Movie prime
ଖୁସି ଖବର ଏହି ତାରିଖରେ ମିଳିବ କାଳିଆ ଟଙ୍କା ଦେଖନ୍ତୁ ଖୁସି ଖବର ଦେଲେ ସରକାର
 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନା ଯୋଗୁଁ ଅନେକ କୃଷକ ମାନଙ୍କୁ ଚାଷ ପାଇଁ ଅନେକ ସୁବିଧା ସୁଯୋଗ ମିଳୁଛି। ଚାଷୀ ମାନେ ଏହି କାଳିଆ ଯୋଜନା ଦ୍ବାରା ମଧ୍ୟ ଅଧିକ ଲାଭବାନ ହେବାରେ ଲାଗିଛନ୍ତି। ସରକାର ଙ୍କ ଚାଷୀ ମାନଙ୍କ ପ୍ରତି ଏହା ଏକ ବେଶ ଭଲ ପଦକ୍ଷେପ ଅଟେ।
ଚାଷୀ ମାନଙ୍କୁ ଏହା ସହାୟକ ହୋଇଥିବା ବେଳେ ଚାଷୀ ଙ୍କ ପାରିବାର ଲୋକଙ୍କ ପାଇଁ ମଧ୍ୟ ଏହା ଲାଭ ଦାୟକ ଅଟେ। କାରଣ କୃଷକ ମାନଙ୍କ ପିଲା ଯେଉଁ ମାନେ କି ବିଦ୍ୟାଳୟ ଅବା କଲେଜ ରେ ଭଲ ପାଠ ପଢୁଥିବେ ଅର୍ଥାତ ମେଧାବୀ ଛାତ୍ର ଛାତ୍ରୀ ହୋଇ ଥିବେ ସେମାନଙ୍କୁ ମଧ୍ଯ ଆର୍ଥିକ ସାହାଯ୍ୟ କରାଯାଉ ଅଛି। ସେମାନଙ୍କୁ ମେଧାବୃତ୍ତି ମଧ୍ଯ ଦିଆ ଯାଉ ଅଛି। ଏହା ମଧ୍ୟ ସେମାନଙ୍କ ପାଇଁ ବେଶ ସାହାଯ୍ୟ କର ହୋଇ ପାରୁଛି।
ଆପଣ ମାନେ ଜାଣିଥିବେ କି ଏହି କାଳିଆ ଯୋଜନା ଲୋକ ମାନଙ୍କୁ ଦୁଇଟି କିସ୍ଥି ରେ ଦିଆ ଯାଇଥାଏ। ଗୋଟେ କିସ୍ଥିରେ ୨୦୦୦ ଟଙ୍କା ଲେଖା ମଧ୍ୟ ଦିଆ ଯାଉଛି। ପ୍ରଥମ କିସ୍ତି ଅକ୍ଷୀତୃତୀୟା ରେ ଦିଆ ଯାଉଥିବା ବେଳେ ଅନ୍ୟ କିସ୍ତି ଟି ନୁଆ ଖାଈରେ ଦିଆ ଯିବ ବୋଲି ସ୍ଥିର କରା ଯାଇଥିଲା ଅକ୍ଷିତୃତୀୟା ରେ କୃଷକ ମାନଙ୍କୁ ମଧ୍ଯ ତାଙ୍କ କିସ୍ତିରେ ୨୦୦୦ ଟଙ୍କା ମିଳି ସାରିଛି।
ଏବେ ଆଗକୁ ନୂଆ ଖାଇ ଆସୁଛି ଏବଂ ଏଥି ପାଇଁ ମଧ୍ୟ କାଳିଆ ଯୋଜନା ର ଦ୍ଵିତୀୟ କିସ୍ତି ମିଳିବ ବୋଲି ସୂଚନା ମିଳିଛି। ତେବେ ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖରେ ନୂଆ ଖାଇ ପଡୁଛି ଏବଂ ଏହି ଦିନ କୃଷକ ମାନଙ୍କୁ ତାଙ୍କ ଦ୍ଵିତୀୟ କିସ୍ତି ମିଳିବ ବୋଲି ସୂଚନା ମଧ୍ୟ ମିଳିଛି। ଏହା କୃଷକ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ହିଁ ପଠା ଯିବ ତେବେ ଏହିଦିନ ଆପଣ ମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିନେବେ।