Movie prime

ମୃତ୍ୟୁ ଆଗରୁ ମନ ଭରି ନାଚି ଥିଲେ ଡାକ୍ତରାଣୀ ଦେଖନ୍ତୁ CCTV ର ଭିଡିଓ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକି ଡାକ୍ତରାଣୀ ଶୁଭଶ୍ରୀ ଙ୍କ ମୃ-ତ୍ୟୁ ର କେତେ ଟା ସମୟ ପୂର୍ବରୁ ଭିଡ଼ିଓ ଏହା।
ଯାହା ସମସ୍ତ ଙ୍କୁ ଭାବୁକ କରି ଦେଉଛି ଆଉ ସମସ୍ତ ଙ୍କ ଆଖିରେ ଲୁହ ନେଇ ଆସୁଛି। ମୃ-ତ୍ୟୁ ପୂର୍ବରୁ କେତେ ଖୁସି ରେ ଡାକ୍ତରାଣୀ ନାଚୁଛନ୍ତି ତାହା ଏଠାରେ ଦେଖିବା ପାଇଁ ମିଳିଛି।
ଗୀତ ର ତାଳେ ତାଳେ ପାଦ ରେ ପାଦ ଛନ୍ଦି ଡାକ୍ତରାଣୀ ଜଣଙ୍କ ଅଣ୍ଟା ରେ ଠୁମକା ଦେଉଛନ୍ତି। 
ତେବେ କେନ୍ଦୁଝର ଜିଲ୍ଲା ଜୋଡା ପୌରାଞ୍ଚଳ ସରକାରୀ ଡାକ୍ତରଖାନା ମଧ୍ୟ ନୂଆବର୍ଷ ଖୁବ ଜାକଜକମରେ ପାଳିତ ହେଉଥିଲା। ଏଥିରେ ଡାକ୍ତରଖାନାରେ କାମ କରୁଥିବା ସମସ୍ତ ଡାକ୍ତର,
ଡାକ୍ତରାଣୀ ଓ କର୍ମଚାରୀ ମାନେ ମିଶି ଗେଟ୍ ଟୁଗେଦର ତଥା ପରିବାର ମିଳନ କରୁଥିଲେ । ଏଥିରେ ଡାକ୍ତରାଣୀ ଶୁଭଶ୍ରୀ କର ମଧ୍ୟ ଯୋଗ ଦେଇଥିଲେ। ନୂଆବର୍ଷ ପାଇଁ ଡାକ୍ତରଖାନାରେ ଆୟୋଜିତ ହୋଇଥିବା ଭୋଜିଭାତ ଶେଷ ହେବା ବେଳକୁ ରାତି ୨ଟା ବାଜି। 
ଭୋଜିଭାତ ଖାଇ ସାରି ଡାକ୍ତର ଶୁଭଶ୍ରୀ କର ନିଜ କ୍ଵାର୍ଟରକୁ ଫେରି ଯାଇଥିଲେ। ହେଲେ ସକାଳୁ ଅନେକ ବିଳମ୍ବ ହୋଇ ସାରିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ।
ସକାଳ ଯାଇ ସନ୍ଧ୍ୟା ହେବାରୁ ସାଥି କର୍ମଚାରୀ ମାନେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଡାକ୍ତର ଶୁଭଶ୍ରୀ ଆଉ ଏ ଦୁନିଆରେ ନଥିଲେ।
କେନ୍ଦୁଝର ଜିଲ୍ଲା ଜୋଡା ସହର ଅନ୍ତର୍ଗତ ବନେଇକଳାରେ ଥିବା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟି ଯାଇଛି ଏଭଳି ଏକ ଅଭାବନୀୟ ଘଟଣା। 
ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଶୁଭଶ୍ରୀ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ଅତି ଖୁସିର ସହ ୩୧ ନାଇଟରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।
ହେଲେ ଏମିତି କଣ ହେଲା ଯେ, ପାର୍ଟି ଶେଷ ହେବା ପରେ ତାଙ୍କର ମୃ-ତ ଦେହ ମିଳିଲା। ତେବେ ମହିଳା ଡାକ୍ତରଙ୍କ ମୃ-ତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।
କେମିତି ଏବଂ କେଉଁ ପରିସ୍ଥିତିରେ ଡାକ୍ତର ଶୁଭଶ୍ରୀ କରଙ୍କ ମୃ-ତ୍ୟୁ ହେଲା ତାକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି।