Movie prime

ସବୁ ନେତାଙ୍କୁ ପଛରେ ପକାଇ ମୋଦୀ ଆଗୁଆ

 
Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଭାରତ ପାଇଁ ସବୁଠାରୁ ବଡ଼ ଖୁସି ଖବର ଓ ଗର୍ବ ର କଥା ଏହାକି ପୁନର୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଠାରୁ ଲୋକପ୍ରିୟ ନେତା ବା ପ୍ରଧାନ ମନ୍ତ୍ରୀ ବୋଲି ସାବ୍ୟସ୍ତ ହୋଇଛନ୍ତି।

ଏବଂ ସେ ମଧ୍ୟ ଏବେ ସାରା ବିଶ୍ୱରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ବିଶ୍ୱରେ ଥିବା ସମସ୍ତ ଆଗ ଧାଡ଼ି ର ନେତା ମାନଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇ ଥିଲା।

ଏବଂ ଏହି ତିଲିକାର ସର୍ବୋଚ୍ଚ ସ୍ଥାନ ରେ ରହିଲେ ଆମ ଦେଶ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥି ପାଇଁ ମୋଦୀ ଙ୍କ ନିକଟକୁ ଚାରି ଆଡୁ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି।
ମର୍ନିଂ କନ୍ସଲ୍ଟ ସର୍ଭେ ଅନୁଯାୟୀ ଦୁନିଆର ସବୁ ଠାରୁ ଲୋକପ୍ରିୟ ଓ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି।ଏହାପୂର୍ବରୁ ଜାନୁୟାରୀ ୨୦୨୨ ଏବଂ ନଭେମ୍ବର ୨୦୨୧ ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଦୁନିଆର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାର ଶୀର୍ଷରେ ଥିଲେ ।
ଏବଂ ଏବେ ମଧ୍ୟ ୨୨ ଜଣ ନେତାଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ମୋଦି।ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମରେ ଥିବା ସହ ପରେ ୬୩ ପ୍ରତିଶତ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟରେ ଅଛନ୍ତି ।
ସେହିପରି ୫୪ ପ୍ରତିଶତ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ରହିଛନ୍ତି। 
ଏଥି ସହିତ ୨୨ ଜଣ ନେତା ଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ୪୧ ପ୍ରତିଶତ ରେଟିଂ ସହ ପଞ୍ଚମ ସ୍ଥାନରେ ଅଛନ୍ତି। ଏବଂ ତାହା ପରେ ୩୯ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ୩୮ ପ୍ରତିଶତ ରେଟିଂ ସହ ସପ୍ତମ ସ୍ଥାନରେ ରହିଛନ୍ତି ।
ତେବେ ପ୍ରଧାନ ମନ୍ତ୍ରୀ ଶୀର୍ଷ ସ୍ଥାନରେ ଥିବାରୁ ଏଥି ପ୍ରତି ଅନେକ ଲୋକ ମାନେ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି। ସତରେ ଭାରତ ପାଇଁ ଏହା ଏକ ପ୍ରଶଂସନୀୟ ଖବର ଅଟେ।