Movie prime

ଆଶା କର୍ମୀଙ୍କ ସହ ୪ ଜଣ କଲେ ଜ-ବରଦସ୍ତ ଅ-ସଦାଚରଣ ମାଉସୀ ଘରେ କଷ୍ଟ ପାଉଛନ୍ତି ପୀ-ଡ଼ିତା ଶେଷରେ ବାପା ଖୋଲିଲେ ମୁଁହଁ

 
Special Report
ରାଜ୍ୟରେ ଦୁର୍ନୀତି ଦୁ-ଷ୍କ-ର୍ମ ମାମଲା ବଢ଼ିଚାଲିଥିବା ବେଳେ ପାରାଦୀପରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଲୋକମାନଙ୍କର ସେବା କରୁଥିବା ଆଶାକର୍ମୀଙ୍କୁ ରାସ୍ତାରୁ ଉଠାଇ ନେଇ ଗ-ଣ-ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପାରାଦୀପ ଥାନାରେ ୪ ଜଣଙ୍କ ନାଁରେ ପୀଡ଼ିତା ଓ ପରିବାର ଲୋକେ ଅଭିଯୋଗ କରିଥିଲେ।
ପୀଡିତାଙ୍କ କହିବା ଅନୁଯାୟୀ ଦିନ ତିନିଟାରୁ ଚାରିଟା ଭିତରେ କୌଣସି କାର୍ଯ୍ୟ ନେଇ ଜଣେ ଆଶାକର୍ମୀଙ୍କୁ ଦେଖାକରିବାକୁ ଆସୁଥିଲେ। ସେହି ସମୟରେ ଏମ୍ପାୟାର୍ସ ହୋଟେଲ ନିକଟରେ ଚାରିଜଣ ଯୁବକ ଏକ ନାଲି ରଙ୍ଗର କାରରେ ମହିଳା ଜଣଙ୍କୁ ଅପହରଣ କରି ନେଇଥିଲେ। ଦୁର୍ବୃତ୍ତମାନେ ନେହେରୁ ବଙ୍ଗଳା ନେଇ ବ-ଳା-ତ୍କା-ର କରି, ପରେ ସଂନ୍ଧ୍ୟାରେ ଏମ୍ପାୟାର୍ସ ହୋଟେଲ ନିକଟରେ ଛାଡି ଚାଲିଯାଇଥିଲେ। 
ପରେ ଘଟଣା ପ୍ରଘଟ ହେବାପରେ ସେଠାରେ ଲୋକ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ। ଏବେ ଗ-ଣ-ଦୁ-ଷ୍କ-ର୍ମ ରେ ଶିକାର ହେଇଥିବା ଆଶାକର୍ମୀ କୁଆଡେ ନିଖୋଜ ହୋଇଯାଇଥିଲେ। ଏନେଇ ଜଟାଧରମୁହାଣ ସାମୁଦ୍ରିକ ଥାନାରେ ତାଙ୍କ ବାପା ଲିଖିତ ଅଭିଯୋଗ କରିଥିଲେ। ଆଉ ୩ ଦିନ ହେଇଯିବ ଆଶାକର୍ମୀ ଙ୍କର କିଛି ଖୋଜ ଖବର ମିଳୁନାହିଁ। 
ଏବଂ ଆଶାକର୍ମୀ ଙ୍କ ମୋବାଇଲ ସୁଇଚ ଅଫ ଦେଖାଉଥିଲା। ତାଙ୍କ ନିଖୋଜ ପଛରେ ଅଭିଯୁକ୍ତ ମାନଙ୍କର ହାତ ଥିବା ଆଶାକର୍ମୀ ଙ୍କ ବାପା କହିଛନ୍ତି। ହେଲେ ଆଜି ତାଙ୍କ ବାପା କହୁଛନ୍ତି ତାଙ୍କ ଝିଅର ଠିକଣା ମିଳିଛି। ଆଉ ପୀଡ଼ିତା ଜଣଙ୍କ ତାଙ୍କ ମାଉସୀ ଘରେ ଥିବା ତାଙ୍କ ବାପା ବସୂଚନା ଦେଇଛନ୍ତି। ଏହି ମାମଲାରେ ପୋଲିସ ଖୋଳତାଳ କରୁଥିବା ସମୟରେ ପୀଡ଼ିତାଙ୍କ ସୂଚନା ମିଳିଥିବା କଥା ଆଦର୍ଶ ଥାନାରେ ପୀଡ଼ିତାଙ୍କ ବାପା ଜଣାଇଛନ୍ତି।