Movie prime

ଶାଶୁର ଜୀବନ ନେଇଗଲା ରା-କ୍ଷସୀ ବୋହୂ ଦେଖନ୍ତୁ କେମିତି

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ପରିବାରକୁ ନେଇ ଆସିଛି ଏକ ଘଟଣା । ପରିବାରର ସବୁ ସମ୍ପର୍କ ଆଉ ସମସ୍ତଙ୍କ ଭଲ ମନ୍ଦ ଜଣେ ବୋହୂ ବୁଝିଥାଏ ।
ବୋହୂ ଉପରେ ପରିବାରର ସବୁ ଦାୟିତ୍ବ ରହିଥାଏ । କିନ୍ତୁ ଯଦି ସେହି ବୋହୂ ଖରାପ ହେବ ତାହେଲେ ପରିବାର ନଷ୍ଟ ହେବ । ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅଧୀନସ୍ଥ ହରିହରପୁର ଗାଁରେ ଘଟିଛି ଏହି ଘଟଣା ।
ଏହି ଘଟଣା ହେଉଛି ଜଣେ ପରିବାରର ଶାଶୁଙ୍କ ଦେହ ଖରାପ ଥିଲା । ସେ ମେଡ଼ିକାଲରେ ଚିକିତ୍ସିତ ହୋଇ ଭଲ ହୋଇ ଘରକୁ ଆସିଲେ । ଘରକୁ ଆସିଲେ ଆଉ କବାଟ ବାଡ଼େଇଲେ କିନ୍ତୁ ବୋହୂ ଜଣକ ଘରର କବାଟ ଖୋଲିଲା ନାହିଁ । ଭିତର ପଟେ ତାଲା ପକାଇଥିଲା ।
ଶାଶୁ ଆଉ ଘରଲୋକ ଯେତେ ଡାକିଲେ ଯମାବି କବାଟ ଖୋଲିଲା ନାହିଁ । ଶେଷରେ ୩ ଘଣ୍ଟା ଘାଟ ବାହାରେ ଅପେକ୍ଷାରେ ରହିବା ପରେ ମେଡ଼ିକାଲରୁ ଫେରିଥିବା ଶାଶୁର ମୃ-ତ୍ୟୁ ହୋଇଛି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଖରାପ ବାତାବରଣ ସୃଷ୍ଟି ହୋଇଛି ।
ଏହି ମୃ-ତ ବୃଦ୍ଧାଙ୍କ ନାମ ହେଉଛି ମୀନା କୁମାରୀ ନାୟକ । ଏବେ ପୁଅ, ଶାଶୁ, ଏବଂ ବୋହୂ ଝଗଡ଼ା ଯୋଗୁଁ ଶବ ୧୫ ଘଣ୍ଟା ହେଲା ସେମିତି ଘର ଦୁଆରେ ପଡୁଛି । ବୋହୂ ଜଣକ କବାଟ ଖୋଲୁ ନାହିଁ । ସ୍ବାମୀ, ସ୍ତ୍ରୀ, ଏବଂ ଶାଶୁ ବୋହୂଙ୍କ କଳହ ଦୀର୍ଘଦିନ ହେଲା ଲାଗି ରହିଥିଲା ।
ବୋହୂ ଜଣକ ଘରେ ଏକାକୀ ରହୁଥିବା ବେଳେ ସ୍ବାମୀ ଏବଂ ଶାଶୁ ଭଡ଼ା ଘରେ ରହି ଆସୁଥିଲେ । ସେହି ସମୟରେ ଶାଶୁ ଜଣକ ଅସୁସ୍ଥ ହେବାରୁ ସେ କିମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଆଉ ସେ ସୁସ୍ଥ ହୋଇ ତାଙ୍କ ଘରକୁ ଫେରିଥିଲେ । ସେତେବେଳେ ଘର ଆଗରେ ପହଞ୍ଚିଥିଲେ ପୁଅ ନିରଞ୍ଜନ ନାୟକ ଏବଂ ମାଆ ମୀନା କୁମାରୀ ନାୟକ ।
କିନ୍ତୁ କବାଟ ଖୋଲି ନଥିଲେ ବୋହୂ ପୁଷ୍ପଲତା ନାୟକ । ଆଉ ଶେଷରେ ଘର ବାହାରେ ଶାଶୁର ଜୀବନ ମଧ୍ୟ ଚାଲିଗଲା ତାପରେ ବି ବୋହୂ ଜଣକ କବାଟ ଖୋଲୁ ନାହାନ୍ତି । ଶବ ସେମିତି ଘର ବାହାରେ ୧୫ ରୁ ୧୬ ଘଣ୍ଟା ପଡ଼ି ରହିଲାଣି । କିନ୍ତୁ ଏପର୍ଯ୍ୟନ୍ତ ଶବ ସତ୍କାର ହୋଇ ପାରୁନାହିଁ ।
ଗାଁରେ ଲୋକମାନେ କେହି ଏପର୍ଯ୍ୟନ୍ତ ଖାଇ ନାହାଁନ୍ତି କି ଗାଁରେ ପୂଜାପାଠ ମଧ୍ୟ ହୋଇନାହିଁ । କାରଣ ଗାଁରେ ଶବ ପଡ଼ିଛି । ଗାଁ ଲୋକ ଏବଂ ପୋଲିସ ମଧ୍ୟ ଶବ ସତ୍କାର ପାଇଁ କହୁଛି ଆଉ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । କିନ୍ତୁ ପାରିବାରିକ କଳହ ପାଇଁ ଶବ ସତ୍କାର ହୋଇ ପାରୁନାହିଁ । ଦେଖାଯାଉ କେତେବେଳେ ଶବ ସତ୍କାର ହେଉଛି?