Movie prime

ଜୀବନରେ ଆସିଲା କେଉଁ ଝଡ଼ ଦେଖନ୍ତୁ କାହିଁକି ଏମିତି ସମସ୍ତଙ୍କ ସାମ୍ନାରେ କାନ୍ଦିଲେ ରାକ୍ଷୀ ସାୱନ୍ତ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମନୋରଞ୍ଜନ ଜଗତର ଡ୍ରାମା କ୍ୱିନ୍‌ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତଙ୍କୁ ନେଇ ବର୍ତ୍ତମାନ ଅନେକ ଖବର ସାମ୍ନାକୁ ଆସୁଛି। ରାକ୍ଷୀ ଯେବେଠାରୁ ନିଜ ପ୍ରେମିକ ଆଦିଲଙ୍କ ବିଷୟରେ ଦୁନିଆକୁ କହିଛନ୍ତି,
ସେବେଠାରୁ ସେ ପ୍ରାୟତଃ ଅନେକ ସମୟରେ ଆଦିଲଙ୍କ ସହିତ ହିଁ ନଜର ଆସୁଛନ୍ତି। ଏବେ ଏହି ଯୋଡି ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ରାକ୍ଷୀ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ଏଥର ଆଦିଲଙ୍କୁ ନିଜ ଜୀବନସାଥୀ କରିଛନ୍ତି। 
ଉଭୟଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ କୋର୍ଟ ବିବାହର ପ୍ରମାଣପତ୍ର ଧରିଥିବାର ନଜର ଆସିଛନ୍ତି। ଗୋଟିଏ ପଟେ ରାକ୍ଷୀ ସାୱନ୍ତ ଦାବି କରୁଛନ୍ତି ଯେ, ସେ ମେ ୨୦୨୨ରେ ଆଦିଲଙ୍କୁ ବିବାହ କରିଥିଲେ
ଏବଂ ତାଙ୍କ ଆଦିଲଙ୍କ କାଥ ମାନି ସେ ଏହି ବିବାହକୁ ଗୁପ୍ତ ରଖିଥିଲେ। ସୂଚନା ଅନୁଯାୟୀ, ଆଦିଲ ଏହି ବିବାହକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି। ରାକ୍ଷୀ ଏବଂ ଆଦିଲଙ୍କ ବିବାହ ପ୍ରମାଣପତ୍ରରୁ ଏହା ସ୍ପଷ୍ଟ ହେଉଛୁ ଯେ, ବିବାହ ପାଇଁ ରାକ୍ଷୀ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି। 
ଏବଂ ସେ ନିଜ ନୂଆ ନାଁ ଫାତିମା ବୋଲି ରଖିଛନ୍ତି। ତେବେ ବର୍ତ୍ତମାନ୍ ରାକ୍ଷୀ କହିଛନ୍ତି ଯେ, ଆଦିଲ ତାଙ୍କ ସହ ଠିକ୍ ରେ କଥାବାର୍ତ୍ତା କରୁନାହାନ୍ତି। ରାକ୍ଷୀ ଏକ ସାକ୍ଷାତକାର ରେ ତାଙ୍କ ବିବାହ ଏବଂ ଆଦିଲଙ୍କ ପ୍ରତି ବିଶ୍ଵାସଘାତକତା ବିଷୟରେ କହିଛନ୍ତି।
କାରଣ ଆଦିଲ ଙ୍କ ପରିବାର ଆଦିଲଙ୍କ ଉପରେ ବହୁତ୍ ଚାପ ପକାଉଛନ୍ତି। ଆଦିଲ ଙ୍କ ଅନ୍ୟ ଝିଅ ସହିତ ସମ୍ପର୍କ ଥିବା ବିଷୟରେ ରାକ୍ଷୀ କହିଛନ୍ତି। ଏହା ବ୍ୟତୀତ ରାକ୍ଷୀ ଆହୁରି କହିଛନ୍ତି ଆଦିଲ ତାଙ୍କୁ ପ୍ରତାରଣା କରୁଛନ୍ତି। 
ଆଦିଲ ରାକ୍ଷୀଙ୍କୁ ବିବାହ କରିଥିବା ବେଳେ ଅନ୍ୟ କାହା ସହ ସମ୍ପର୍କ ରେ ଅଛନ୍ତି। ଆଦିଲ ଙ୍କର ଏହି କାର୍ଯ ରଖି ଦେଖିଲା ପରେ ରାକ୍ଷୀ ତାଙ୍କ ବିବାହ ର ସତ୍ୟତା ସମସ୍ତଙ୍କ ଆଗରେ ରଖିଛନ୍ତି।
ଅନ୍ୟପକ୍ଷରେ ଆଦିଲ ବିବାହ ଖବର କୁ ଅସ୍ବୀକାର କରିଥିବା ବେଳେ ରାକ୍ଷୀଙ୍କୁ ବିବାହ କରିନାହାନ୍ତି ବୋଲି କହିଛନ୍ତି। ବର୍ତ୍ତମାନ ବିବାହକୁ ନେଇ କେବଳ ରକ୍ଷୀ ହିଁ ମୁହଁ ଖୋଲିଛନ୍ତି ସେ ପଟେ ଏ ବିଷୟରେ ଆଦିଲଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।