Movie prime

ଆଜି ହେଲା ଲୋକ ପ୍ରିୟ ସିଙ୍ଗର ଙ୍କ ହଠାତ୍ ହୋଇଗଲା ଦେହାନ୍ତ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ୨୦୨୩ ଆରମ୍ଭ ରୁ ବଲିଉଡ ଜଗତକୁ ଏକ ଝଟକା ଲାଗିଛି। ଲୋକପ୍ରିୟ ଗୀତିକାର ନାସିର ଫରାଜଙ୍କ ପ-ର-ଲୋ-କ ହୋଇଛି।
ଦୀର୍ଘ ଦିନ ଧରି ଏକ ଗୁରୁତର ରୋ-ଗରେ ପୀ-ଡ଼ି-ତ ହୋଇ ଜୀବନ ଓ ମରଣ ସହ ସଂଘର୍ଷ କରିବା ପରେ ଶେଷରେ ସେ ହାରି ଯାଇଛନ୍ତି। ଆଜି ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସୂଚନାଯୋଗ୍ୟ, ନାସିର ଫରାଜ ହୃ-ଦ୍‌-ରୋ-ଗ-ରେ ପୀଡ଼ିତ ଥିଲେ। ରବିବାର ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। 
ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସନ୍ଧ୍ୟା ୬ଟାରେ ଡାକ୍ତର ତାଙ୍କର ମୃ-ତ୍ୟୁ ହୋଇଥିବା ଘୋଷଣା କରିଥିଲେ।
ନାସିର ଫରାଜଙ୍କ ବନ୍ଧୁ ଓ ସଙ୍ଗୀତକାର ଅଜିଜ ନାଜା ଲୋକପ୍ରିୟ ଗୀତିକାରଙ୍କ ମୃ-ତ୍ୟୁ ଖବର ଦେଇଥିଲେ।
ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫରାଜଙ୍କ କିଛି ଫଟୋ ସେୟାର କରି ତାଙ୍କ ମୃ-ତ୍ୟୁକୁ ନେଇ ‌ଶୋକବ୍ୟକ୍ତ କରିଛନ୍ତି। ସେ ଲେଖିଥିଲେ, " ଆଜି ନାସିର ଫରାଜ୍ ଆମ ଗହଣରେ ନାହାଁନ୍ତି"। 
ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଗୀତିକାର ଭାବେ ତାଙ୍କ ପରିଚୟ ଥିଲା। ବଜିରାଓ ମସ୍ତାନି ରେ ସେମାନେ ଦୁହେଁ ଏକାଠି କାମ କରିଥିଲେ। ନାସିର ଫରାଜ୍ ଅଜିଜ ନାଜାଙ୍କ ପାଇଁ ଭଲ ବନ୍ଧୁ ଟେ ଥିଲେ।
ଭଗବାନ୍ ନାସିର ଫରାଜଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ। ଏଥିସହିତ ନାସିର ଫରାଜ ସାହେବ ଆଉ ଆମ ଗହଣରେ ନାହାନ୍ତି ବୋଲି ଲେଖିଛନ୍ତି। ନାସିର ବଲିଉଡ ପାଇଁ ଅନେକ ହିଟ୍‌ ଗୀତ ଲେଖିଛନ୍ତି। 
ସେଥିମଧ୍ୟରୁ ୨୦୧୦ରେ ମୁକ୍ତିଲାଭ କରିଥିବା ‘କାଇଟ୍ସ’ ଚଳଚ୍ଚିତ୍ରର ଦୁଇଟି ଗୀତ ‘ଦିଲ କ୍ୟୁଁ ମେରା ଶୋର କରେ’ ଏବଂ ‘ଜିନ୍ଦଗୀ ଦୋ ପଲ କି’ ସୁପରହିଟ୍‌ ହୋଇଥିଲା। ଆଉ ଦର୍ଶକ ବି ଏହି ଦୁଇଟି ଗୀତକୁ ବେଶ ପସନ୍ଦ ବି କରିଥିଲେ।
ଏହା ଛଡା ବାଜିରାଓ ମସ୍ତାନ, କ୍ରିସ, କାବିଲ ଓ ଏତବାର ଭଳି ବଲିଉଡ ଚଳଚ୍ଚିତ୍ର ପାଇଁ ଗୀତ ମଧ୍ୟ ଲେଖିଛନ୍ତି। ନାସିର ଏକାଧାରରେ ଜଣେ ସଂଗୀତକାର ଓ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ।