Movie prime

ମୁଁହ ଖୋଲିଲେ ପିହୁର ମା ଶେଷରେ ଝିଅକୁ ନପାଇ CBI ଯାଞ୍ଚ ପାଇଁ କଲେ ଗୁହାରି

 
Pihu

୨୦୨୦ ମସିହାରେ ଯାଜପୁର ର କୁନି ଝିଅ ପିହୁ ନିଖୋଜ ହୋଇଯାଇଥିବା ଘଟଣା ବିଷୟରେ ନିଶ୍ଚୟ ଭାବରେ ଜାଣିଥିବେ।୨୦୨୨ ହେବା ସତ୍ବେ ମଧ୍ୟ ଝିଅର ପତ୍ତା ଏଯାଏଁ ମିଳି ପାରିନାହିଁ।ବାରମ୍ବାର ପିହୁଙ୍କ ମା ଥାନାରେ ଅଭିଯୋଗ କରିଥିଲେ।

କେବଳ ସେତିକି ନୁହେଁ ସରକାର ଙ୍କ ପାଖରେ ମଧ୍ୟ ଅଭିଯୋଗ କରିଥିଲେ।କିନ୍ତୁ ବର୍ତ୍ତମାନ ପିହୁ ଙ୍କ ମା ଶିଶୁ ଅଧିକାର ନିକଟରେ ସକାଳ ରୁ ଧାରଣା ଦେଇଛନ୍ତି।ସମାଜସେବୀ ମାନେ ତାଙ୍କୁ ଆସି ବୁଝାଉଛନ୍ତି।ପୋଲିସ ମଧ୍ୟ ବୁଝାଉଛନ୍ତି।

ସୂଚନା ଅନୁସାରେ ୨ ବର୍ଷ ହୋଇଗଲାଣି ସରକାର ଏବଂ ପୋଲିସ ପ୍ରଶାସନ ଦାୟିତ୍ଵ ହୀନତା ପାଇଁ ଏଯାଏଁ କୁନି ଝିଅ କେଉଁଠି ଅଛନ୍ତି ଜାଣି ପାରି ନାହାଁନ୍ତି।କେବଳ ଯାଜପୁର ରେ ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲା ମାନଙ୍କ ନିଖୋଜ ଅଭିଯୋଗ ଆସିଛି।
କିନ୍ତୁ ସେ ପିଲାମାନେ ଯାଉଛନ୍ତି କେଉଁଆଡେ,ରହୁଛନ୍ତି କେଉଁଠି ସେହି ବିଷୟରେ ପୋଲିସ ତଦନ୍ତ କରୁ ନାହାନ୍ତି। ଯେଉଁଥି ପାଇଁ ବାରମ୍ବାର ଅଭିଯୋଗ କରାଯାଉଛି।
ପିହୁଙ୍କ ମା କହିଛନ୍ତି ଯେ ସେ ଗୋଟିଏ ଦାବି କରିଛନ୍ତି ଏହି ଘଟଣା ରେ ସିବିଆଇ ତଦନ୍ତ କରାଯାଉ।ତାଙ୍କ ପିଲା ମିଳିପାରିବ।କାରଣ ପୋଲିସ କିଛି କରିପାରିଲେ ନାହିଁ।ତଦନ୍ତ ରେ ଅବହେଳା କରୁଛନ୍ତି।
ଓଲଟା ସେହି ପୋଲିସ ଅଧିକାରୀ ଙ୍କ ବଦଳି କରାଗଲା କିନ୍ତୁ ତାଙ୍କ ଉପରେ କୌଣସି ଆକ୍ସନ ନିଆଗଲା ନାହିଁ।ପୋଲିସ ମାନେ ଯାହା ଭୁଲ୍ କରିଛନ୍ତି ସେଥିପାଇଁ ଆକ୍ସନ ନିଆଯାଉ।
ଏବଂ ତାଙ୍କ ଝିଅକୁ ସିବିଆଇ ହିଁ ଖୋଜନ୍ତୁ।କିନ୍ତୁ ଏ ପର୍ଯ୍ୟନ୍ତ ୨ ବର୍ଷ ୧ ମାସ ହୋଇଗଲାଣି ତାଙ୍କ କୁନି ଝିଅ କେଉଁଆଡେ ନିଖୋଜ ଅଛନ୍ତି।
ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ପିହୁଙ୍କ ମା କହିଛନ୍ତି ଯେ ସରକାର କହୁଛନ୍ତି ଯେ ନାରୀ ମାନଙ୍କୁ ସମ୍ମାନ ଦିଆଯାଉ କିନ୍ତୁ ତାଙ୍କୁ ସମ୍ମାନ ଦିଆଯାଉନାହିଁ।୨ ବର୍ଷ ହୋଇଗଲାଣି ସେ ସମସ୍ତଙ୍କ ଦ୍ୱାରସ୍ଥ ହେଉଛନ୍ତି।