Movie prime

ନ-ବଜାତ ଶିଶୁକୁ ଫୋପାଡ଼ି ଦେଲା ମା ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ସତ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏକ ମାଆ ତା ଶିଶୁର ସବୁଠାରୁ ବଡ଼ ରକ୍ଷକ ହୋଇଥାଏ। କାହିଁକି ନା, ମାଆ କେବଳ ଯେ ଶିଶୁକୁ ଜନ୍ମ ଦେଇ ନ ଥାଏ, ବରଂ ତାକୁ ପାଳି ପୋଷି ବଡ଼ କରିଥାଏ।
ଗୋଟିଏ ସନ୍ତାନକୁ ତା ମାଆଠାରୁ ଅଧିକ କେହି ବି ଭଲ ପାଆନ୍ତି ନାହିଁ। କୌଣସି ପିଲା ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ତା ମାଆର କୋଳ।
ମା’ର ମମତା ନିଜ ଛୁଆ ପାଇଁ ସବୁବେଳେ ରହିଥାଏ। ନିଜ ପିଲାକୁ ତା’ ମା ବ୍ୟତୀତ ଅନ୍ୟ କେହି ବି ଭଲ ପାଇପାରନ୍ତି ନାହିଁ। 
ନିଜ ପିଲାପାଇଁ ମା’ ଦୁନିଆର ଯେକୌଣସି ଶକ୍ତି ସହିତ ଲଢିଯାଏ। କିନ୍ତୁ ମାଆ ତା ପିଲାକୁ ସବୁ ବିପଦରୁ ରକ୍ଷା କରିଥାଏ। ବନ୍ଧୁଗଣ ନବଜାତ ଶିଶୁଟି ହେଉଛି ରାଜସ୍ଥାନ ବାରମେଡର।
କେହି ଜଣେ ୧୫ ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ପକାଇ ଚାଲି ଯାଇଥିଲା ଯାହାକୁ କିଛି ଯୁବକ ସକାଳ ସମୟରେ ଦେଖି ଥିଲେ। ବଣରେ ଶୀତରେ ଥରି ଥରି କାନ୍ଦୁ ଥିଲା ଶିଶୁଟି।
ଯାହାକୁ ଦେଖି ରହିପାରି ନଥିଲେ ଯୁବକ ମାନେ। ସିଧା ଡାକ୍ତରଖାନାକୁ ନେଇ ଆସିଥିଲେ। 
ତେବେ ଶିଶୁଟି ଏବେ ପୁରା ସୁସ୍ଥ ଥିବା କଥା କହିଛନ୍ତି ଡାକ୍ତର। ଖବର ମୁତାବକ ଏହି ଘଟଣାଟି ବାଲେତୋରପସ୍ୱେର। ମାଙ୍ଗୀଲାଲ, ପ୍ରକାଶ କୁମାର, ରାଜୁ ଏବଂ ମୁକେଶ ନାମକ ଚାରି ଜଣ ଯୁବକ ମର୍ନିଙ୍ଗ ୱାକ ସାରି ଘରକୁ ଫେରୁ ଥିଲେ।
ଆଉ ସେହି ସମୟରେ ମୁକେଶକୁ ଶୁଭିଥିଲା ଛୋଟ ଛୁଆର କାନ୍ଦ। ଅନେକ ସମୟ ଖୋଜିବା ପରେ ନବଜାତ ଶିଶୁକୁ ପାଇ ଥିଲେ ଚାରି ସାଙ୍ଗ। ଶିଶୁଟି ଏକ ପାକେଟ ଭିତରେ ସାଲ ଘୋଡେଇ ହୋଇ ରହିଥିଲା। 
ଏହା ପରେ ସେମାନେ ବିଳମ୍ବ ନକରି ନିକଟସ୍ଥ ଡାକ୍ତରଖାନାକୁ ନେଇ ଆସିଥିଲେ। ଆଉ ଏହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଡାକ୍ତର ଚିକିତ୍ସା କରିବା ପରେ କହିଥିଲେ କି ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଅଛି। ଶିଶୁର ଓଜନ ୨ କେଜି ୭୦୦ ଗ୍ରାମ ରହିଛି।
ଏବଂ ଡାକ୍ତର କହିଥିଲେ କି ୧୫ ଘଣ୍ଟା ପୂର୍ବରୁ ଛୁଆଟି ଜନ୍ମ ହୋଇଥିଲା। ତେବେ ଯାହାପରେ ତାକୁ କିଏ ଫୋପାଡି ଚାଲି ଯାଇଛି। ଏହି ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି।