Movie prime

ବାପା ମିହିର ଦାସ ଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ପୁଅ ଅକ୍ଲାନ୍ତ ର ଆକସ୍ମିକ ଦେହାନ୍ତ, ଶୋକ ରେ ପୁରା ପରିବାର

 
Special Report
ବର୍ତମାନ ସମୟରେ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି।ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଙ୍କ ର ପରଲୋକ ହୋଇଛି।ଗତକାଲି ରାତିରେ ଚିକିତ୍ସାଧୀନ ଅଧୀନରେ ଅକ୍ଲାନ୍ତ ଙ୍କ ର ପରଲୋକ ହୋଇଥିବା ଜଣାପଡିଛି।
କଟକ ଜିଲ୍ଲା ସତୀ ଚଉରା ଶ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି।ମାସେ ହୋଇଗଲାଣି ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ ରେ ଅକ୍ଲାନ୍ତ ଚିକିତ୍ସିତ ହେଉଥିଲେ।
ଲିଭର୍ ଜନିତ ସମସ୍ୟା ଯୋଗୁଁ ସେ ମେଡିକାଲ୍ ରେ ଭର୍ତି ହୋଇଥିଲେ।ଅକ୍ଲାନ୍ତ ଦାସ ଙ୍କ ଦେ-ହା-ନ୍ତ ହୋଇଥିବା ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି।ସ୍ବର୍ଗତ ଅଭିନେତା ମିହିର ଦାସ ଙ୍କ ର ସାନ ପୁଅ ହେଉଛନ୍ତି ଅକ୍ଲାନ୍ତ ଦାସ୍।
ଏହା ବହୁତ ଦୁଃଖଦ ଘଟଣା ଅଟେ। କାରଣ ଆମେମାନେ ପାଖାପାଖି ବର୍ଷେ ହୋଇଗଲାଣି ମିହିର ଦାସ ଙ୍କୁ ହରାଇ ଥିଲେ।ଏବଂ ତାଙ୍କ ସାନ ପୁଅ ଅକ୍ଲାନ୍ତ ଙ୍କୁ ହରାଇଛନ୍ତି।ଆଉ ତାଙ୍କର ବଡ଼ ପୁଅ ହେଉଛନ୍ତି ଅମ୍ଳାନ ଦାସ୍।
ଅକ୍ଲାନ୍ତ ଙ୍କ ବୟସ ପାଖାପାଖି ୨୬ ବର୍ଷ ହୋଇଥିଲା।ଅଭିନେତା ମିହିର ଦାସ ଙ୍କ ବନ୍ଧୁ ଅକ୍ଲାନ୍ତ ଙ୍କ ଅନ୍ତିମ ସଂସ୍କାର ରେ ରହିଥିଲେ।ଅକ୍ଲାନ୍ତ ଙ୍କ ର ଦେହାନ୍ତ କାଲି ରାତି ୧୨ ଟା ସମୟରେ ହୋଇଥିଲା।
ମିହିର ଦାସ ଙ୍କ ର ବାର୍ଷିକୀୟା ଡିସେମ୍ବର ୩୧ ରେ ହୋଇଥିଲା।ଡିସେମ୍ବର ୩୦ ତାରିଖ ରେ ଅକ୍ଲାନ୍ତ ଙ୍କ ର ଦେହ ବହୁତ ଖରାପ ହୋଇ ଯାଇଥିଲା।ଏହାପରେ ତାଙ୍କୁ ସୃଷ୍ଟି ହସ୍ପିଟାଲ୍ ରେ ଭର୍ତି କରି ଦେଇଥିଲେ।କିନ୍ତୁ ସୃଷ୍ଟି ହସ୍ପିଟାଲ୍ ତାଙ୍କୁ ଫେରାଇ ଦେଲେ।
ଏହାପରେ ଅକ୍ଲାନ୍ତ ଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ନେଇ ଯାଇଥିଲେ।ଏମ୍ସ କୁ ଗଲା ପରେ ସେ କିଛି ଦିନ ଆଇ ସି ୟୁ ରେ ରହିଥିଲେ।ତାପରେ ସେ ଭଲ ହୋଇଥିଲେ ସେଥିପାଇଁ ତାଙ୍କୁ ବେଡ୍ କୁ ଅଣା ଯାଇଥିଲା।
କାଲି ସନ୍ଧ୍ୟା ବେଳେ ଅକ୍ଲାନ୍ତ କଥା ମଧ୍ୟ ହେଉଥିଲେ।
ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଦୁଃଖର ଛାୟା ଖେଳି ଯାଇଛି।ପରିବାର ଲୋକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।