Movie prime

ମେଳା ଦେଖିବା ହେଲା ଜୀବନର ଶେଷ ଯାତ୍ରା ଘଟଣା ସ୍ଥଳରେ ଚାଲିଗଲା ୪ ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜିକାଲି ଦୁର୍ଘଟଣା ଏକ ନୀତି ଦିନିଆ କଥା ପାଲଟି ଗଲାଣି। ଯେଉଁଠାରେ ଦେଖିବେ ଏଭଳି ଅନେକ ଦୁର୍ଘଟଣା ଦେଖିବାକୁ ମିଳୁଛି ଯାହାକି ଅନେକ ଲୋକ ମାନଙ୍କୁ ସ୍ଥବ୍ଦ କରି ପକାଉଛି। ଦିନକୁ ଦିନ ଏହି ଦୁର୍ଘଟଣା ର ପରିମାଣ ମଧ୍ଯ ବଢ଼ିବାକୁ ଲାଗିଲାଣି। ଯାହା ଫଳରେ କି ଏକାଧିକ ଲୋକ ମାନେ ନିଜ ଜୀବନ ମଧ୍ୟ ହରାଇ ବସୁଛନ୍ତି।
ଏଭଳି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟି ଯାଇଛି କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥର ବଡ଼ କୋଷି ଗ୍ରାମ ନିକଟରେ। ସେଠାରେ ଏକ କାର ସହ ଟ୍ରକ ର ଧକ୍କା ହେବାରୁ କାର୍ ରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କର ଘଟଣା ସ୍ଥଳରେ ହିଁ ମୃ-ତ୍ୟୁ ହୋଇ ଯାଇଥିଲା। ଅନ୍ୟପଟେ କାର ଡ଼୍ରାଇଭର ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି।
ତେବେ ଗୁରୁତର କାର୍ ଡ଼୍ରାଇଭର ଙ୍କ କହିବା ଅନୁସାରେ ସେମାନେ ଘଟଗାଁ ସ୍ଥିତ ପିପିଲିଆ ଗାଁ ରୁ କେନ୍ଦୁଝର ରେ ଚାଲିଥିବା ମେଳା ଦେଖିବାକୁ ଯାଇଥିଲେ। ତେବେ ସଦର ଥାନାର ବଡ଼ ପୋଷି ଗ୍ରାମ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ କାର କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଚାରି ଜଣଙ୍କର ମୃ-ତ୍ୟୁ ହୋଇଥିଲା।ଖବର ପାଇ ଅଗ୍ନିଶମ ବାହିନୀ ,
ଏବଂ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହାପରେ ସେଠାରୁ ମୃ-ତ ଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ମଧ୍ୟ କରିଥିଲେ। ଏବେ ପୋଲିସ ଏହି ଘଟଣା ର ତଦନ୍ତ କରିବା ସହ ଉପଯୁକ୍ତ ଟ୍ରକ ଡ୍ରାଇଭର ଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାରେ ଲାଗି ପଡ଼ିଛି। ତେବେ ଦେଖା ଯାଉ ଏହି ଘଟଣାର ସତ୍ୟାସତ୍ୟ କଣ ବାହାରୁଛି।