Movie prime
ଆମେରିକା (Usa) କୁ କଡ଼ା ଚେତାବନୀ ଦେଲେ କିମ୍ ଶେଷରେ ପ-ର-ମା-ଣୁ ବମ ପକାଇଦେବେ ବୋଲି ଖୋଲା ଖୋଲି ଦେଲେ ଧମକ
 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସବୁ ଠାରୁ ବଡ଼ ଖବର ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଋଷ ଓ ୟୁକ୍ରେନ ର ଯୁଦ୍ଧ ଏବେ ଏବେ ଥମିବାର ନାଁ ନେଇଥିବା ବେଳେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ସଭିଙ୍କ ମନରେ ଏହା ପ୍ରଶ୍ନ ଉଠୁଛି କଣ ସତରେ ପୁନର୍ବାର ଦେଖିବାକୁ ମିଳିବ ଆଉ ଏକ ଯୁଦ୍ଧ।
ଆଜ୍ଞା ହଁ ଉତ୍ତର କୋରିଆ ର ରାଷ୍ଟ୍ର ପତି କିମ୍ ଯୋଙ୍ଗ ଏଭଳି କିଛି ଚେତାବନୀ ଦେଇଛନ୍ତି ସେ କହିଛନ୍ତି କି ଏଥର କୋରିଆ ଚୁପ୍ ରହିବନି। ଦରକାର ପଡିଲେ ଆମେରିକା ଉପରେ ପରମାଣୁ ଆକ୍ରମଣ କରିବ ଉତ୍ତର କୋରିଆ। ଦେଶ ସହ ଜଡ଼ିତ କୌଣସି ପ୍ରସଙ୍ଗରେ ମଧ୍ୟ ପଛକୁ ହଟିବ ନାହିଁ ବୋଲି କହିଛନ୍ତି କିମ୍। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି କି
ଆମେରିକା ସହ ହେବାକୁ ଥିବା ଯେ କୌଣସି ସାମରିକ ସଂଘର୍ଷ ରେ ଉତ୍ତର କୋରିଆ ତାର ଆଣବିକ ଅସ୍ତ୍ର ର ପ୍ରୟୋଗ କରିବ। ଏବଂ ସେଥିରେ ନିଶ୍ଚୟ ମଧ୍ଯ ବିଜୟୀ ହେବ।ଜୁଲାଇ ୨୭ ଉତ୍ତର କୋରିଆ ର ରାଜଧାନୀ ପେଙ୍ଗଵନ୍ ରେ ଅନୁଷ୍ଠିତ ଏକ ସମାରୋହ ରେ ସାମରିକ କାର୍ଯ୍ୟ କ୍ରମରେ ଯୋଗ ଦେଇ ଏଭଳି କିଛି ବୟାନ ଦେଇଛନ୍ତି।
ଆମେରିକା ସହ ବିବାଦ ଯୋଗୁଁ ତାଙ୍କ ଦେଶ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିଛି। ଏବଂ ୨୦୧୭ ରେ ଆଣବିକ ପରୀକ୍ଷା କରିଥିବା ବେଳେ ପୁନର୍ବାର ଆଣବିକ ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ଯ ଆରମ୍ଭ କରିଛି। କିମ୍ ଙ୍କ ଏଭଳି ବୟାନ କୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ବେଶ ଜୋର୍ ଧରିବାରେ ଲାଗିଛି। ଅନେକ ସମୟରେ ଏଭଳି ଆମେରିକାକୁ ନେଇ ବୟାନ ଦିଅନ୍ତି କିମ୍ ହେଲେ ଏଭଳି ଆଣବିକ ଆକ୍ରମଣ କୁ ନେଇ ଦେଇଥିବା ବୟାନ ଯଦି ସତ ହୁଏ ତେବେ ସ୍ଥିତି ବହୁତ ସଙ୍ଗୀନ ହେବ।ଏନେଇ ଆମେରିକା କୌଣସି ବୟାନ ଦେଇ ନାହିଁ।