନ୍ତି। ଏବଂ ତାଙ୍କ ସ୍ତ୍ରୀ ଶ୍ରେୟା ଙ୍କ ସମସ୍ତ ଆଲିଗେସନ କୁ ସେ ମିଛ ବୋଲି ମଧ୍ୟ କହିଛନ୍ତି।
ସେ ଏହି ସବୁ ଅଭିଯୋଗ ଶୁଣିବା ପରେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ବୋଲି କହିଛନ୍ତି। ହେଲେ ଏହି ଘଟଣା ପଛରେ ପ୍ରକୃତ ସତ୍ୟ କଣ ତାହା ଏବେ ମଧ୍ୟ ଲୁକାୟୀତ ଅଛି। ତେବେ ଏହି ଘଟଣା ର ତଦନ୍ତ ପରେ ହିଁ ସତ୍ୟାସତ୍ୟ ଜଣା ପଡିବ।