Movie prime

Pakistan ରେ ତାଣ୍ଡବ ରଚୁଛି ବନ୍ୟା ମୃ-ତ୍ୟୁ ବରଣ କଲେଣି ୧୦୦୦ ରୁ ଅଧିକ ଲୋକ ୩୩ ମିଲିୟନ ଲୋକ ବିପଦରେ

 
Special Report
ନମସ୍କାର ପାଠକ ବନ୍ଧୁ ଗଣ।ପାକିସ୍ଥାନ ରେ ଭୟଙ୍କର ବନ୍ୟା ହୋଇଛି। ପାକିସ୍ତାନରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଯାଇଛି।ଏହି ବନ୍ୟା ରେ ୯୮୨ ଜଣଙ୍କ ଜୀବନ ଯାଇଛି।ତିନି କୋଟି ତିରିଶି ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଛ ଲକ୍ଷ ୮୦ ହଜାର ରୁ ଅଧିକ ଘର ଭାଙ୍ଗି ଯାଇଥିବାର ସୂଚନା ମିଳିଛି।ପାକିସ୍ତାନ ସରକାର ଙ୍କ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି।ଅନେକ ଘରର ବହୁତ କ୍ଷୟ କ୍ଷତି ଘଟିଛି।
ଭୟଙ୍କରୀ ବନ୍ୟାରେ ପ୍ରାୟ ତିନି ହଜାର କିଲୋମିଟର ରାସ୍ତା, ୧୫୦ ରୁ ଅଧିକ ପୋଲ ନଷ୍ଟ ହୋଇଯାଉଛି ବୋଲି ମଧ୍ୟ ସୂଚନା ଦିଆଯାଇଛି।ବର୍ତ୍ତମାନ ଜଣାପଡିଛି ଯେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସେବା ନିୟୋଜିତ କରାଯାଇଛି। ଦେଶ ର ଅର୍ଦ୍ଧାଧିକ ଭାଗ ବନ୍ୟା ଜଳରେ ବୁଡ଼ି ରହିଥିବା ପାକିସ୍ତାନ ସରକାର ଙ୍କ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି। ଗଣମାଧ୍ୟମ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି।
ସେଠାକାର ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ରହିବାକୁ ଘର ନାହିଁ।କେଉଁଆଡେ ଯାଇ ପାରୁ ନାହାଁନ୍ତି।ପାଞ୍ଚ କୋଟି ୭୦ ହଜାର ରୁ ଅଧିକ ଲୋକ ମାନେ ଭୋକ ଉପାସରେ ରହିଛନ୍ତି।ଖାଇବାକୁ ପାଉ ନାହାଁନ୍ତି। ବର୍ତ୍ତମାନ ଏହି ବନ୍ୟା କାରଣରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଯାହାକି ପ୍ରାୟ ସମୟରେ ଦେଖିବାକୁ ମିଳୁଛି।ପାକିସ୍ତାନରେ କିନ୍ତୁ ଏଭଳି ବନ୍ୟା ହୋଇଥିବାରୁ କିଏ କେଉଁଆଡେ ଯାଇ ମଧ୍ୟ ପାରୁ ନାହାଁନ୍ତି।
ପାକିସ୍ତାନ ଆର୍ମି ର ସହାୟତା ମଧ୍ୟ ଲୋଡିଛନ୍ତି। ଆସନ୍ତା ସପ୍ତାହ ରେ ପାକିସ୍ତାନ ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ତେଣୁ ବର୍ତ୍ତମାନ ପାକିସ୍ତାନରେ ପୁଣି ସଙ୍ଗୀନ ହୋଇପଡିଛି।ବର୍ତ୍ତମାନ ଏହି ଭିଡିଓ ଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଆହୁରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଲୋକ ମାନେ ଏପରି ଶୁଣି ଆହୁରି ଭୟଭୀତ ହୋଇ ପଡ଼ିଥିଲେ।