Movie prime

ଥାନାରେ ପହଞ୍ଚିଲେ Manmatha Mishra ଦେଖନ୍ତୁ ଏହି ଭିଡିଓ ମାନହାନି ହୋଇଥିବାର ଅଭିଯୋଗରେ ପ୍ରକୃତି ଙ୍କ ବାପା

 
Manmatha Mishra
ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ପରେ ଥାନାର ଦ୍ବାରସ୍ଥ ହେଲେ ପ୍ରକୃତିଙ୍କ ପରିବାର। ଝିଅର ମାନହାନି ହୋଇଥିବା ନେଇ ଖାରବେଳନଗର ଥାନାରେ ଏତଲା ଦେଲେ ମନ୍ମଥ ମିଶ୍ର ଏବଂ ତାଙ୍କ ପତ୍ନୀ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରଙ୍କ ସହ କଥା ହୋଇଛନ୍ତି ପ୍ରକୃତି।
ସେପଟେ ବାବୁସାନଙ୍କ ପତ୍ନୀ ମାନସିକ ରୋଗରେ ପୀଡିତ ଥିବା କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର । ଆଜି ସକାଳୁ ଖୁଲମଖୁଲା ବିଚ୍‌ ରାସ୍ତାରେ ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିଥିଲେ ତୃପ୍ତି। ସମସ୍ତଙ୍କ ଆଗରେ ତାଙ୍କ ଚୁଟି ଟାଣି ଗାଡିରୁ ଘୋଷାଡି ଆଣିବା ସହ ଠେଲାପେଲା କରିଥିଲେ ତୃପ୍ତି ।
ଯାହା ବିରୋଧରେ ଅଭିଯୋଗ କରିଛନ୍ତି ପ୍ରକୃତି। ଜାଣିଶୁଣି ତୃପ୍ତି ଓ ତାଙ୍କ ବାପା ଶାରିରୀକ ଓ ମାନସିକ ନିର୍ଯାତନା ଦେଇଛନ୍ତି। ଲୋକ ଲଗାଇ ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ମୁହଁ ଖୋଲିଛନ୍ତି ପ୍ରତ୍ୟକ୍ଷଦର୍ଶୀ ସାଜିଥିବା ଖୋଦ୍‌ ବାବୁସାନ୍‌ ।
ଆଗାମୀ ଫିଲ୍ମ ପ୍ରେମମ୍‌ର ପ୍ରମୋସନ ପାଇଁ ଆଜି ସକାଳୁ ସେ ପ୍ରକୃତିଙ୍କ ସହ ଚେନ୍ନାଇ ଯିବାର ଥିଲା। ସେଥିପାଇଁ ପ୍ରକୃତିଙ୍କୁ ନେଇ ବିମାନ ବନ୍ଦର ଅଭିମୁଖେ ଯାଉଥିଲେ ବାବୁସାନ୍‌। ହେଲେ ହଠାତ୍ ସ୍ତ୍ରୀ ସେଠାରେ ପହଞ୍ଚି ଅଚାନକ ହାଇଡ୍ରାମା କରିଥିବା କହିଛନ୍ତି ବାବୁସାନ୍‌ ।