Movie prime

ବିଧବା ମହିଳାଙ୍କ ଟଙ୍କା ଖାଇଗଲେ ଶିକ୍ଷକ ଦେଖନ୍ତୁ କେମିତି ଠିକାଦାର ନାଁ ରେ ଲୁଟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ସବୁ ଅଞ୍ଚଳର ଖବର ଜାଣିପାରୁଥିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ଦେଖୁଥିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଶିକ୍ଷକ ହୋଇ କିଭଳି ଧୋକା ଦେଇଛନ୍ତି ।
ଏହି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଦାରଙ୍ଗ ପଞ୍ଚାୟତ ବାଘମାରି ଗ୍ରାମରେ । ଏହି ଗ୍ରାମର ବାସିନ୍ଦା ଜୟନ୍ତୀ ଦେହୁରିଙ୍କ ସହ ଘଟିଛି ଏହି ଅଭାବନୀୟ ଘଟଣା ।
ସେ ୨୦୧୪-୧୫ ମସିହାରେ ସରକାରଙ୍କ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିଲେ । ତାଙ୍କ ସ୍ବାମୀଙ୍କ ମୃ-ତ୍ୟୁ ପରେ ସେ ତାଙ୍କ ବାପଘରେ ରହୁଥିଲେ କାରଣ ତାଙ୍କର ଘର ନଥିଲା ।
ସେ ଅନେକ ଦିନ ଧରି ଘରଟିଏ ପାଇଁ ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ଶେଷରେ ଇନ୍ଦିରା ଆବାସ ଯୋଜନାରେ ଘର ଟିଏ ପାଇଥିଲେ ।
ସେ ଆଦିବାସୀ ଏବଂ ବିଧବା ଅଟନ୍ତି ଆଉ ତାଙ୍କ ପାଖରେ ପଇସା ନଥିବାରୁ ସେ ଘର କାମ ସଂପୂର୍ଣ୍ଣ କରିପାରିନଥିଲେ । ସରକାରୀ ବାବୁମାନେ ଘର କରିନଥିବାରୁ ଘର କରିବାକୁ ବାଧ୍ୟ କରୁଥିଲେ ଆଉ କହୁଥିଲେ ଘର ନକଲେ ସରକାରଙ୍କ ପାଖକୁ ସବୁ ପଇସା ଫେରିଯିବ ବୋଲି କହୁଥିଲେ ।
ଏହି ମହିଳା ଜଣକ ଗାଁ ସ୍କୁଲରେ ପ୍ରାଚିକା ଭାବରେ କାମ କରୁଥିଲେ । ଆଉ ଏହି ଘଟଣା ସେହି ସ୍କୁଲର ଶିକ୍ଷକ ଜାଣିବା ପରେ । ଏହି ଆଦିବାସୀ ଆଉ ବିଧବା ମହିଳାଙ୍କର ଫାଇଦା ଉଠାଇ ନିଜେ ଠିକାଦାର ହୋଇ ଘର କାମ କରିବେ ବୋଲି କହିଥିଲେ ।
ଆଉ ଏହାପରେ ସେ ସେହି ମହିଳାଙ୍କ ଆକାଉଣ୍ଟକୁ ଆସୁଥିବା କିସ୍ତି କିସ୍ତି ଟଙ୍କା ତାଙ୍କୁ କହି ଉଠାଇ ଆଣୁଥିଲେ । ଆଉ ଘର କରିବାର ପଇସା ସବୁ ସେହି ଶିକ୍ଷକ ଜଣକ ନେଇ ଯାଇ ଆତ୍ମସାତ କରି ଦେଇଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି ।
ବାରମ୍ବାର ଘର କାମ ସଂପୂର୍ଣ୍ଣ କରିବାକୁ କହିବାରୁ ସେ ଶୁଣିନଥିଲେ । ଆଉ ବିଡିଓ ଛୁଟିରେ ଅଛନ୍ତି । ଏହି ଘଟଣା ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଏହି ଘର ୨୦୧୪-୧୫ ମସିହାରେ ସମ୍ପୂର୍ଣ୍ଣ ହୋଇଛି ବୋଲି ବିଡିଓଙ୍କ ପାଖରେ ଲେଖାଯାଇଛି । ଏହା କିପରି ସମ୍ଭବ ହେଲା ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି ।