Movie prime

ଲକ୍ଷ୍ମୀ ବେଶରେ ପୁଅ ଘର ବାହାରେ ଧାରଣା ଦେଲେ ଲକ୍ଷ୍ମୀ ଦେଖନ୍ତୁ ସହଯୋଗ କଲେ ପ୍ରମିଳା ତ୍ରିପାଠୀ ଦେଖନ୍ତୁ କାହିଁକି ଲକ୍ଷ୍ମୀ ଙ୍କୁ ବସିବାକୁ ପଡ଼ିଲା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ ପ୍ରେମ, ବିବାହର ପ୍ରତିଶ୍ରୁତି ଏବଂ ପ୍ରତାରଣା ଆଉ ଏହାପରେ ଅନେକ ଘଟଣା ଘଟି ଚାଲିଛି ।
ଆଜିକା ଯୁଗର ଲୋକମାନେ ପ୍ରେମ କରି ଅନେକ ପ୍ରକାରର ପ୍ରତିଶୃତି ଦେଇ ତାଙ୍କୁ ପ୍ରତାରଣା ଦେବା ସତେ ଯେପରି ଏକ ସାଧାରଣ କଥା ହୋଇଗଲାଣି । ଏବେ ଏମିତି ଏକ ଘଟଣା ସମ୍ବକୁ ଆସିଛି ।
ଯାହା ଶୁଣିଲେ ଆପଣଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଆସିବ । ଏହି ଘଟଣା ହେଉଛି ଜଣେ ଯୁବକ ଜଣେ ଯୁବତୀଙ୍କୁ ୩ ବର୍ଷ ହେଲା ପ୍ରେମ କରିଥିଲେ । 
ଆଉ ଏହାପରେ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଉ ମନ୍ଦିରରେ ସେହି ଯୁବକ ଜଣକ ଯୁବତୀଙ୍କୁ ବିବାହ କରିଥିଲେ । ସେମାନେ ମନ୍ଦିରରେ ବିବାହ ମଧ୍ୟ କରିଥିଲେ ।
ଏହାପରେ ସେମାନେ ପରିବାର ଏବଂ ବନ୍ଧୁଙ୍କ ଗହଣରେ ନୋଟାରି କୋର୍ଟ ବିବାହ କରିଥିଲେ । ଆଉ ଯୁବତୀ ଜଣଙ୍କୁ ଘରକୁ ନେବେ ବୋଲି କହିଥିଲେ ।
କିନ୍ତୁ ସେହି ଯୁବକ ଜଣକ ଯୁବତୀଙ୍କୁ ଘରକୁ ନେଉ ନାହାନ୍ତି କି ତାଙ୍କୁ ଅନ୍ୟଆଡ଼େ ବାହାଘର ମଧ୍ୟ କରି ଦେଉ ନାହାଁନ୍ତି । ଆଉ ଏବେ ସେହି ଯୁବତୀ ଜଣକ ପ୍ରେମିକ ବା ସ୍ବାମୀ ଘର ଆଗରେ ଧାରଣାରେ ବସିଛନ୍ତି ।
ପ୍ରଥମେ ତପସ୍ଵିନୀ, ତାପରେ ଦୀପିକା ଆଉ ଏବେ ଲକ୍ଷ୍ମୀ ମଣ୍ଡଳ ସ୍ବାମୀ ଘର ଆଗରେ ଧାରଣାରେ ବସିଛନ୍ତି । ଆଉ ସମସ୍ତଙ୍କ ପାଖରେ ଅଛନ୍ତି ସମାଜସେବୀ ପ୍ରମିଳା ମାଆ ।
ସମାଜସେବୀ ପ୍ରମିଳା ମାଆ ଏବେ ଲକ୍ଷ୍ମୀ ମଣ୍ଡଳଙ୍କ ସହିତ ତାଙ୍କ ଶଶୁର ଘର ଆଗରେ ଅଛନ୍ତି ।
ଆଉ ଲକ୍ଷ୍ମୀ ଲକ୍ଷ୍ମୀଙ୍କ ପରି ସଜ୍ ହୋଇ ଅର୍ଥାତ୍ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଆଉ ବେକରେ ମଙ୍ଗଳସୂତ୍ର ଏବଂ ହାର ପକାଇ ନବବଧୂ ବେଶରେ ସଜ ହୋଇ ଧାରଣାରେ ବସିଛନ୍ତି । ସେ ନ୍ୟାୟ ଦାବି କରୁଛନ୍ତି ।
ତାଙ୍କ ସ୍ଵାମୀ ତାଙ୍କ ଫୋନ ଉଠାଉ ନାହାଁନ୍ତି ଏବଂ ତାଙ୍କ ନମ୍ବର ବ୍ଲକ୍ କରି ଦେଇଛନ୍ତି । ତାଙ୍କ ଶାଶୂଘର ଲୋକେ ତାଙ୍କୁ ଅନେକ କଥା କହୁଛନ୍ତି । ସେଥିପାଇଁ ସେ ସ୍ତ୍ରୀର ମାନ୍ୟତା ଓଡ଼ିମ୍ ଧାରଣାରେ ବସିଛନ୍ତି ।
ଏହି ଘଟଣା ମଧ୍ୟ ଗଞ୍ଜାମ ଜିଲ୍ଲାରେ ଘଟିଛି । ଗଞ୍ଜାମ ଜିଲ୍ଲାରେ ଏହି ଘଟଣା ଅନେକ ଘଟିବା ସତେ ଯେପରି ଏକ ସାଧାରଣ କଥା ହୋଇଗଲାଣି ।
ଏହି ଯୁବତୀ ଜଣଙ୍କ ଏବେ ନ୍ୟାୟ ଦାବି କରି ଧାରଣାରେ ବସିଛନ୍ତି । ତାଙ୍କ ସହିତ ଅଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ଦେଖାଯାଉ ତାଙ୍କୁ ନ୍ୟାୟ ମିଳୁଛି କେବେ । ଆଉ ତାଙ୍କ ସ୍ବାମୀ କେବେ ତାଙ୍କୁ ନିଜର କରୁଛନ୍ତି ।