Movie prime

ପୋଷା କୁକୁର କାମୁଡ଼ିଲେ ଏଣିକି ମାଲିକ ଦେବେ ଫାଇନ ଦେଖନ୍ତୁ କେତେ

 
Special Report
ନମସ୍କାର ଦର୍ଶକ ବନ୍ଧୁଗଣ। ବନ୍ଧୁଗଣ ଆପଣ ଯଦି ଘରେ ପାଳିତ କୁକୁର ବା ବିଲେଇ ରଖୁଛନ୍ତି ତାହାଲେ ଖୁବ୍ ଶୀଘ୍ର ସାବଧାନ ହୋଇଯାଆନ୍ତୁ। କାରଣ ଯଦି ପୋଷା କୁକୁର କିମ୍ୱା ବିଲେଇ କୌଣସି ଲୋକଙ୍କୁ କାମୁଡେ ତାହାଲେ ଘର ମାଲିକଙ୍କୁ ଦେବାକୁ ପଡ଼ିବ ଫାଇନ। ବନ୍ଧୁଗଣ ଆପଣ ମାନେ ସବୁଦିନ କୁକୁର କାମୁଡ଼ାକୁ ନେଇ ଖବର ପାଉଥିବେ। ରାସ୍ତାରେ ଗଲାବେଳେ ପୋଷା କୁକୁର ମାନେ ପ୍ରାୟତଃ ସାଧାରଣ ଲୋକଙ୍କୁ ଆ-କ୍ର-ମ-ଣ କରିଥାନ୍ତି। 
ଯାହା ଫଳରେ ଅନେକ ସମୟରେ ନିରିହ ଲୋକ ମାନେ ଗୁରୁତର ଭାବରେ ଆହତ ହୋଇଥାନ୍ତି ଏବଂ କିଛି କୋକଙ୍କର ମଧ୍ୟ ମୃ-ତ୍ୟୁ ଘଟିଥାଏ। ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇ ଆସୁଥିଲା। ତେବେ ଏନେଇ ଏବେ ଆନିମଲ ୱାଲଫାୟାର ଅଫ ଇଣ୍ଡିଆ ନୂଆ ଗାଇଡ୍ ଲାଇନ ଆଣିଛନ୍ତି। ଯଦି କୌଣସି ପୋଷା କୁକୁର କିମ୍ୱା ବିଲେଇ କାହାରିକୁ କାମୁଡୁଛନ୍ତି ତା'ହେଲେ ବିଲେଇ କିମ୍ବା କୁକୁରକୁ ରଖୁଥିବା ମାଲିକଙ୍କୁ ଦେବାକୁ ପଡ଼ିବ ୧୦,୦୦୦ ଟଙ୍କାର ଜରିମାନା। 
ଯେଉଁ କୁକୁରକୁ ପାଳିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି, ସେହି କୁକୁର ଯଦି କାହାକୁ କାମୁଡେ ତା'ହାଲେ ଜରିମାନା ଦେବାକୁ ବାଧ୍ୟତାମୂଳକ। ଯଦି କେହି ଏହି ଜରିମାନା ଦେବାକୁ ମନା କରନ୍ତି ତେବେ ସେହି ମାଲିକ ମାନଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏହି ନିୟମ କେବଳ ଏବେ ନୟୋଡାରେ ୨୦୨୩ ମାର୍ଚ୍ଚ ୩୧ରୁ ଲାଗୁ ହେବାକୁ ଯାଉଛି। ଜରିମାନାକୁ ଛାଡ଼ି ଦେଲେ ଆହତ ବ୍ୟକ୍ତିଙ୍କ ଖର୍ଚ୍ଚ ମଧ୍ୟ ଉକ୍ତ ମାଲିକ ତୁଲାଇବେ ବା ଉଠେଇବେ। 
ଏନେଇ ନୟୋଡା ମହିଳା ଓଥୋରେଟି ସିଇଓ ହେତୁ ମାହେଶ୍ୱରୀ ସୂଚନା ଦେଇଛନ୍ତି। ଯଦି କାହାର ପୋଷା ପ୍ରାଣୀ ସର୍ବସାଧାରଣ ସ୍ଥାନରେ ମଳତ୍ୟାଗ କରେ ତେବେ ତାକୁ ମାଲିକ ମାନେ ହିଁ ସଫା କରିବେ। ସବୁଠାରୁ ବଡ଼ କଥା ହଉଛି ସମସ୍ତ ପୋଷା ପ୍ରାଣୀଙ୍କୁ ଜଳାନ୍ତକ ଟୀକାକରଣ ଦେବାକୁ ବାଧ୍ୟତାମୂଳକ। ତେବେ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଧା ପୋଷା କୁକୁର ମାନଙ୍କର ପଞ୍ଜୀକରଣ କରିବା ବାଧ୍ୟତାମୂଳକ ଅଟେ ବୋଲି କୁହାଯାଇଛି।