Movie prime

ନିର୍ବାଚନ ଲଢ଼ିବେ କି ଆପଣଙ୍କ ପ୍ରିୟ ଲୋକପ୍ରିୟ ଅଭିନେତ୍ରୀ kangana ranaut ?

 
Kangana
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ବଲିଉଡ ର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାନୱାତ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ। ତେବେ ଏହି ଅଭିନେତ୍ରୀ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି।
ନିର୍ବାଚନ ଲଢ଼ି ପାରନ୍ତି ବଲିଉଡ ର ଜଣାଶୁଣା ଅଭିନେତ୍ରୀ କଙ୍ଗନା ରାନୱାତ। ନିଜ ରାଜ୍ୟ ହିମାଚଳ ପ୍ରଦେଶ ରୁ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବଲିଉଡ କ୍ୱିନ।
ଯଦି ବି ଜେ ପି ରୁ ଟିକେଟ ମିଳେ ତେବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି କଙ୍ଗନା। ହିମାଚଳ ର ମଣ୍ଡି ଲୋକସଭା ମଣ୍ଡଳୀ ରୁ ୨୦୨୪ ସାଧାରଣ ନିର୍ବାଚନ ରେ ଲଢ଼ିବାକୁ ଇଛା ରଖିଛନ୍ତି କଙ୍ଗନା।
ଯଦି ହିମାଚଳ ସରକାର ତାଙ୍କର ଯୋଗଦାନ ଚାହିଁବେ ତେବେ ସେ ସବୁ ପ୍ରକାର ଯୋଗଦାନ କରିବେ ବୋଲି ୩୫ ବର୍ଷୀୟ ଏହି ଅଭିନେତ୍ରୀ କହିଛନ୍ତି।
ଯଦି ହିମାଚଳ ପ୍ରଦେଶ ର ବାସିନ୍ଦା ତାଙ୍କୁ ସେମାନଙ୍କର ସେବା କରିବା ର ସୁଯୋଗ ଦେବେ ତେବେ ଏହା ତାଙ୍କ ପାଇଁ ଭାଗ୍ୟଶାଳୀ ହେଵ ବୋଲି ସେ କହିଛନ୍ତି।
ଜାତୀୟ ପୁରସ୍କାର ବିଜେତା କଙ୍ଗନା ଏକ ଘରୋଇ ଟିଭି ଚ୍ୟାନେଲ ସାକ୍ଷାତକାର ସମୟ ରେ ଏହିଭଳି କହିଛନ୍ତି। ପୂର୍ବ ରୁ ଏହି ମାସ ରେ ନିର୍ବାଚନ ଲଢ଼ିବା ନେଇ କିଛି ଯୋଜନ ନାହିଁ ବୋଲି ସେ କହିଥିଲେ କିନ୍ତୁ ଏବେ ନିର୍ବାଚନ ଲଢ଼ିବା ନେଇ ମତ ବଦଳାଇଛନ୍ତି।
ପୂର୍ବ ରୁ ବିଜେପି ସମର୍ଥନ ରେ ବହୁ ମନ୍ତବ୍ୟ ଦେଇ ଥିବା କଙ୍ଗନା ଜଣେ କଠୋର ହିନ୍ଦୁବାଦି ତେଣୁ ତାଙ୍କୁ ବିଜେପି ଟିକେଟ ମିଳିବା ନେଇ କିଛି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି।
ତେବେ ବନ୍ଧୁଗଣ ଦେଖାଯାଉ କଙ୍ଗନା ରାନୱାତ ଙ୍କ ନିର୍ବାଚନ ଲଢ଼ିବା କଥା ଆଗକୁ କେଉଁ ମୋଡ ନେବ।