Movie prime

ଆରେ ହ୍ୟୁମାନ ସାଗର ଙ୍କ କଥା କଣ କହୁଛନ୍ତି, ତାଙ୍କ ଠୁ ସେ ତ ବେଶୀ ମଦୁଆ: ବ୍ୟୋମକେଶ

 
Special Report
ଆପଣମାନେ ଜାଣିଥିବେ ଯେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ। ଦର୍ଶକ ମାନେ ତାଙ୍କ ଗୀତ ଶୁଣିବା ପାଇଁ ବହୁତ ପସନ୍ଦ କରିଥାନ୍ତି।
କିନ୍ତୁ ବର୍ତ୍ତମାନ ସମୟରେ ହ୍ୟୁମାନ ସାଗର ଙ୍କ ନାମରେ ତାଙ୍କ ସ୍ତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।ଯାହାକି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ବିଷୟରେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇଛନ୍ତି।
ଶ୍ରୀୟା ପୋଲିସ ଙ୍କ ସାମ୍ନାରେ କହିଛନ୍ତି ଯେ ହ୍ୟୁମାନ ସାଗର ମଦ ପିଅନ୍ତି।କିନ୍ତୁ ତାଙ୍କ ହ୍ୟୁମାନ ଙ୍କ ମା ଗଣମାଧ୍ୟମ ସାମ୍ନାରେ ତାଙ୍କ ପୁଅ ମଦ ପିଅନ୍ତି ନାହିଁ ବୋଲି କହିଛନ୍ତି।କିନ୍ତୁ ଶ୍ରୀୟା ବହୁତ ମଦ ପିଅନ୍ତି।
ଆଉ ତାଙ୍କ ମା ଘରେ ପିଇବାକୁ କହିଥାନ୍ତି। କାରଣ ବାହାର ଲୋକ ଜାଣିଲେ ବହୁତ ଖରାପ ହେବ। ଲୋକମାନେ ନିନ୍ଦା କରିବେ।ଶ୍ରୀୟ ଙ୍କ ପରିବାର ଲୋକେ ସମସ୍ତେ ମଦ ପିଅନ୍ତି।କାହା କଥା ସତ କେମିତି ଜାଣିବା ତାହା ବହୁତ କଷ୍ଟକର।
ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ ଘର କଳି ଘର ଭିତରେ କିପରି ରହିବ ତାହା କରିବା ଉଚିତ। ଯଦି ସବୁ କଥା ପ୍ରମାଣିତ ହୋଇଯିବ ଯେ ପ୍ରକୃତରେ ଶ୍ରୀୟା ଙ୍କୁ ମାନସିକ ଆଉ ଶାରୀରିକ ନିର୍ଯାତନା ଦେଇଛନ୍ତି
କି ନାହିଁ ତାହେଲେ ଦୋଷୀ ନିଶ୍ଚୟ ଭାବରେ ଦଣ୍ଡ ପାଇବେ।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଦର୍ଶକ ମାନେ ହ୍ୟୁମାନ ଙ୍କୁ ନିନ୍ଦା କରୁଛନ୍ତି।ଶ୍ରୀୟା ଙ୍କ ର ମଧ୍ୟ ଭୁଲ ଅଛି ବୋଲି ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି।ଶ୍ରୀୟା ଯାହା କହୁଛନ୍ତି କୋର୍ଟ ତାର ନ୍ୟାୟ ଦେବେ।
ଏଥିରେ କିଛି ଅସୁବିଧା ନାହିଁ। ପ୍ରେସ ମିଟ୍ ରେ ତୃତୀୟ ଲୋକଙ୍କ ପାଇଁ ଏପରି ହୋଇଛି ବୋଲି ଶ୍ରୀୟା କହିଛନ୍ତି। ଏହି କଥା ଶୁଣି ତାଙ୍କ ଝିଅଙ୍କୁ ହ୍ୟୁମାନ ସାଗର ଙ୍କ ଘରକୁ କେବେ ଛାଡ଼ିବେ ନାହିଁ ବୋଲି କହିଛନ୍ତି।ହ୍ୟୁମାନ ସାଗର ଙ୍କ ମା କହିଛନ୍ତି ଯେ ଶ୍ରୀୟା ଙ୍କ ନାମରେ ସମ୍ପତି ରହିଛି।