Movie prime

ପ୍ରବଳ ବର୍ଷା ପାଇଁ ଭାରସାମ୍ୟ ହରାଇଲା ବସ ପୁରୀରୁ ଆସୁଥିବା ବସ୍ ଓଲଟି ପଡ଼ିଲା ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ

 
Bus

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କେତେବେଳେ କାହା ସହ କଣ ଘଟିବ ତାହା କାହାକୁ ଜଣା ଥାଏ। ଆଜିର ଜୀବନ କାଲି କୁ ନଥିବ।କାଲି କୁ କେହି ଦେଖି ନାହାଁନ୍ତି। ତେଣୁ କେହି ମଧ୍ୟ ଜାଣି ନାହାଁନ୍ତି ଆଗକୁ କଣ ଘଟିବାକୁ ଯାଉଛି।

ଏଭଳି କିଛି ଘଟଣା ସମ୍ପର୍କ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। କାଳିଆ ର ଦର୍ଶନ କରିବାକୁ ପୁରୀ ଯାଇଥିଲେ ହେଲେ ଫେରିବା ସମୟରେ ଘଟି ଗଲା ଦୁର୍ଘଟଣା।

ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ସାତଶଙ୍ଖ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଜସୁଆପୁର ନିକଟରେ ଓଲଟି ଯାଇଛି ଶାରଳା ନାମକ ଘରୋଇ ବସ ଟି।
ବସରେ ସିଟ୍ ସଂଖ୍ୟା ୪୦ ଥିବା ବେଳେ, ଶହେରୁ ଅଧିକ ଯାତ୍ରୀ ଏହି ବସ ମଧ୍ୟରେ ବସିଥିଲେ। ସେଥି ପାଇଁ ଏହି ଦୁର୍ଘଟଣା ଘଟିଥିବା ର ଅନୁମାନ କରାଯାଉ ଅଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତର ଖାନା ରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଶାରଳା ନାମକ ଏକ ବସ୍ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ବେଳେ ଘଟିଛି ଏଭଳି ଅଘଟଣ । ତେବେ ବସଟି ଓଭରଲୋଡିଂ ଅର୍ଥାତ୍ ଆବଶ୍ୟକତା ଠାରୁ ଅଧିକା ଯାତ୍ରୀ ଓ ବସ୍ ଟିକୁ ମଧ୍ୟ ଦୃତ ଗତିରେ ଚଳାଉ ଥିଲେ ଡ୍ରାଇଭର ଜଣକ ଏହି ଦୃତ ଗତି ଯୋଗୁଁ ଭାରସାମ୍ୟ ହରାଇ ସାତଶଙ୍ଖ ନିକଟରେ ଓଲଟି ପଡ଼ିଥିଲା ଏହି ଯାତ୍ରୀବାହୀ ବସ୍ ଟି । 
ବସରେ ୧୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।
ଏବେ ପର୍ଯ୍ୟନ୍ତ କୌଣସି ଲୋକଙ୍କ ମୃ-ତ୍ୟୁ ହୋଇ ଥିବାର ଖବର ଆସି ନାହିଁ କେବଳ ପାଞ୍ଚ ଜଣ ଆହତ ଅଛନ୍ତି ଏବଂ ବର୍ଷା ଯୋଗୁଁ ମଧ୍ଯ ବସ୍ ଟି ଭାରସାମ୍ୟ ହରାଇ ଥାଇ ପରେ ବୋଲି ଅନୁମାନ କରା ଯାଉ ଅଛି।