Movie prime

ବ୍ୟକ୍ତି କାହିଁକି କୁକୁର ଭଳି ଭୁକି ଭୁକି ଜଣାଇଲେ ଅଭିଯୋଗ ଦେଖନ୍ତୁ ପ୍ରକୃତ କାରଣ ଜାଣିଲେ ଆଖିରୁ ଲୁହ ଆସିଯିବ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଏହି ଭିଡିଓ ରେ ଜଣେ ବ୍ୟକ୍ତି ଠିକ କୁକୁର ଭଳି ହିଁ ଭୁକୁଛନ୍ତି। ହେଲେ ମନରେ ଏହା ପ୍ରଶ୍ନ ଉଙ୍କି ମାରୁଛି କି ବ୍ୟକ୍ତି ଜଣକ କୁକୁର ଭଳି ଭୂକୁଛନ୍ତି କଣ ପାଇଁ?
ଆପଣ ମାନେ ଗୁହାରି କରିବାର ବିଭିନ୍ନ ଶୈଳୀ ମାନ ଦେଖିଥିବେ ମାତ୍ର ଏହେଉଛି ଭିନ୍ନ ଏକ ଶୈଳୀ।
ଆଜ୍ଞା ହଁ ବ୍ୟକ୍ତି ଜଣକ ଏଭଳି କୁକୁର ଭାବରେ ଭୁକି ବିଡ଼ିଓ ଙ୍କୁ ନିଜ ଗୁହାରୀ ଶୁଣାଉଛନ୍ତି। ବ୍ୟକ୍ତି ଜଣକ ନାମ ହେଉଛି ଶ୍ରୀକାନ୍ତ କୁମାର ଦତ୍ତ।
 ହେଲେ ତାଙ୍କ ରାସନ୍ କାର୍ଡ ରେ ଶ୍ରୀକାନ୍ତ କୁମାର କୁତ୍ତା ବୋଲି ଲେଖା ଯାଇଅଛି। ଆପଣ ମାନେ ଜାଣିଥିବେ କି ହିନ୍ଦି ଭାଷାରେ କୁକୁର କୁ କୂତ୍ତା ବୋଲି କୁହାଯାଇ ଥାଏ ।
ହିତାଧିକାରୀ ଜଣକ ତାଙ୍କ ରାସନ୍ କାର୍ଡ ରେ ତାଙ୍କୁ କୁକୁର ସାଙ୍ଗିଆ ଦିଆ ଯାଉଥିବାରୁ ସେ ବିଚଳିତ ହୋଇ ପଡ଼ିଥିଲେ।
ଶ୍ରୀକାନ୍ତ ମଧ୍ଯ ନିଜର ସାଙ୍ଗିଆ ସଂଶୋଧନ ପାଇଁ ତିନି ତିନି ଥର ଆବେଦନ କରି ସାରିଥିଲେ। ରବିବାର ଦିନ ବିଡ଼ିଓ ଙ୍କ ଅଫିସ କୁ ମଧ୍ୟ ଯାଇଥିଲେ।
ହେଲେ ତାଙ୍କ ନାମ ଠିକ୍ ହୋଇ ପାରିଲାନି। କେତେବେଳେ ସାଙ୍ଗିଆ ମଣ୍ଡଳ କରିଦେଲେ ତ ଆଉ କେତେବେଳେ ସାଙ୍ଗିଆ କୁତ୍ତା ମଧ୍ୟ କରିଦେଲେ। ଏଥିରେ ଅତିଷ୍ଟ ହୋଇ ଶ୍ରୀକାନ୍ତ ନିଜ ଆଚରଣ କୁକୁର ଭଳି କରିଦେଲେ।
ଏବଂ ବିଡ଼ିଓ ମହାଶୟ ଜଣକ ଗାଡ଼ିରେ ଯାଉଥିବା ସମୟରେ ତାଙ୍କ ନିକଟରେ ଅଭିଯୋଗ କରି କୁକୁର ଭଳି ସେଠାରେ ଭୁଲିବାକୁ ଲାଗିଲେ।
ବିଡ଼ିଓ ଯୁଆଡେ ଯାଉଥିଲେ ତାଙ୍କ ଗାଡ଼ିର ଝରକା ନିକଟରେ କୁକୁର ଭଳି ଭୁଲିବାକୁ ଲାଗି ଯାଉଥିଲେ। ଶେଷରେ ବିଡ଼ିଓ ତାଙ୍କ ଠାରୁ ଅଭିଯୋଗ ପତ୍ର ନେଇ ତାହାକୁ ତୁରନ୍ତ ସମାଧାନ ପାଇଁ ମଧ୍ଯ ନିଷ୍ପତ୍ତି ନେଇଥିଲେ।
ପଶ୍ଚିମବଙ୍ଗ ବଙ୍କୁଆ ଜିଲ୍ଲାରୁ ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.