Movie prime

ମିହିର ଭାଇ ଶେଷ ବେଳକୁ ବହୁତ୍ ଚିନ୍ତା ରେ ଥିଲେ, କେମିତି ତାଙ୍କ ସାନ ପୁଅ ଏ ଦୁନିଆ ରେ ଚଳିବ

 
Special report
ପ୍ରଯୋଜକ ସଞ୍ଜୟ ନାୟକ ସାକ୍ଷାତକାର ରେ କହିଛନ୍ତି ଯେ ଏହା ବହୁତ ଦୁଃଖର ବିଷୟ।କାରଣ ଅଭିନେତା ମିହିର ଦାସ ବହୁତ ଭଲ ଭଦ୍ର ଲୋକ।ସେ କାହାର କେବେ ଖରାପ ଚାହିଁ ନାହାନ୍ତି।
ପ୍ରଥମେ ଅଭିନେତା ମିହିର ଦାସ ଙ୍କ ପତ୍ନୀ ଆରପାରି କୁ ଚାଲିଗଲେ।ଏହାପରେ ମିହିର ଭାଇ ମଧ୍ୟ ସମସ୍ତଙ୍କୁ ଛାଡି ଚାଲିଗଲେ।ତାଙ୍କର ଦୁଇ ପୁଅ ଥିଲେ।ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ତାଙ୍କ ବଡ଼ ପୁଅ ଅଭିନେତା ଅମ୍ଳାନ ଙ୍କୁ ସମସ୍ତେ ଜାଣିଛନ୍ତି।
କିନ୍ତୁ ଅକ୍ଲାନ୍ତ ଙ୍କୁ ଏହି ଦୁନିଆ ଦେଖି ନାହାଁନ୍ତି।ତାଙ୍କୁ ମାତ୍ର ୨୪ ବର୍ଷ ବୟସ।ଅଭିନେତା ମିହିର ତାଙ୍କ ସାନ ପୁଅ ଅକ୍ଲାନ୍ତ ଙ୍କୁ ବହୁତ ଭଲ ପାଉଥିଲେ।ମିହିର ଭାଇ ଯେତେବେଳେ ମୃ-ତ୍ୟୁବରଣ କରିଲେ
ତା ପୂର୍ବରୁ ସେ ସାନ ପୁଅ ଅକ୍ଲାନ୍ତ ଙ୍କ କଥା ଭାବି ବହୁତ ଚିନ୍ତାରେ ରହୁଥିଲେ।କାରଣ ଅଭିନେତା ମିହିର ଯେତେବେଳେ ହସ୍ପିଟାଲ୍ ରେ ଥିଲେ ସେ ଜାଣିଥିଲେ ଯେ ବେଶି ଦିନ ଆଉ ବଞ୍ଚିବେ ନାହିଁ।ତାଙ୍କ ସାନ ପୁଅ ର କଣ ହେବ ଚିନ୍ତା ଥିଲା।
ଅକ୍ଲାନ୍ତ ବହୁତ ଭଲ ପିଲା।ସଞ୍ଜୟ ନାୟକ ସକାଳେ ସୋଇଥିବା ସମୟରେ ଅଶୋକ ପତି ତାଙ୍କୁ କଲ୍ କରି ଏଭଳି ଦୁଃଖଦ କଥା କହିଥିଲେ।ଏହାଶୁଣି ସେ ବହୁତ ଦୁଃଖ କରିଥିଲେ।ବର୍ତ୍ତମାନ ଅମ୍ଳାନ ଏକା ରହିଲେ।
ଅମ୍ଳାନ ଙ୍କ ର ସାନ ଭାଇ ଥିଲା ବୋଲି ସେ ବହୁତ ସାହସ ର ସହିତ କାମ କରୁଥିଲେ।କିନ୍ତୁ ବର୍ତ୍ତମାନ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି।ସଞ୍ଜୟ ନାୟକ ତାଙ୍କ ଘର ବିଷୟରେ ସବୁକିଛି ଜାଣିଛନ୍ତି।
ଯେତେବେଳେ ସାନ ପୁଅ ଜନ୍ମ ହେଲେ ସେତେବେଳେ ଅଭିନେତା ମିହିର ଦାସ ଚଳଚ୍ଚିତ୍ର ରେ ଅଭିନୟ କରୁଥିଲେ।ବହୁତ ବ୍ୟସ୍ତ ରହୁଥିଲେ। ସାନ ପୁଅଙ୍କୁ ସମୟ ଦେଇ ପାରୁ ନଥିଲେ। ଜିନ୍ତୁ ବର୍ତ୍ତମାନ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।
ଏହା ବହୁତ ଅନ୍ୟାୟ ହେଲା।ସଞ୍ଜୟ ନାୟକ କହିଛନ୍ତି ଯେ ବାପା ଆଉ ପୁଅ ଡକାଡକି ହୋଇ ଉପରକୁ ଚାଲି ଯାଇଛନ୍ତି।ବର୍ତ୍ତମାନ ତାଙ୍କ ଘରେ ଅମ୍ଳାନ,ତାଙ୍କ ସ୍ତ୍ରୀ ଆଉ ତାଙ୍କ ପୁଅ ଅଛନ୍ତି।