Movie prime

ହ୍ୟୁମାନ ସାଗର ଙ୍କୁ ପ୍ରଶ୍ନ ବାଣ ରେ ଝାଡ଼ା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ ଜଗତର ଅନେକ କଳାକାରମାନଙ୍କ ବିଷୟରେ,
ଗୀତିକାର ମାନଙ୍କ ବିଷୟରେ ଅନେକ ପ୍ରକାରର ଖବର ଜାଣି ପାରୁଥିବେ ।
ଓଲିଉଡ ଜଗତର ଗାୟକ ହ୍ୟୁମାନ ସାଗରଙ୍କୁ ନେଇ ଏବେ ଏକ ଖବର ଆସିଛି ଯାହା ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ମହାନ୍ ଗାୟକ ଜଣକ ଅନେକ ପ୍ରକାରର ଗୀତ ଗାଇଛନ୍ତି ।
ଏହି ଗାୟକ ହ୍ୟୁମାନ ସାଗର ପ୍ରେମ ବିବାହ କରିଥିଲେ । ସେ ୨୦୧୭ ମସିହାରେ ବିବାହ କରିଥିଲେ । ସେ ବାଲେଶ୍ଵର ଝିଅ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ । ସେମାନେ ସ୍ବାମୀ ସ୍ତ୍ରୀ ମିଶି ଅନେକ ଗୀତ ଗାଇଛନ୍ତି ।
ଏବେ ଏହି ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କୁ ନେଇ ଆସିଛି ଏକ ଖବର । ତାଙ୍କ ନାଁରେ ତାଙ୍କ ସ୍ତ୍ରୀ ଆଣିଛନ୍ତି ସଂଘାତିକ ଅଭିଯୋଗ ।
ଏହି କଣ୍ଠଶିଳ୍ପୀ ଜଣକଙ୍କ ନାଁରେ ଏବେ ମାମଲା ରୁଜୁ ବି ହୋଇପାରେ । ଏହି କଣ୍ଠଶିଳ୍ପୀଙ୍କ ପତ୍ନୀ କହିଛନ୍ତି ତାଙ୍କୁ ତାଙ୍କ ସ୍ବାମୀ ବା ହ୍ୟୁମାନ ସାଗର ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଉଛନ୍ତି । 
ଏହି କଣ୍ଠଶିଳ୍ପୀ ଜଣକ ତାଙ୍କ ଗୀତ ମାଧ୍ୟମରେ ଅନେକ ଲୋକଙ୍କୁ ମତୁଆଲା କରି ଦେଇଥାନ୍ତି । ଏହି କଣ୍ଠଶିଳ୍ପୀ ଜଣକ ତାଙ୍କ ରାତିରେ ମଦ ପିଇ ଆସି ତାଙ୍କ ସ୍ତ୍ରୀଙ୍କୁ ମାଡ ମାରନ୍ତି ବୋଲି ତାଙ୍କ ସ୍ତ୍ରୀ ଶ୍ରୀୟା ଅଭିଯୋଗ କରିଛନ୍ତି ।
ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ଏହିସବୁ ଅଭିଯୋଗ ନେଇ କଟକ ଡିସିପିଙ୍କୁ ଦେଖା କରିଥିଲେ । ସେ ଏହିସବୁ ବିଷୟରେ କହିଥିଲେ ।
ଏହାପରେ କଟକ ଡିସିପି ଏହି ମାମଲାକୁ ମହିଳା ଥାନାକୁ ଦେଇଥିଲେ । ଏବେ ମହିଳା ଥାନା ପୋଲିସ ଏହି ମାମଲାକୁ ତଦନ୍ତ କରିବ । ମହିଳା ଥାନାରେ ଏହି ଦମ୍ପତ୍ତିଙ୍କୁ କାଉନସିଲିଙ୍ଗ ପାଇଁ ଡକା ଯାଇଥିଲା । 
ଆଉ ହ୍ୟୁମାନ ସାଗରଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ତାଙ୍କ ସ୍ତ୍ରୀ ଶ୍ରୀୟା ଆଣିଥିବା ଅଭିଯୋଗ ଉପରେ ତାଙ୍କୁ ମହିଳା ଥାନା ପୋଲିସ ଅନେକ ପ୍ରଶ୍ନ ପଚାରିଥିଲା । ଆଉ ସବୁ ପ୍ରଶ୍ନ ପଚାରିବା ବେଳେ ତାଙ୍କ ପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
ଏମିତି ଅନେକ ପ୍ରଶ୍ନ ବାଣର ଶିକାର ହୋଇଥିଲେ ଓଲିଉଡ ଗାୟକ ହ୍ୟୁମାନ ସାଗର । ଏବେ ଏହି ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏବେ ଅନେକ ଲୋକ ଏହି ଘଟଣାକୁ ନେଇ ଅନେକ ମତ ଦେଉଛନ୍ତି । ତାଙ୍କ ସ୍ତ୍ରୀ ଶ୍ରୀୟା ଆଣିଥିବା ଅଭିଯୋଗ ଯଦି ସତ ହୁଏ ତାହେଲେ ହ୍ୟୁମାନ ସାଗରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।