Movie prime

କମ ବୟସରୁ ବିଧବା ହେବା ଅପେକ୍ଷା ବାହା ନହେବା ବହୁତ୍ ଭଲ ଦେଖନ୍ତୁ ଏମିତି ମତ ରଖିବାର କାରଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମଦ୍ୟପ ଲୋକ ମାନଙ୍କୁ ପ୍ରତିଦିନ ନାହିଁ ନଥିବା ଅସୁବିଧା ଭୋଗ କରିବାକୁ ପଡୁଛି।
ପ୍ରତ୍ୟେକ ଦିନ ଅନେକ ଝିଅ ବୋହୂ ମାନେ ଏହି ମଦ୍ୟପାନ କୁ ବନ୍ଦ କରିବା ପାଇଁ ଅନେକ ପ୍ରୟାସ ମଧ୍ୟ କରୁଛନ୍ତି। ହେଲେ ସେମାନଙ୍କ କଥା ପ୍ରତି କିଛି ଗୁରୁତ୍ଵ ଦିଆ ଯାଉ ନାହିଁ।
ହେଲେ ଆଜି ଜଣେ କେନ୍ଦ୍ରମନ୍ତ୍ରୀ ଙ୍କ ପୁଅ ମରି ଯିବାରୁ ସେ ମଦ୍ୟପାନ ବନ୍ଦ କରିବା କଥା କହୁଛନ୍ତି।
ଏହି ସମ୍ପର୍କ ରେ ଜଣେ ଯୁବତୀ କହିଥିଲେ କି ସମସ୍ତେ କୁହନ୍ତି ମଦ୍ୟପ କୁ ଝିଅ ଦେବା ଅପେକ୍ଷା ଜଣେ ରିକ୍ସା ବାଲା ଝିଅ ଦେବା ଭଲ। ହେଲେ ରିକ୍ସା ବାଲା ମାନେ ହିଁ ଅଧିକା ମଦ ପିଇ ଥାଆନ୍ତି।
ଜୀବନରେ ଚିନ୍ତା କମେଇବା ପାଇଁ ହିଁ ଲୋକ ମାନେ ମଦ ପିଇ ଥାଆନ୍ତି। ମଦ କ୍ଷତି କାରକ ହେଇଥିଲେ ଶୁଦ୍ଧା ତଥାପି ଲୋକ ମାନେ ମଦ ପିଉଛନ୍ତି। ଆପଣ ମାନେ ଜାଣିଥିବେ କି ବଡ଼ ବଡ଼ ସେଲିବ୍ରିଟି ମାନଙ୍କୁ ନେଇ ଏହି ମଦ ବ୍ରାଣ୍ଡ ର ଆଡଭର୍ଟାଇଯମେଣ୍ଟ କରା ଯାଉଛି।
ଯଦି ମଦ ବିକ୍ରି ପାଇଁ ଏତେ ପ୍ରକାରର ଆଡଭର୍ଟାଇଯମେଣ୍ଟ କରା ଯାଉଛି, ମଦ ଛାଡିବା ପାଇଁ କଣ ପାଇଁ ସେଭଳି ଆଡଭର୍ଟାଇଯମେଣ୍ଟ କରାଯାଉ ନାହିଁ। ସେ ସବୁ ଛୋଟ ଲାଇନ ରେ ଲେଖା ଯାଉଛି ଓ ପେପର୍ ର ଗୋଟେ କଣ ରେ ମଧ୍ଯ ଦିଆ ଯାଉଛି।
ମଦ ଛାଡ଼ିବା ପାଇଁ ଯେଉଁ ଔଷଧ ଦରକାର ତାହା ପାଇଁ ମଧ୍ଯ ସେତିକି ଆଡଭର୍ଟାଇଯମେଣ୍ଟ ଦରକାର। ତା ହେଲେ ଯାଇ ଗୋଟେ ଲୋକଟେ ଚେତିବ।
ଆଜିକା ଦୁନିଆର ମହିଳା ଓ ପୁରୁଷ ମାନେ ସମସ୍ତେ ମଦ ପିଉ ଛନ୍ତି। ମଦ ସମସ୍ତଙ୍କ ପାଇଁ କ୍ଷତି କାରକ ତାହା ଜାଣି ମଧ୍ୟ ମଧ୍ୟ ସମସ୍ତେ ମଦ ପିଉଛନ୍ତି।
ଏହି ମଦ ପାଇଁ କେତେ କେତେ ଘର ଭାଙ୍ଗୁଛି କେତେ କେତେ ଝିଅ ମାନେ ମଧ୍ଯ ବିଧବା ହେଉଛନ୍ତି। ଏହି ମଦ ପାଇଁ ଡିଭୋର୍ସ ହେବା ସହ ଛୋଟ ଛୋଟ ପିଲା ମାନଙ୍କୁ ମଧ୍ୟ ଏଥି ପାଇଁ ଖୁବ୍ ହିନସ୍ଥା ହେବାକୁ ପଡୁଛି।