Movie prime

ଖୁଚୁରା ଟଙ୍କା ନନେଇ ଦେଖାଇଲେ ନାଲି ଆଖି ଦେଖନ୍ତୁ କେମିତି ବ୍ୟାଙ୍କ୍ କର୍ମଚାରୀଙ୍କ ଥିଲା ବ୍ୟବହାର

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବ୍ୟାଙ୍କ ନେଉନି ଖୁଚୁରା ଟଙ୍କା। ଟଙ୍କିକିଆ, ଦୁଇ ଟଙ୍କିଆ ଟଙ୍କା ବ୍ୟାଙ୍କ କିମ୍ବା ଦୋକାନୀମାନେ ନେଉନଥିବାରୁ ବସ୍ତା ଅଂଚଳରେ ସମସ୍ୟା ଭୋଗୁଛନ୍ତି ଲୋକେ।
ସରକାରୀସ୍ତରରେ କଏନ ଅଚଳ ହୋଇଥିବା ନେଇ ଘୋଷଣା ହୋଇନଥିବା ବେଳେ ଗ୍ରାହକମାନଙ୍କୁ ଫେରାଇ ଦେଉଛନ୍ତି ଦୋକାନୀ ଏବଂ ବ୍ୟାଙ୍କ।
ତେଣୁ ଲୋକଙ୍କ ପାଖରେ ଥିବା କଏନ ପଇସା ସେମାନେ କ’ଣ କିରିବେ ବୋଲି ପ୍ରଶ୍ନ କରିଛନ୍ତି। ଟଙ୍କିକିଆ କିମ୍ବା ଦୁଇ ଟଙ୍କାରେ ଅନେକ ପ୍ରକାର ସାମଗ୍ରୀ ମିଳୁଥିବା ବେଳେ ଦୋକନକୁ ଗଲେ ଏହାକୁ ରଖୁନାହାନ୍ତି ଦୋକାନୀ।
ଖାଲି ଦୋକାନୀ ନୁହଁନ୍ତି ବ୍ୟାଙ୍କ ମଧ୍ୟ ଟଙ୍କିକିଆ କଏନ ନେବାକୁ ରୋକଠାକ୍ ମନାକରିଦେଉଛନ୍ତି। ଯାହାଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ଖୁଚୁରା ପଇଶା ଦିଆ ନିଆକୁ ନେଇ ବ୍ୟାଙ୍କରେ ଦେଖିବାକୁ ମିଳିଛି ମ୍ୟାନେଜରଙ୍କ ଦାଦାଗିରି। ଜିଲ୍ଲାରେ ଅନ୍ୟ କୌଣସି ବ୍ୟାଙ୍କ ନଥିବାରୁ ଗ୍ରାହକଙ୍କ ସହିତ ବ୍ୟାଙ୍କ କର୍ମଚାରୀ ର୍ଦୁବ୍ୟବହାର କରୁଥିବାର ଅଭିଯୋଗ ହୋଇଛି। 
ସୂଚନା ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଦେଶରେ ତିଆରି ହେଉଥିବା ସମସ୍ତ ନୋଟ ଓ କଏନ୍ ସବି ବ୍ୟାଙ୍କରେ ଗ୍ରାହକ ଦିଆନିଆ କରିପାରିବେ।
କିନ୍ତୁ ଏହି ନିୟମର ବ୍ୟତିକ୍ରମ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ବ୍ୟାଙ୍କ ଅଫ୍ ବରୋଦାରେ। ଚନ୍ଦାହାଣ୍ଡିରେ ଅନ୍ୟ କୌଣସି ବ୍ୟାଙ୍କ ନଥିବାରୁ ଏହି ବ୍ୟାଙ୍କର ଦାଦାଗିରି ବଢିବାରେ ଲାଗିଛି।
ଗ୍ରାହକଙ୍କ ଠାରୁ କୌଣସି କଏନ୍ ନେଉନାହାନ୍ତି ବ୍ୟାଙ୍କ କର୍ମଚାରୀ। ଗ୍ରାହକ ଏହାର କାରଣ ପଚାରିଲେ ଗ୍ରାହକଙ୍କୁ ଦୁଃବ୍ୟବହାର କରୁଛନ୍ତି। 
ଆଉ ମ୍ୟାନେଜର କହୁଛନ୍ତି, ଆମେ କଏନ୍ ନେବୁନାହିଁ ତୁମେ ମାର୍କେଟରେ ଚଳାଅ। ଯଦି ପାରୁଛ ଆମ ନାଁରେ ଅଭିଯୋଗ କର। ଗଣ ମାଧ୍ୟମରେ କହିଲେ ବି ଆମର କିଛି ହେବ ନାହିଁ ଏଭଳି ଅନେକ କଥା କହି ଲୋକଙ୍କୁ ର୍ଦୁବ୍ୟବହାର କରୁଛନ୍ତି।
ତେବେ ଗତ କିଛିଦିନ ତଳେ ଚନ୍ଦାହାଣ୍ଡର ଜଣେ ବ୍ୟବସାୟୀ ବ୍ୟାଙ୍କ ଅଫ ବରୋଦାକୁ ପ୍ରାୟ ୭ହଜାର ଟଙ୍କା କଏନ ନେଇ ଡିପୋଜିଟ କରିବାକୁ ଯାଇଥିଲେ । ସେଠାରେ ବ୍ୟାଙ୍କ କର୍ମଚାରୀ କଏନ ରଖିବା ପାଇଁ ରୋକଠୋକ ମନା କରିଦେଇଥିଲେ।